ଶୀତଦିନେ ଫଟା ଗୋଇଁଣ୍ଠି (Cracked Heels ) ଗୋଟେ ଦିନରେ ଠିକ ହୋଇ ନରମ ଏବଂ କୋମଳ ହୋଇଯିବ, କରନ୍ତୁ ଏହି ଛୁଟିଆ ଉପାୟ….

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଶୀତଦିନେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ୱଚା ର ପାଣି ଓ ତେଲ ଅଂଶ କମିଯାଏ | ଏହା ଦ୍ୱାରା ମଧ୍ୟ ଶରୀର ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖା ଯାଏ,ଏହା ସହିତ ଗୋଡ଼ ଫାଟିବା ପରି ସମସ୍ୟା ମଧ୍ୟ ଦେଖା ଯାଏ | ଯାହା ଦ୍ୱାରା ଚାଲିବା ପାଇଁ ବହୁତ କଷ୍ଟ ହେଇଥାଏ | ଏହି କାରଣରୁ ଅଧିକାଂଶ ଲୋକ ଚିନ୍ତାରେ ଥିବା ଦେଖାଯାଏ, ତାହାଲେ ଦର୍ଶକ ବନ୍ଧୁ ଏହି ଗୋଡ଼ ଫାଟିବାକୁ ମହିଳା ମାନଙ୍କ ଠାରେ ଅଧିକ ଦେଖାଯାଏ | ତେବେ ଏହି କାରଣ ରୁ ଗୋଡ଼ ଫାଟିବା ଦ୍ୱାରା ଗୋଡ଼ରେ ରକ୍ତ ବାହାରିବା, ପରି ସମସ୍ୟା ଦେଖା ଯାଏ ଯାହା ଦ୍ୱାରା ଚାଲିବା ବହୁତ କଷ୍ଟ କର ହେଇଥାଏ | ତେଣୁ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ଘରେଇ ଉପଚାର ବିଷୟରେ ଯାହାକୁ ବ୍ୟବହାର କରିବା ଦ୍ୱାରା ଗୌଇଠି ଫାଟିବା ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୁରେଇ ଯିବ |

ତେବେ ବନ୍ଧୁ ଗଣ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ କିଛି ଆବଶ୍ୟକ ସାମଗ୍ରୀ ଦରକାର ହେବ ଯାହା ଅତି ସହଜରେ ଆପଣଙ୍କ ଘରେ ବା ମାର୍କେଟ ମିଳିଯିବ | ତେବେ ସେହି ସାମଗ୍ରୀ ହେଉଛି ପେଟ୍ରୋଲିୟମ ଜେଲି, ଗୋଟିଏ କର୍ପୁର,ନଡ଼ିଆ ତେଲ ଓ ସୋରିଷ ତେଲ | ଏହି ସମସ୍ତ ସାମଗ୍ରୀ କୁ ବ୍ୟବହାର କରି ଏବେ ଏହାର ପ୍ରସ୍ତୁତି ବିଷୟରେ ଜାଣନ୍ତୁ |

ଆବଶ୍ୟକୀୟ ଉପକରଣ :-ପେଟ୍ରୋଲିୟମ ଜେଲି,କର୍ପୁର,ନଡ଼ିଆ ତେଲ,


ପ୍ରସ୍ତୁତି ପ୍ରଣାଳୀ :-ଦର୍ଶକ ବନ୍ଧୁ ଏହି ଘରେଇ ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଛୋଟ ବାଟି ନିୟନ୍ତୁ | ତାପରେ ସେଥିରେ ଏକ ଚାମଚ ପେଟ୍ରୋଲିୟମ ଜେଲି ନିୟନ୍ତୁ, ଏହା ସହିତ ଆପଣଙ୍କ ପୂଜା ଘରେ ଅତି ସହଜରେ ମିଳୁଥିବା ଏକ କର୍ପୁର ନିୟନ୍ତୁ | ଏବେ ସେହି କର୍ପୁର କୁ ଭଲ ଭାବରେ ଗୁଣ୍ଡ କରି ସେହି ଜେଲି ରେ ମିକ୍ସ କରନ୍ତୁ | ତାପରେ ସେଥିରେ ଏକ ଚମଚା ନଡ଼ିଆ ତେଲ ଦେଇ ଭଲ ଭାବରେ ମିକ୍ସ କରନ୍ତୁ ତାପରେ ସେଥିର ପୁଣି ଏକ ଚାମଚ ସରିଷ ତେଲ ସେଥିରେ କିଛି ମିକ୍ସ କରନ୍ତୁ | ଏମିତି କିଛି ସମୟ ମିକ୍ସ ହେବା ପରେ ଏହା ପ୍ରସ୍ତୁତ ହେଇଯିବ | ଏବେ ଆସନ୍ତୁ ବନ୍ଧୁ ଗଣ ଏହାର ବ୍ୟବହାର ବିଷୟରେ ଜାଣିବା |

ବ୍ୟବହାର :-ବର୍ତ୍ତମାନ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାରଟିକୁ ରାତିରେ ରେ ଶୋଇବା ସମୟରେ ଆପଣଙ୍କ ଗୋଡ଼ କୁ ଭଲ ଭାବରେ ଉଷୁମ ପାଣିରେ ଧୋଇଦେଇ ସଫା କରିଦେବେ | ତାପରେ ଯେତେବେଳେ ଆପଣ ଶୋଇବାକୁ ଯିବେ ଏହାକୁ ଗୋଡ଼ରେ ଭଲ ଭାବରେ ଲଗାଇ ଏହାକୁ ଏକ ପଲିଥିନ ବା କପଡ଼ା ଦ୍ୱାରା ଘୋଡାଇ ଦିୟନ୍ତୁ | ଏମିତି 7 ଦିନ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କର ଗୋଇଁଠି ଫୋଟା ସମସ୍ୟା ସହଜ ରେ ଦୂର ହେଇଯିବ | ତେବେ ଏହା କରିବା ର ପ୍ରଥମ ରାତିରୁ ହଁ ଏହାର ପ୍ରଭାବ ଆପଣ ଜାଣି ପାରିବେ |

ତେବେ ଏହା ଥିଲା ଫୋଟା ଗୋଇଁଠି ରୁ କେମିତି ମୁକ୍ତି ପାଇବା ପାଇଁ କେଉଁ ଘରେଇ ଉପଚାର କୁ ବ୍ୟବହାର କରିକି ଏଥରୁ ମୁକ୍ତି ପାଇପାରିବା ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment