ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଯଉଁ ଘଟଣା କଥା କହିବି ତାହା ଶୁଣିଲେ ଆପଣ ବହୁତ ଖୁସି ହେବା ସହିତ ପିଲାଟିକୁ ପ୍ରସଂଶା ନକରି ରହିପାରିବେ ନାହିଁ |ଛୋଟ ପିଲାଟି ସେ ମାତ୍ର ଦୁଇ ବର୍ଷରୁ ତାର ପାଠ ପଢ଼ିବାର ଆଗ୍ରହ ଓ ବିଭିନ୍ନ କଥା ମନେ ରଖିବାର ସ୍ମୃତି ଶକ୍ତି ତାକୁ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇଛି |ଏହି ପିଲାଟି ପାଇଁ ଆଜି ତାର ପରିବାର ସହିତ ତାର ଦେଶ ମଧ୍ୟ୍ୟ ଗର୍ବିତ, ତେବେ ଆସନ୍ତୁ ଏହି ପିଲାଟିର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ତୁଳସୀ ଦୁଇ ପତ୍ରରୁ ବସିଲା ପରି ଜଣେ ବଡ ମଣିଷ ହେବକି ନାହିଁ ତାହା ମଧ୍ୟ୍ୟ ଛୋଟ ବେଳୁ ତାର ବ୍ୟବହାରରୁ ଜଣା ପଡିଥାଏ |ତାର ଆଗ୍ରହ ଓ ଉତ୍ସାହ ଜଣାଇ ଦିଏ ଯେ ସେ ଭବିଷ୍ୟତରେ କଣ କରିବ |ଜଣେ ପିଲାକୁ ଗଢି ତୋଳିବା ସମ୍ପୂର୍ଣ ଭାବରେ ତାର ମା ଓ ତାର ପରିବାର ଉପରେ ନିର୍ଭର କରେ |ଏତେ ଛୋଟ ବୟସରୁ ନିଜର ବିଚକ୍ଷଣ ସ୍ମୁତି ଶକ୍ତିପାଇଁ ଭାରତରେ ଏହି ବିରଳ ରେକଡ଼ ହାସଲ କରିଛି |ଯାଜପୁର ଜିଲ୍ଲାର ବଦୁଅଁ ପଂଚାୟତ ପାନ୍ତିଆ ଗାଁର ସମ୍ୟରଞ୍ଜନ ପ୍ରଧାନ ଏବଂ ଅମିତା ସାହୁଙ୍କ ଏକ ମାତ୍ର ସନ୍ତାନ ସ୍ୱସ୍ତିକ |ବୟସ ମାତ୍ର ଦୁଇ ବର୍ଷ ଚାରିମାସ,ସେ ଛୋଟ ବୟସରୁ ଥଲସେମିଆ ରୋଗରେ ପୀଡିତ ଅଛନ୍ତି |
ଏତେ ଦୁଃଖ ଭିତରେ ତାର ପରିବାର ଲୋକ ସ୍ୱସ୍ତିଙ୍କ ଛୋଟ ବେଳୁ ବିଚକ୍ଷଣ ବୁଦ୍ଧି ଏବଂ ପାଠ ପଢ଼ିବାର ଆଗ୍ରହ ଦେଖି, ତାଙ୍କୁ ବିଭିନ୍ନ କଥା ବିଷୟରେ ଶିକ୍ଷା ଦେଇଥିଲେ |ସ୍ୱସ୍ତିକ ଏହି ଗୁଡିକ ଅତି ସହଜରେ ମନେମଧ୍ୟ ରଖିପାରୁଥିଲେ, ତେଣୁ ତାଙ୍କର ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଇଣ୍ଡିଆ ଵୋକ ଅଫ ରେକର୍ଡରେ ଫର୍ମ ପକାଇଥିଲେ ପରେ ପରେ ମାତ୍ର ସାତ ଦିନ ଭିତରେ ପିଲାଟି କୋଡିଏଟି ଟପିକ ଉପରେ ସେ ପ୍ରାଞ୍ଜଳ ଭାବରେ କହିପାରିଥିଲେ |ଏତେ ଅଳ୍ପ ସମୟରେ ଭିତରେ କୋଡିଏଟି ବିଷୟ ଉପରେ ଉତ୍ତର ଦେଇ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି |ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହିତ ତାଙ୍କୁ ଏହି ସଂସ୍ଥା ତରଫରୁ ମେଡାଲ ମଧ୍ୟ୍ୟ ମିଳିଛି,ଏହା ସମ୍ଭବ ହୋଇପାରିଛି ତାର ମାର ପରିଶ୍ରମ ଓ ସ୍ୱସ୍ତିକର ଆଗ୍ରହ ଯୋଗୁଁ |
ସ୍ୱସ୍ତିକଙ୍କ ଏହି ଥାଳସେମିଆ ରୋଗ ପାଇଁ ତାଙ୍କୁ ପ୍ରତ୍ୟେକ ମାସ ରକ୍ତ ପରିବର୍ତନ ପାଇଁ ଯାଜପୁର ବଡ ମିଡିକାଲ କୁ ନିଆଯାଏ |ଏତେ ଦୁଃଖ ଭିତରେ ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କର ପରିବାର ବର୍ଗ ସହ ବହୁତ ଖୁସି ଅଛନ୍ତି |ସ୍ୱସ୍ତିକଙ୍କ ଏହି ପ୍ରତିଭା ପାଇଁ ତାଙ୍କୁ ଶୁଭେଚ୍ଛା ଦେବାପାଇଁ ଅନ୍ୟମାନଙ୍କର ମଧ୍ୟ୍ୟ ସୁଅ ଛୁଟିଛି |ସ୍ୱସ୍ତିକ ଏହି ବିଚକ୍ଷଣ ପ୍ରତିଭା ପାଇଁ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।