ଆମେ ଦୁହେଁ ଦୁଇ ସଉତୁଣୀ ନୁହେଁ ଲୋ ଆମେ ପରା ଦୁଇ ଭଉଣୀ…. ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମନରେ ଦୁଃଖ ହୋଇଥାଏ | ତେବେ ସେହିଭଳି ଏକ ଘଟଣା ଟିଏ ଦେଖିବାକୁ ମିଳିଛି ଆଉ ଯେଉଁଠି ଜନ୍ମ କରିଥିବା ପୁଅ ମା ଙ୍କୁ ଘରୁ ବାହାର କରିଦେବା ପରେ ବୃଦ୍ଧା ଜଣଙ୍କର ଆଶାର ବାଡ଼ି ସାଜିଛନ୍ତି ତାଙ୍କର ସଉତୁଣୀ | ଆଉ ଦୁଇଜଣ ସାଙ୍ଗ ହେଇକି ମଧ୍ୟ ରହୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟିଏ ଦେଖିବାକୁ ମିଳିଛି ବାଲିଆପାଳ ପଂଚାୟତ ର ସମିତି ଅସ୍ତି ଗ୍ରାମର ସ୍ବର୍ଗତ ହରେକୃଷ୍ଣ ପରିଡା ଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଶାନ୍ତିଲତା ପରିଡା | ଆଉ ଯାହାଙ୍କର ବୟସ 75 ବର୍ଷ ବୋଲି କୁହାଯାଉଛି | ତେବେ କୁହାଯାଉଛି ବୁଢ଼ୀ ଜଣଙ୍କର ସବୁ ଅଛି କିନ୍ତୁ କିଛି ନାହିଁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦୁଇ ପୁଅ ଥାଉ ଥାଉ ବୃଦ୍ଧା ଜଣ ଙ୍କ ରହୁଛନ୍ତି ଘରର ବାହାରେ | ଆଉ ଯେଉଁଠି ଦେଖୁବାକୁ ମିକିଛି କି ବୃଦ୍ଧା ଜଣଙ୍କ ଏବେ ଦୌଳା ଗ୍ରାମରେ ରହୁଛନ୍ତି |ଆଉ ପୁଅ ମାନେ ପର କରିଦେବା ପରେ ତାଙ୍କର ସୁଖ ଆଉ ଦୁଃଖରେ ସାଥି ହେଇଛନ୍ତି ତାଙ୍କର ସଉତୁଣୀ ଶଙ୍କରି |

ତେବେ ଯାହା କୁହାଯାଉଛି କି ହରେକୃଷ୍ଣ ଙ୍କ ର ଦୁଇଜଣ ପତ୍ନୀ ଥିଲେ ଜଣେ ଶାନ୍ତିଲତା ଆଉ ଜଣେ ଶଙ୍କରି | ଆଉ ପୁଅ ମାନେ ଗତ 1997 ମସିହାରେ ମା ଙ୍କ ପାଖରୁ ଆଙ୍ଗୁଳି ଟିପ ନେଇଥିଲେ ଆଉ ତାଙ୍କର ସମସ୍ତ ସମ୍ପତ୍ତି କୁ ନିଜ ନାଁ ରେ କରିକି ଦୁଇ ପୁଅ ଆଉ ବୋହୂ ବୃଦ୍ଧା ଙ୍କୁ ଘରୁ ବାହାର କରି ଦେଇଥିଲେ | ଆଉ ତାହା ପରେ ବୃଦ୍ଧା ଜଣଙ୍କୁ ଆଣିକି ତାଙ୍କର ସଉତୁଣୀ ତାଙ୍କର ଏକ କାଠର ଘରେ ଅର୍ଥାତ ଦୋକାନ ରେ ରଖୁଛନ୍ତି |ଆଉ ଦୁଇ ସଉତୁଣୀ ଦୁଇ ଭଉଣୀ ଭଳି ରହୁଛନ୍ତି ଆଉ ସେହିଠାରେ ରହିବ ଖାଇବା ସବୁ କାମ କରୁଛନ୍ତି |

କୁହାଯାଏ ଭାଇ ହେଉଛି ଭଗାରି ଓ ସଉତୁଣୀ ହେଉଛି ଧାରୁଆ ଛୁରି | ତେବେ ସେହି କଥା କୁ ମିଛ ବୋଲି ପ୍ରମାଣିତ କରିବା ପରେ ସଉତୁଣୀ ଙ୍କୁ ନିଜ ପାଖରେ ରଖିଛନ୍ତି ଓ ସେହି ଚାହା ଦୋକାନ ରେ ଯାହା ବିକ୍ରି ହେଉଛି ସେଇଥିରେ ଦୁଇଜଣ ଚାଲୁଛନ୍ତି ବୋଲି କହିଛନ୍ତି |ଆଉ ଦୁଇଜଣ ବେଶ ଖୁସି ରେ ଅଛନ୍ତି ବୋଲି କହିଛନ୍ତି, ଆଉ ଆଜି ର ପୁଅ ମାନଙ୍କର ମା ପ୍ରତି ଥିବା ଭଲ ପାଇବା ଏହି ଭିଡ଼ିଅକୁ ଦେଖିବା ପରେ ସ୍ପଷ୍ଟ ଭାବରେ ଜଣା ପଡିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment