ଛିଃ ଛିଃ…. ଛୋଟ ଜାତି ହୋଇ ଥିବାରୁ ଶବ ପାଇଁ ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ମନା କଲେ ଗ୍ରାମବାସୀ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ନିଶ୍ଚିତ ଜାଣିଥିବେ ଯେ ଜାତି ପ୍ରଥା କେବେଠୁ ଉଠିଗଲାଣି |ଉଚ୍ଚ ନୀଚ ଜାତି ଆଉ କିଛି ନାହିଁ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି |ପ୍ରତ୍ୟେକ ଦିନ ଆପଣ ସୋସିଆଲ ମିଡିଆରେ ଅନେକ ଘଟଣା ଶୁଣିବାକୁ ପାଉଥିବେ ହେଲେ ଆଜି ପ୍ରଯ୍ୟନ୍ତ ଲୋକଙ୍କ ମନରେ ଏହି ଜାତିପ୍ରଥା ରହିଛି ତାହା ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ | ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଏହି ନୀଚ ଜାତିର ଲୋକମାନଙ୍କ ପାଇଁ ମସାଣିରେ ଶବ ପୁଡିବା ବନ୍ଦ କରିଛନ୍ତି ଗ୍ରାମର ଲୋକେ |ସେମାନେ ଜାତିରେ ନୀଚ ବୋଲି ଗାଁରେ ତାଙ୍କର କୌଣସି ଅଧିକାର ନାହିଁ, ଆସନ୍ତୁ ବନ୍ଧୁଗଣ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଯୁଗ ଯେତେ ଆଗକୁ ଗଲେ ମଧ୍ୟ୍ୟ ସବୁ ଲୋକମାନଙ୍କ ମନରୁ ଏ ପ୍ରଯ୍ୟନ୍ତ ଉଚ୍ଚ ନୀଚ ଭାବନା ଲିଭିନାହିଁ |ଇତିହାସରେ ଆମେ ଜାତିକୁ ନେଇ ଭିନ୍ନ କଥା ପଢିଥିଲୁ କିନ୍ତୁ ବର୍ତମାନ ତ ଆଉ ସେହି ଜାଣିଆଣ ଭାବ ନାହିଁ, ଏହି ପ୍ରଥା କେବେଠୁ ଉଠିଗଲା | ଏହି ଉଚ୍ଚନୀଚ ଭେଦଭାବ ଦେଖାଦେଇଛି ଜଳେଶ୍ୱର ବ୍ଲକ ଚମାରା ପଂଚାୟତ ଚାଫଳା ଗ୍ରାମରେ,ଆଜକୁ ପ୍ରାୟ ତିରିଶ ବର୍ଷ ଧରି ରାମଚନ୍ଦ୍ର ମାଲ ତାଙ୍କ ପରିବାର ସହ ରହିଆସୁଛନ୍ତି |ତାଙ୍କର ଏକ ମାତ୍ର ପୁଅ ସୁରେନ୍ଦ୍ର ମାଲ ତାଙ୍କର ବୟସ ପ୍ରାୟ 46ବର୍ଷ ହେବ,ଗତକାଲି ରାତିରେ ପ୍ରାୟ ଦଶ ଘଟିକା ସମୟରେ ଶୁଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଥିଲା |ଘରଲୋକେ ତାଙ୍କୁ ଜଳେଶ୍ୱର ହସ୍ପିଟାଲ ନେଇଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ |

ଏହି ଲୋକମାନେ ଅତିନିରୀହ ହୋଇଥିବାରୁ ସେଠାରୁ ଶବକୁ ପୋଷ୍ଟବଟମ ନକରି ଘରକୁ ଆଣିଥିଲେ ମାତ୍ର ଏହି ସମୟରେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରକାନ୍ତ ମଲିକ ଘଟଣାସ୍ଥଳରେ ପହଂଚି ପୋଷ୍ଟବଟମ କାହିଁକି କଲନାହିଁ ବୋଲି ପଚାରି ସେମାନଙ୍କୁ ପୁଣି ପୋଷ୍ଟବଟମ ପାଇଁ ହସ୍ପିଟାଲକୁ ପଠାଇଥିଲେ |ଦିନ ଚାରିଟା ସମୟରେ ଶବ ଗାଁକୁ ଆସିଥିଲା ମାତ୍ର ଗାଁ ଶ୍ମଶାନରେ ଶବଦାହ କରାଇଦେବେନି ବୋଲି ଅଭିଯୋଗ କରିଥିଲେ ଗ୍ରାମର ଲୋକେ |ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିବା ପରେ ମଧ୍ୟ୍ୟ କୌଣସି ସମାଧାନ ହୋଇପାରି ନଥିଲା |

ଗ୍ରାମର କିଛି ଲୋକ ଅଡ଼ି ବସିଥିଲେ ସେମାନେ ଜାତିରେ ନୀଚ ଜାତି ଅଟନ୍ତି,ଗାଁ ଶ୍ମଶାନରେ ନୀଚଜାତି ଲୋକେ ଶବ ଦାହ କରିପାରିବେ ନାହିଁ |ସେମାନେ ସ୍ୱୀକରପୁର ନଦୀ ଘାଟରେ ଶବ ଦାହ କରନ୍ତୁ, ମାତ୍ର ତାଙ୍କର ପରିବାର ଲୋକେ ଏହି ଗ୍ରାମରେ ଦୀର୍ଘ 30ବର୍ଷ ହେଲାନି ରହିଲେଣି ତେଣୁ ତାଙ୍କର ଏହି ଗ୍ରାମରେ ଅଧିକାର ରହିଛି ବୋଲି ସାବ୍ୟସ୍ତ କରିଥିଲେ |ଏମିତି ବହୁତ ସମୟ ବିତିଗଲା ମାତ୍ର ଶବଦାହ ହୋଇପାରିଲା ନାହିଁ | ଉଚ୍ଚ ନୀଚଜାତିର ଭେଦ ଭାବ ପାଇଁ ଶବଟି ଗାଁରେ ପଡ଼ିରହିଛି ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment