ସପ୍ତାହରେ ୨ଥର ପିଅନ୍ତୁ ଗ୍ୟାସ୍, ଏସିଡ଼ିଟି ( Gas,Acidity ) ମୂଳରୁ ଶେଷ ହୋଇଯିବ | Home Remedies

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ମନୁଷ୍ୟ ର ସବୁଠୁ ମୂଲ୍ୟବାନ ସମ୍ପଦ ହୋଇଥାଏ | ତେବେ ଏହି ଆମ ଶରୀରରେ ଦେଖାଯାଉଥିବା ଗ୍ୟାସ, ଏସିଡିଟି ଓ କବଚ ଏମିତି ଏକ ସମସ୍ୟା ଯାହା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ | ତେବେ ଆମ ଶରୀରରେ ଯୋଗୁ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ଦେଖା ଯାଇଥାଏ ତାହେଲେ ଏହାର ପୁରା ପ୍ରଭାବ ଆମର ଶରୀର ଉପରେ ପଡିଥାଏ | ଆଉ ଯାହା ଆମର ତ୍ୱଚା ଓ କେଶ ର ମଧ୍ୟ ସମସ୍ୟା କରେଇଥାଏ ଓ ତାହା ଆମର ଦିନ ର ବିଭିନ୍ନ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ତେବେ ଯଦି ଆପଣ ମଧ୍ୟ ଏହିଭଳି କିଛି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ କେତେକ ଘରେଇ ଉପଚାର ବିଷୟରେ ଆସନ୍ତୁ ନଜର ପକାଇବା |

ଆବଶ୍ୟକୀୟ ଉପକରଣ :-

ଜିରା, ଧଣିଆ ଗୋଟା, ଜୁଆଣି, ଶୁଣ୍ଠୀ ପାଉଡର, କଳା ଲୁଣ, ପୁଦିନା ପାଉଡର, ହଳଦୀ, ତ୍ରିଫଳା, ଲେମ୍ବୁ, ଜଡା ତେଲ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1- ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଗ୍ୟାସ ରେ ଗୋଟିଏ କଢେଇ ବସେଇ ସେଥିରେ ଗୋଟିଏ ଚାମଚ ଜିରା, ଗୋଟିଏ ଚାମଚ ଧଣିଆ ଆଉ ଗୋଟିଏ ଚାମଚ ଜୁଆଣି ନେଇ ତାହାକୁ ଭଲ ଭାବରେ ଭାଜି ଦେବା ଆଉ ପେଷ୍ଟ ପ୍ରସ୍ତୁତ କରିବା | ତାହା ପରେ ସେଥିରେ ଆମେ ମିଶାଇବା ହାଫ ଚାମଚ ହଳଦୀ ଗୁଣ୍ଡ, ତାହା ପରେ ସେଥିରେ ଶୁଣ୍ଠୀ ପାଉଡର, ଓ ପୁଦିନା ପତ୍ର ପାଉଡର ଓ ଶେଷରେ ସେଥିରେ କଳା ଲୁଣ ମିଶାଇବା |

ତାହା ପରେ ଗୋଟିଏ ଗ୍ଲାସ ଗରମ ପାଇଁ କରିକି ସେଥିରେ ଏହି ସବୁ ଉପାଦାନ ଗୁଡିକୁ ମିକ୍ସ କରିବା | ଆଉ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେବା | ତାହା ପରେ ରାତିରେ ଶୋଇବା ପୂର୍ବରୁ ଏହି ପେଷ୍ଟ ରୁ ପ୍ରସ୍ତୁତ ପାଣି କୁ ବ୍ୟବହାର କରିବା | ଯାହା ଯୋଗୁ ପେଟରେ ଗ୍ୟାସ ଓ କବଚ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ |

2- ତେବେ ଦ୍ୱିତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ତ୍ରିଫଳା ଗୁଣ୍ଡା ଯାହାକୁ ଆମକୁ ବିଭିନ୍ନ ପ୍ରକାରର ଷ୍ଟୋର ରୁ ମିଳିଯିବ | ତେବେ ଗରମ ପାଣି କୁ ନେଇକି ଏହି ତ୍ରିଫଳା ପାଉଡର କୁ ମିଶାଇବା ଓ ତାହାକୁ ରାତିରେ ପିଇବା ଯୋଗୁ ଆମର କବଚ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

3- ତେବେ ଆମର ତୃତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଉଷୁମ ପାଣି ର ଆବଶ୍ୟକତା ରହିଛି | ତାହା ପରେ ସେହି ପାଣିରେ ଗୋଟିଏ ଚାମଚ କଳା ଲୁଣ ମିଶାଇବା ଓ ତାହା ପରେ ଜଡା ତେଲ ଗୋଟିଏ ଚାମଚ ମିଶାଇବା |ଆଉ ସେହି ପାଣିକୁ ପିଇବା |

ତାହା ବ୍ୟତୀତ ଅମୃତ ଭଣ୍ଡା ଓ ହଳଦୀ କ୍ଷୀର କୁ ମଧ୍ୟ ବ୍ୟବହାର କରିକି ଆମର ଗ୍ୟାସ,ଏସିଡିଟି ଓ କବଚ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment