Odisha News Portal

ସୁପ୍ରିକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ନୂଆ ବୋହୂ କୁ ଯୌତୁକ ମାଗୁଥିଲେ କରନ୍ତୁ ଏହି କାମ….ଶ୍ୱଶୁର ଘର ଜୀବନରେ କେବେ ବି ମାଗିବେ ନାହିଁ….

ସମାଜର ପ୍ରତ୍ୟେକ ବାପା ମା ଝିଅ ଟିର ବିବାହ ସମୟରେ ଶାଶୁଘର ଲୋକଙ୍କୁ ଅନେକ ପ୍ରକାର ଯୌତୁକ ଦେଇଥାନ୍ତି । ଯେପରି ଝିଅର କୌଣସି ପ୍ରକାର ଅସୁବିଧା ନହେଉ ସେ ଭଲରେ ସୁଖଶାନ୍ତିରେ ଶାଶୁଘରେ ରହୁ । କିନ୍ତୁ ସମାଜରେ ଏମିତି କିଛି ପରିବାର ରହିଛନ୍ତି , ଯେଉଁମାନେ ଯୌତୁକ ଆଣିନଥିବା ବୋହୂଙ୍କୁ ଅନେକ ପ୍ରକାର ନିର୍ଜାତନା ଦେଉଛନ୍ତି । ଅନେକ ଝିଅ ବୋହୂ ମାନେ ନିର୍ଜାତନାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ଏନେଇ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି , ଘର ନିର୍ମାଣ ପାଇଁ ଟଙ୍କା ମାଗିବା ମଧ୍ୟ ଗୋଟିଏ ଅପରାଧ ବୋଲି କୁହାଯିବ ।

ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବା ଉଚିତ୍ , ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ ଗୁଡିକୁ ଯୌତୁକ ଭାବରେ ପରିଗଣିତ କରାଯିବ । ଜମିବାଡି , ସମ୍ପତ୍ତି , ସୁନା ,ରୂପା , ଘରନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସଏନ୍ ଭୂପାନ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏ ରାୟ ଶୁଣାଇଛନ୍ତି । ଆଇପିସି ଧାରା 304 B ଓ ଆତ୍ମହତ୍ୟା ପାଇଁ ଉସକାଇବା ଅପରାଧରେ ଅନ୍ତର୍ଭୁକ୍ତ ହେବ ବୋଲି ସର୍ବଚ୍ଚୋ ନ୍ୟାଳୟ ନିର୍ଦ୍ଦେଶ ଦେଇଛି ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ମହିଳାଙ୍କ ଠାରୁ ଘରୋଇ ନିର୍ମିାଣ ପାଇଁ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁର ବାରମ୍ୱାର ଟଙ୍କା ଦାବି କରୁଥିଲେ । ହେଲେ ମହିଳାଙ୍କ ପରିବାର ଲୋକେ ଟଙ୍କା ଦେବା ପାଇଁ ସମର୍ଥ ନଥିଲେ ଏବଂ ଦେଇ ପାରି ନଥିଲେ । ଟଙ୍କା ପାଇଁ ମହିଳାଙ୍କୁ ଲଗାତାର ହଇରାଣ କରିବା ସହ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଯେଉଁଥି ପାଇଁ ମହିଳା ଜଣକ ଆତ୍ମହତ୍ୟା କରିଥିଲେ , ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଶୁଣାଣି କରି କହିଥିଲେ ଯେ ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରାଯିବାକୁ ଯୌତୁକ ଭାବରେ ଗ୍ରହଣ କରାଯିବ ନାହିଁ ।

ମାତ୍ର ଏହି ରାୟକୁ ଖାରଜ କରି ଦେଇଛନ୍ତି ସର୍ବଚ୍ଚୋନ୍ୟାଳୟ , ଆଇନର ଉଦ୍ଦେଶ୍ୟ ପୂରଣ କରୁ ନଥିବା ତଥା ବାଧା ସୃଷ୍ଟି କରୁଥିବା ଏହି ନିୟମକୁ ପରିବର୍ତ୍ତନ କରାଯିବା ଉଚିତ୍ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ । ଯୌତୁକ ବିରୋଧୀ ଆଇନ ମାମଲାରେ ଏହା ପ୍ରଜୁଜ୍ୟ ଅଟେ , କାରଣ ଆମ ସମାଦରେ ଯୋତୁକ ଜନିତ ଅପରାଧ ଥମୁନି । ଗଭୀର ଭାବରେ ଲୋକମାନଙ୍କୁ ପ୍ରଭାବିତ କରୁଛି , ଶିକ୍ଷିତ ଲୋକଙ୍କ ଠାରୁ ଆରମ୍ଭ କରି ଅପାଠୁଆ ସମସ୍ତେ ଯୌତୁକକୁ ଉପହାର କହି ପାର ପାଇବାକୁ ଚେଷ୍ଟା କରୁଥିବା କୋର୍ଟ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।