ତୁମକୁ ଯଦି ଏତେ ବାଧୁଛି.. ବ୍ରା, ପ୍ୟାଣ୍ଟିର ପୋଷ୍ଟର ତ ଲାଗୁଛି, ତାକୁ ରାସ୍ତାରେ ଫାଡିଦେଉନ… ଏ ନେଇ କଣ କହିଲେ ଦୀପ୍ତିରେଖା , ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଚର୍ଚ୍ଚା ର ବିଷୟରେ ପାଲଟିଛି ତାହା ହେଉଛି ଭଦ୍ରକ ରେ ହୋଇଥିବା ଯାତ୍ରା ମଞ୍ଚରେ ଯାତ୍ରା କଳାକାର ଙ୍କ ଉପରକୁ ଜୋତା ଫୋପାଡ଼ିବାର ଘଟଣା | ଆଉ ଯାହାକୁ ନେଇକି ତୀବ୍ର ପ୍ରତିକ୍ରିୟା ମଧ୍ୟ ଅନେକ ଲୋକଙ୍କର ଦେଖିବାକୁ ମିଳିଛି | ଆଉ ଯାତ୍ରା ରେ ହେଉଥିବା ଏହିଭଳି ଡାନ୍ସ କୁ ନେଇକି ବର୍ତ୍ତମାନ ମୁହଁ ଖୋଲିଛନ୍ତି ଦିପ୍ତୀରେଖା ଆଉ କହିଛନ୍ତି କି ମହିଳା ଜଣଙ୍କର ଯଦି ଏହି ସବୁ ଡାନ୍ସ ପସନ୍ଦ ନ ଥିଲା ତାହେଲେ ସେଠାକୁ କଣ ପାଇଁ ଯାଉଥିଲେ ଯାତ୍ରା ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ବି କାଳୀପୂଜା ଅବସରରେ ଭଦ୍ରକ ରେ ଆୟୋଜନ କରାଯାଇଥିଲା ଏକ ବିରାଟ ଯାତ୍ରା ର ମଞ୍ଚ | ଆଉ ଯେଉଁଠି ଜଣା ପଡିଛି କି ଚରମ୍ପା ଯାତ୍ରା ଅଞ୍ଚଳରେ ରାଜନନ୍ଦିନୀ ଯାତ୍ରା କମିଟି ତରଫରୁ ଏକ ବିରାଟ ଯାତ୍ରା ର ଆୟୋଜନ ହୋଇଥିଲା | ଆଉ ସେଠାରେ ରାଣୀ ପ୍ରିୟଦର୍ଶିନୀ ଡାନ୍ସ କରୁଥିବା ବେଳେ ତାଙ୍କର ଡାନ୍ସ କୁ ଅଶ୍ଳୀଳ ବୋଲି କହି ଜୋତା ଫୋପାଡ଼ିବାକୁ ଲାଗିଥିଲେ ମହିଳା ଜଣକ | ଆଉ ଯାହାକୁ ନେଇକି ମୁହଁ ଖୋଲିଛନ୍ତି ଦିପ୍ତୀରେଖା |

ତେବେ ତାଙ୍କର କହିବା କଥା କି ଯାତ୍ରା ମାନେ ସେଥିରେ ହଟ ଆଇଟମ ଡାନ୍ସ ରହିବ | ଆଉ ଆପଣ ମାନେ ଜାଣିଛନ୍ତି କି ଯାତ୍ରା ଗୁଡିକ ବିଶେଷ କରିକି ଆମ ଯୁବ ପିଢ଼ି ମାନଙ୍କ ପାଇଁ ହୋଇଥାଏ | ଯଦି ଆପଣ ଜାଣିଥିଲେ ତାହେଲେ କଣ ପାଇଁ ଯାତ୍ରା ଦେଖିବା ପାଇଁ ଯାଉଥିଲେ | ତାହା ବ୍ୟତୀତ ରାସ୍ତା ରେ ଯେତେବେଳେ ଇନର ଆଉ ପେଣ୍ଟି ର ଏଡଭେଟାଇଜମେଣ୍ଟ ପାଇଁ ପୋଷ୍ଟର ମରା ଯାଉଛି ସେଠାରେ ଜୋତା ମାଳ ଦେଉ ନାହାନ୍ତି କାହିଁକି | ଏହା ବ୍ୟତୀତ ତାଙ୍କର କହିବା କଥା କି ସେ ହେଉଛନ୍ତି ଜଣେ କଳାକାର ଆଉ ତାଙ୍କ ଉପରକୁ ଏହି ଭଳି ଭାବରେ ଜୋତା ପକାଇବା ଅତ୍ୟନ୍ତ ନିନ୍ଦନିୟ କଥା ଅଟେ |

ଆଉ ଯାହା କହିଛନ୍ତି କି ଯାତ୍ରା ରେ ସେହି ଭଳି ଡାନ୍ସ ରହିଥାଏ ଯାହା କୁ ଲୋକ ମାନେ ପସନ୍ଦ କରୁଛନ୍ତି ଆଉ ବିଶେଷ କରିକି ମିଡିଲ କ୍ଲାସ ଆଉ ତଳ ଶ୍ରେଣୀର ଲୋକ ମାନେ ସେମାନଙ୍କର କର୍ମ ମୟ ଜୀବନରୁ ରିଲାକ୍ସ ପାଇବା ପାଇଁକି | ତେବେ ଆପଣ ଯଦି ଭଦ୍ର ତାହେଲେ ଆପଣଙ୍କୁ ଯଦି ତାହା ଭଲ ନ ଲାଗିଲା ତାହେଲେ ଡାନ୍ସ ହେଉଥିବା ସ୍ଥାନରୁ ଉଠିକି ପଳେଇ ଅସିଥାନ୍ତେ | ଏହିଭଳି ଭାବରେ ଜୋତା ଫୋପାଡ଼ିବା ସମ୍ପୂର୍ଣ୍ଣ ଭୁଲ ଅଟେ, ଆଉ ଯାତ୍ରା କମିଟି ତରଫରୁ ସେମାନଙ୍କୁ ପ୍ରୋଟେକ୍ସନ ଦେବା ନିହାତି ଆବଶ୍ୟକ ହୋଇଥାଏ ବୋଲି କହିଛନ୍ତି ଦିପ୍ତୀରେଖା ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment