ପୁଣି ଶ୍ରୀମନ୍ଦିରରୁ ଉଦ୍ଧାର ହେଲା ଆଉ ଏକ ଧଳା ପେଚା.. ଏହା ମହାପ୍ରଭୁଙ୍କ ପକ୍ଷରୁ କିଛି ଶୁଭ ସଂକେତ ବୋଲି ବିଶ୍ୱାସ କରୁଛନ୍ତି ଭକ୍ତ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ତ ଆମର ଶ୍ରୀକ୍ଷେତ୍ର ପୁରି ବଡ ଦେଉଳ ପ୍ରଭୁ ଜଗନ୍ନାଥଙ୍କ କରୁଣା ଓ ଚମତ୍କାରିତା ବିଷୟରେ ଜାଣିଥିବେ ନିଶ୍ଚିତ |ଆମର ରହିଥିବା ଚାରିଧାମ ମଧ୍ୟରୁ ପୁରିଧାମ ଗୋଟିଏ ଅଟେ, ଏଠାରେ ଅନେକ କିଛି ଚମତ୍କାରିତା ଦେଖିବାକୁ ମିଳିଥାଏ |ମହାପ୍ରଭୁଙ୍କର କିଛି ଶୁଭ ଓ ଅଶୁଭ ସଂକେତ ପ୍ରଭୁ କଉଁ ପ୍ରକାର ବି ହେଉ ଦିଅନ୍ତି |ଆପଣ ପୁରି ବଡ ଦେଉଳର ଅନେକ କଥା ଓ ଅନେକ ଚମତ୍କାରିତା ଏବେବି ଦେଖିବାକୁ ପାଉଥିବେ,ଏହି ବଡ ଦେଉଳରେ ପ୍ରଭୁଙ୍କ କୃପାରୁ ଅସମ୍ଭବ ସମ୍ଭବ ହେଉଛି |ଆପଣ ସୋସିଆଲ ମିଡିଆରେ ଅନେକ ଘଟଣା ଦେଖିବାକୁ ପାଉଥିବେ ହେଲେ ମୁଁ ଆଜି ଆପଣକୁ ପୁରି ବଡ ଦେଉଳରେ ପ୍ରଭୁ ଜଗନ୍ନାଥଙ୍କ ଏକ ଶୁଭ ସଂକେତ କଥା ଆପଣକୁ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ଶୁଭ ସଂକେତଟି କଣ ଓ ଏହାର ସମ୍ପୂର୍ଣ ଖବର ବିଷୟରେ |

ପୁରୀ ବଡ ଦେଉଳରେ ଆସନ୍ତା କାଲି ଏକ ଧଳା ପେଚା ଉଦ୍ଧାର କରାଯିବାର ଖବର ଆପଣ ଜାଣିଥିବେ ନିଶ୍ଚିତ, ଏହି ଧଳା ପେଚା ମା ଲଷ୍ମୀଙ୍କ ପ୍ରିୟ ବାହାନ ଅଟେ |ଏହି ଧଳା ପେଚା ଦେଖିବା ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ, ବର୍ତମାନ ଏହି ପେଚା ବହୁତ କମ ମାତ୍ରାରେ ଦେଖିବାକୁ ମିଳୁଛି |ଆସନ୍ତା କାଲି ପୁରୀ ବଡ ଦେଉଳର ମା ଲଷ୍ମୀଙ୍କ ମନ୍ଦିର ନିକଟରୁ ଏକ ମା ପେଚାକୁ ଉଦ୍ଧାର କରାଯାଇଥିଲା, ଏହି ମା ପେଚାର ପିଲା ବୋଧ ହୁଏ ମନ୍ଦିରରେ ରହି ଯାଇଛନ୍ତି |

ଆଜି ପୁଣି ଏହି ଶ୍ରୀମନ୍ଦିରରୁ ଆଉ ଏକ ଧଳା ପେଚା ଉଦ୍ଧାର କରାଯାଇଛି |ଏହି ପେଚାଟି ବହୁତ ଛୋଟ ଅଛି, ଏହି ପେଚାଟି ଶ୍ରୀମନ୍ଦିରର ଲଷ୍ମୀ ମନ୍ଦିର ସାମ୍ନାରୁ ଉଦ୍ଧାର କରାଯାଇଛି |ଗତକାଲି ମା ପେଚାଟିକୁ ଏହି ଲଷ୍ମୀ ମନ୍ଦିରରୁ ଉଦ୍ଧାର କରା ଯାଇଥିବା ବେଳେ ଆଜି ଏହି ଛୁଆ ପେଚାଟି ତଳକୁ ଖସି ପଡିଥିଲା |ଏହି ଛୁଆ ପେଚାକୁ ମାଙ୍କଡ଼ ଆକ୍ରମଣ କରିବାକୁ ଗୋଡ଼ଉଥିଲା ସମୟରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଶୁଭେଦାର ଯୁଗେଶ ଚନ୍ଦ୍ର ସ୍ୱାଇଁ ଏହାକୁ ଉଦ୍ଧାର କରିଥିଲେ |କିଛି ସେବାୟତଙ୍କ ସହଯୋଗରେ ଏହି ପେଚାକୁ ଏକ ବାସ୍କେଟରେ ଧରି ରଖିଥିଲେ,ଏହି ଧଳା ପେଚାକୁ ଉପ ବିଭାଗକୁ ହସ୍ତାନ୍ତର କରାଯାଇଛି |


ଏହି ଧଳା ପେଚା ମା ଲଷ୍ମୀଙ୍କ ପାଦ ତଳେ ସର୍ବଦା ରହିଥାଏ ବୋଲି ପୌରାଣିକ କିମ୍ବଦାନ୍ତି ରହିଛି, ଏହି ପେଚା ମା ଲଷ୍ମୀଙ୍କ ମନ୍ଦିରରୁ ମିଳିଥିବାରୁ ଏହା ଭକ୍ତମାନଙ୍କ ମନରେ ବେଶ ଉତ୍ସାହ ଜନ୍ମିଛି |ଏହି ପେଚାକୁ ଦେଖିବାପାଇଁ ଭକ୍ତଙ୍କ ଭିଡ ମଧ୍ୟ ଲାଗିଛି |ଏହି ଧଳା ପେଚା ଆଗାମୀ ଦିନରେ କିଛି ଶୁଭ ସଂକେତ ଆଣିବ ବୋଲି ସେବାୟତ ସୂଚନା ଦେଇଛନ୍ତି, କାରଣ ଏହି ଧଳାପେଚା ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ |ଏହା ମହାପ୍ରଭୁଙ୍କର କିଛି ଶୁଭ ସଂକେତ ବୋଲି ବିଶ୍ୱାସ କରୁଛନ୍ତି ଭକ୍ତମାନେ, ଶ୍ରୀମନ୍ଦିରର ଏହି ଧଳାପେଚା ଉଦ୍ଧାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment