Odisha News Portal

ଆଶ୍ଚର୍ଯ୍ୟ – ବିଶ୍ୱରେ ମାନବ ଜାତିରେ ପ୍ରଥମ ! ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେଲା ଶିଶୁ ପୁତ୍ର, ପୁରା ଘଟଣା ଜାଣିଲେ ହେବେ ତାଯୁବ

ଆଜିର ଏହି ବିଜ୍ଞାନ ଯୁଗ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଆମ ସାମ୍ନା କୁ ଆସିଛି ଯାହାକୁ ପ୍ରାୟତଃ ଆମେ ସୋସିଆଲ ମିଡ଼ିଆ ଜରିଆ ରେ ଶୁଣିବାକୁ ପାଉଛି । ଏମିତି ଅନେକ ଘଟଣା ଶୁଣିବାକୁ ମିଳୁଛି ଯାହା ସାଧାରଣ ଲୋକ ମାନଙ୍କ ଭାବନା ବାହାରେ ଅଟେ । ଆଉ ଅନେକ ସମୟ ରେ କୁହାଯାଏ ବିଜ୍ଞାନ ର ବୃଦ୍ଧି ଯୋଗୁଁ ଏମିତି ସବୁ ଘଟଣା ଶୁଣିବାକୁ ମିଳୁଛି। ଆଜି ବି ଠିକ୍ ଆପଣଙ୍କୁ ଆମେ ସେମିତି ଏକ ଘଟଣା ବିଷୟ ରେ ଅବଗତ କରାଇବୁ ଯେଉଁଠି ଜଣେ ଶିଶୁ ବର୍ତ୍ତମାନ ତିନୋଟି ଯୌନଙ୍ଗ ସହିତ ଜନ୍ମ ଗ୍ରହଣ କରିଛି। ଘଟଣା ହୁଏତ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ଟି ସମ୍ପୂର୍ଣ ସତ ଅଟେ । ତେବେ କେଉଁଠି ଘଟିଛି ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆସନ୍ତୁ ଜାଣିବା ;

ଇରାକର ମୋସୁଲ ସହରର ଡୁହୋକରେ ମାନବ ଇତିହାସ ରେ ପ୍ରଥମ ଥର ପାଇଁ ଜନ୍ମ ଗ୍ରହଣ କରିଛି ତିନି ଯୌନାଂଗ ବିଶିଷ୍ଟ ସନ୍ତାନ । ପ୍ରଥମ ପର୍ଯ୍ୟାୟରେ ଏହି ଶିଶୁ ଟିର ଯୌନାଂଗ ଫୁଲି ଥିବାର ଦେଖି ଘର ଲୋକ ତାକୁ ହସ୍ପିଟାଲ୍ ରେ ଭର୍ତ୍ତି କରାଇ ଥିଲେ କିନ୍ତୁ ଏହାପରେ ସତ୍ୟତା ସାମ୍ନା କୁ ଆସିଥିଲା ।

ସୂଚନା ଅନୁସାରେ ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ସର୍ଜରୀ କେସ୍ ରିପୋର୍ଟ ଅନୁସାରେ ଏହା ପ୍ରଥମ ମାମଲା ଅଟେ ଯେଉଁଠି ତିନୋଟି ପେନିସ ବା ଟ୍ରିପହେଲିଆ ଦେଖିବାକୁ ମିଳିଛି। ବିଶେଷଜ୍ଞ ଓ ଡାକ୍ତର ମାନଙ୍କ କହିବା ଅନୁସାରେ ଛୁଆ ଟି ଗର୍ଭସ୍ଥ ଥିବା ସମୟ ରେ ଏହାର ସଠିକ୍ ଚିକିତ୍ସା ହୋଇ ପାରି ନଥିଲା କିମ୍ବା ଛୁଆ ଟିକୁ ଦିଆ ଯାଉଥିବା ମେଡ଼ିସିନ୍ ସଠିକ୍ ଭାବେ ଛୁଆ ଟି ପାଖରେ ପହଞ୍ଚି ପାରୁ ନଥିଲା ଯେଉଁଥିପାଇଁ ଏପରି ପରିସ୍ଥିତି ଦେଖିବା ପାଇଁ ମିଳିଛି । ମେଡିକାଲ୍ ସାଇନ୍ସ ରେ ଏହା ପ୍ରଥମ ଓ ବିରଳ କେଶ ଅଟେ ଯାହା ପୂର୍ବରୁ ଦେଖିବାକୁ ମିଳି ନଥିଲା ।

ସୂଚନା ଅନୁସାରେ ନିୟୁୱର୍କ ପୋଷ୍ଟର ସୂଚନା ଅନୁସାରେ ପିଲା ଟି ଜନ୍ମ ସମୟ ରେ ଠିକ୍ ଥିଲା କିନ୍ତୁ ଯେତେବେଳେ ଛୁଆ ଟିକୁ ତିନି ମାସ ହେଲା ଛୁଆ ଟିର ଯୌନାଂଗ ଧୀରେ ଧୀରେ ଫୁଲିବାକୁ ଆରମ୍ଭ ହେଇଥିଲା। ଏହା ଦେଖି ଛୁଆ ଟିର ଘର ଲୋକ ତାକୁ ହସ୍ପିଟାଲ୍ ନେଇ ଆସିଥିଲେ। ହସ୍ପିଟାଲ୍ ରେ ଡାକ୍ତର ଚିକିତ୍ସା ପରେ ଜାଣିବାକୁ ପାଇଥିଲେ ଯେ ମୁଖ୍ୟ ଲିଙ୍ଗର ମୂଳ ସହିତ ଅନ୍ୟ ଏକ ଲିଙ୍ଗ ସଂଲଗ୍ନ ହୋଇଥିଲା ଯାହାର ଲମ୍ବ ୨ ସେମି ଥିଲାବେଳେ ଅନ୍ୟଟିର ଲମ୍ବ ଏକ ସେଣ୍ଟିମିଟର ଥିଲା, ଯାହା ମୁଖ୍ୟ ଲିଙ୍ଗର ନିମ୍ନ ଭାଗ ସହିତ ସଂଯୁକ୍ତ ଥିଲା ଓ ଏହା ସେହି ଶିଶୁର ଆଉ ଏକ ଅଙ୍ଗ ।

ଆଉ ଜଣା ପଡି ଥିଲା ଯେ ଛୁଆ ଟିର ଗୋଟିଏ ନୁହେଁ ତିନୋଟି ଯୌନାଂଗ ଅଟେ । ଏହା ମେଡିକାଲ୍ ସାଇନ୍ସ ରେ ପ୍ରଥମ କେଶ୍ ଅଟେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।