AIIMS ର ରସିକିଆ ଡାକ୍ତର ବାପା ଙ୍କୁ ଚିକିତ୍ସା କରୁଥିବା ବେଳେ ଝିଅକୁ କଲେ ଗର୍ଭବତୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଏକ ଯାହାକୁ ନେଇ ଏବେ ରାଜଧାନୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଜରଧରିଛି |ତେବେ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଏମ୍ସ ଜଣେ ଡାକ୍ତର ଙ୍କୁ ପୋଲିସ ଉଠାଇ ନେଇ କୋର୍ଟ ଚାଲାଣ କରିଛି | ଆଉ ସେହି ଡାକ୍ତର ଙ୍କ ବିରୋଧରେ ଲଭ ଆଉ ସେକ୍ସ କୁ ନେଇକି ମଧ୍ୟ ଅନେକ ପ୍ରଶ୍ନ ଉଠିଛି | ଆଉ ଗର୍ଭବତୀ କରାଇ ଡାକ୍ତର ଜଣଙ୍କ ଗର୍ଭ କୁ ନଷ୍ଟ କରେଇବା କଥା ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |ତେବେ କଣ ପାଇଁ ପୋଲିସ ଡାକ୍ତର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆସନ୍ତୁ ସେ ବିଷୟରେ ଜାଣିବା |

ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ପୂର୍ବରୁ ଜଣେ ଯୁବତୀ ତାଙ୍କ ବାପା ଙ୍କ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲ କୁ ଆସିଥିଲେ ଓ ସେଠାରେ ତାଙ୍କ ବାପା ଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା ବୋଲି କୁହାଯାଇଛି |ତେବେ ଦୁଇ ବର୍ଷ ପୂର୍ବରୁ ଗଢ଼ିଉଠିଥିବା ସମ୍ପର୍କ ଧୀରେ ଧୀରେ ଶାରୀରିକ ସମ୍ପର୍କ ରେ ପରିଣତ ହେଇଥିଲା | ତା’ କିଛି ଦିନ ପରେ ଯେତେବେଳେ ଯୁବତୀ ଜଣଙ୍କ ଗର୍ଭବତୀ ହେଇଥିଲେ ସତେବେଳେ ରସିକିଆ ଡାକ୍ତର ତାଙ୍କର ପିଲା ନଷ୍ଟ କରିବା ପାଇଁ ଯୁବତୀ ଜଣଙ୍କୁ ପରାମର୍ଶ ଦେଇଥିଲେ |

ତାପରେ ଯୁବତୀ ଜଣଙ୍କ ପ୍ରେମିକ ଡାକ୍ତର ଙ୍କ କଥା ରେ ପଡି ତାଙ୍କର ଗର୍ଭ କୁ ନଷ୍ଟ କରିଦେଇଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ତାଙ୍କ ପ୍ରେମିକ ଡାକ୍ତର ତାଙ୍କୁ ପ୍ରତାରଣା ଦେଇଥିଲେ | ତେବେ ପ୍ରତାରଣା ର ନିଆଁରେ ଜଳୁଥିବା ଯୁବତୀ ଜଣକ ଏବେ ତାଙ୍କ ପ୍ରେମିକ ଡାକ୍ତର ଙ୍କ ନାଁରେ ମହିଳା ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ ତାପରେ ପୋଲିସ ତାହାର ତଦନ୍ତ ଆରମ୍ଭ କରିବା ସହିତ ଡାକ୍ତର ଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ ହେଲେ ଡାକ୍ତର ଙ୍କୁ ପାଇନଥିଲେ |

ତେବେ ପୋଲିସ ବହୁତ ଖୋଜା ଖୋଜି କରିବା ପରେ ଆଜି ଏମ୍ସ ହସ୍ପିଟାଲ ରୁ ଡାକ୍ତର ଙ୍କୁ ଉଠାଇବା ସହିତ ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ସଂଗୀନ ଦଫା ଲଗାଇବା ଜଣା ପଡିଛି | ତେବେ ଦଫା ସଂଖ୍ୟା 493,417,323,420 ଏବଂ 506 ଏପରି ବିଭିନ୍ନ ଦଫା ଆଧାର ରେ ପୋଲିସ ରାସକିଆ ଡାକ୍ତର ବାବୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଦୁଇବର୍ଷ ପୂର୍ବ ଯୁବତୀ ଜଣଙ୍କ ଏମିତି କିଛି ଅଭିଯୋଗ ଆଣୁନଥିଲା ବେଳେ ଏବେ ହଠାତ କାହିଁକି ଯୁବତୀ ଜଣଙ୍କ ଅଭିଯୋଗ ଆଣିଲେ | ତାଙ୍କର ଗର୍ଭ ନଷ୍ଟ ହେଇଯାଇଛି ବୋଲି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ସୂଚନା ମିଳିଛି |ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment