ଯେଉଁମାନେ ଫାର୍ଷ୍ଟ କ୍ଲାସ ପାଇଥିଲେ ଯେଉଁମାନେ ଚନ୍ଦା ହୋଇ ପାନଦୋକାନ କରିଛନ୍ତି… ଏ ନେଇ କଣ କହିଲେ କାଳିଆ ଷଣ୍ଢ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡିଆରେ ଆପଣ ଯଦି ଖୋଜିବେ ତାହାଲେ ଆପଣଙ୍କୁ ବହୁତ ହାସ୍ୟ କଳାକାର ମିଳିଯିବେ | ସେହି ହାସ୍ୟ କଳାକାରଙ୍କ ମଧ୍ୟରୁ କାଳିଆ ଷଣ୍ଢ ଅନ୍ୟତମ | ଯାହାଙ୍କର ଭିଡ଼ିଓ ଦେଖିଲେ ଆପଣ ଯେତେ ଦୁଃଖରେ ରହିଲେ ବି ଆପଣଙ୍କ ମୁହଁରେ ହସ ଦେଖା ଯିବ | ତେବେ ଏହିପରି ହାସ୍ୟ ଅଭିନେତା ଙ୍କ କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମେ ଅନେକ ସମୟରେ ଚାହିଁ ବସିଥାଉ ଓ ତାଙ୍କର କିଛି ନୂଆ ଭିଡ଼ିଓ ଆସିଲେ ଆମେ ତାକୁ ଦେଖି ବହୁତ ଖୁସି ହେବା ସହିତ ମନେ ମନେ ବହୁତ ହସି ଥାଉ | ତାହାଲେ ଦର୍ଶକ ବନ୍ଧୁ ଆପଣଙ୍କ ସେଇ ପ୍ରିୟ ହାସ୍ୟ କଳାକାର କାଳିଆ ଷଣ୍ଢ ତାଙ୍କର ସ୍କୁଲ ଜୀବନ କିପରି କୋଟିଥିଲା ତାହା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି,ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ଆପଣଙ୍କ ସେହି ପ୍ରିୟ ହାସ୍ୟ କଳାକାର ଗଣମାଧ୍ୟମ ଆଗରେ କହିଛନ୍ତି ଯେ,ଯେତେବେଳେ ସେ ସ୍କୁଲ ପଢୁଥିଲେ ତାଙ୍କର ପାଠ ହେଉନଥିଲା |ସେଥିପାଇଁ ସେ ଶ୍ରେଣୀ ଗୃହରେ ପଛରେ ବସୁଥିଲେ ଓ କିଛି ପାଠ ନ କରୁଥିବା କାରଣ ରୁ ସେ ଦିଦି ଙ୍କ ଠାରୁ ମାରୁ ମଧ୍ୟ ଖାଉଥିଲେ ଓ ସେ କହିଛନ୍ତି | ଯେତେବେଳେ ସ୍କୁଲ ରେ ସ୍ୱାଧୀନତା ଦିବସ ରେ ବା ଜାନୁଆରୀ 26 ରେ ଆଗରେ ବସୁଥିବା ପିଲାଙ୍କୁ ଭାଷଣ ପାଇଁ କୁହାଯାଉଥିଲା ବେଳେ ଯେହେତୁ ଆମର ପାଠ ହେଉନଥିଲା ତେଣୁ ଆମକୁ କେହି ଭାଷଣ ଦବା ପାଇଁ କହୁନଥିଲେ | ସେଥିପାଇଁ ଆମେ ଏହି ଦିନ ମାନଙ୍କରେ ଆମେ ସେଓ ଓ ବୁନ୍ଦିଆ କୁ ଅପେକ୍ଷା କରିଥାଉ | ସ୍କୁଲ ବେଳେ ଆମେ ବହୁତ ମିଜା କରିଛୁ ଏମିତି ବିଭିନ୍ନ ପ୍ରକାର ର କଥା ସବୁ ସେ କହିଥିଲେ |

ତାଙ୍କର କହିବା କଥା ଅନୁଯାୟୀ ସେ ଯଦି ଭଲ ପାଠ ପଢିଥାନ୍ତେ ତାହେଲେ ସେ କୌଣସି ଚାକିରୀ କରିଥାନ୍ତେ |ହେଲେ ଏତେ ଦର୍ଶକ ଙ୍କ ଭଲ ପାଇବା ତାଙ୍କର ଉପରେ ଅଛି ଦେଖି ସେ ତାଙ୍କର ପିଲା ଦିନର କଥା ଅର୍ଥାତ ତାଙ୍କ ସହିତ ପଢ଼ୁଥିବା ଫାଷ୍ଟ କ୍ଲାସ ନାରାୟଣ କଥା କହିଥିଲେ | ତାଙ୍କର କହିବା କଥା ଅନୁଯାୟୀ ତାଙ୍କ ସହିତ ପଢ଼ୁଥିବା ନାରାୟଣ ଏବେ ଗାଁ ଦାଣ୍ଡରେ ଏକ ପାନ ଦୋକାନ ଖୋଲି ବସିଛି | ତେବେ ଏ ସମସ୍ତ କଥା ପରେ ସେ ଆଜି ଏହି ଯେଉଁ ସ୍ଥାନ ରେ ଆସି ପହଞ୍ଚିଛନ୍ତି ତାପରେ ଯେଉଁ ମାନେ ଅଛନ୍ତି ତାଙ୍କର ନାମ ମଧ୍ୟ କହିଥିଲେ |

ସେ ଆଜି ଏତେ ବଡ ହାସ୍ୟ କଳାକାର ହେବା ପଛରେ ତାଙ୍କର ଜେଜେ ମା ଙ୍କ ର ବହୁତ ବଡ ହାତ ଥିବା କହିଛନ୍ତି |କାରଣ ତାଙ୍କର ବାପା ମଦ ପି ତାଙ୍କର ମା ଙ୍କୁ ମରୁଥାନ୍ତି ଯାହା ପାଇଁ ସେ ଟଙ୍କା ପଇସା ପାଉନଥିଲେ | ତେଣୁ ତାଙ୍କୁ ଏହି ଲାଇନ ରେ ପହଞ୍ଚିବା ପାଇଁ ତାଙ୍କ ଜେଜେମା ତାଙ୍କ ପେନସନ ଟଙ୍କା ରୁ କିଛି ଟଙ୍କା କାଳିଆ ଷଣ୍ଢ କୁ ଦେଉଥିଲେ | ଯାହା ଦ୍ୱାରା ସେ ଗୁରୁମାନୁଥୁବା ଗୁଲୁଆ ଙ୍କୁ ଭେଟି ସେ ତାଙ୍କର ସବୁକଥା ସେୟାର କରିଥିଲେ ଓ ତାଙ୍କ ପାଇଁ ଆଜି ସେ ଏହି ସ୍ଥାନ ରେ ଅଛନ୍ତି ବୋଲି କହିଥିଲେ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା କାଳିଆ ଷଣ୍ଢ ଙ୍କ ସେଇ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏହାକୁ ଦେଖି ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment