Odisha News Portal

ସ୍ତ୍ରୀର ଏହି ତିନୋଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ କୋଟିପତି ! ଜାଣନ୍ତୁ ସେହି ମହତ୍ତ୍ବପୂର୍ଣ୍ଣ ଅଭ୍ୟାସ କଣ କଣ ?

ସ୍ତ୍ରୀର ଏହି ତିନୋଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ କୋଟିପତି । ପ୍ରତ୍ୟେକ ଝିଅର କିଛି ନାଁ କିଛି ଭଲ ଗୁଣ ରହିଥାଏ । କିନ୍ତୁ ଏହି ତିନୋଟି ଅଭ୍ୟାସ ଥିବା ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ କରିଥାନ୍ତି କୋଟିପତି । ଯେତେବେଳେ ଗୋଟେ ଝିଅ ବାହା ହୋଇ କାହା ଘରକୁ ଯାଇଥାଏ ତେବେ ସେ ସେହି ଘରକୁ ସ୍ବର୍ଗ କରି ଦେଇଥାଏ । ଭବିଷ୍ୟ ପୂରାଣ ଅନୁସାରେ ଯଦି ଆପଣ ଏକ ସୁଖ୍ ଗୃହସ୍ଥ ଜୀବନ ଚାହୁଁଛନ୍ତି ତେବେ ପୁରୁଷ ମାନେ କୌଣସି ବିଶେଷ ଗୁଣ ଥିବା ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ । ଏହି ଭଳି ସ୍ତ୍ରୀ ଲୋକମାନଙ୍କୁ ସ୍ବୟଂ ମାତା ଲକ୍ଷ୍ମୀଙ୍କର ସ୍ବରୂପ ବୋଲି କୁହାଯାଇଥାଏ । ଏମାନେ ଯେଉଁ ଗୃହକୁ ଯାଇଥାନ୍ତି ସେ ଘରେ ହସ ଖୁସି ଲାଗି ରହିଥାଏ ଏବଂ ଟଙ୍କା ପଇସାରେ ମଧ୍ୟ ଅଭାବ ରହିନଥାଏ ।

ଯେଉଁ ସ୍ତ୍ରୀ ମାନଙ୍କ ମଧ୍ୟରେ ଏହି ଭଳି କିଛି ଗୁଣ ବା ଅଭ୍ୟାସ ରହିଥାଏ ସେମାନେ ନିଜ ସ୍ବାମୀ ଏବଂ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ଏହି ସବୁ ଅଭ୍ୟାସ ଦ୍ବାରା ତାଙ୍କର ସ୍ବାମୀ ଏବଂ ପରିବାର ବହୁତ ଶିଘ୍ର ଧନବାନ ହୋଇଥାନ୍ତି । ଆଜି ଆମେ ଜାଣିବା ଯେ କେଉଁ ତିନୋଟି ଅଭ୍ୟାସ ଥିବା ସ୍ତ୍ରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ।


1. ଯେଉଁ ସ୍ତ୍ରୀ ଲୋକମାନେ ଧର୍ମରେ ମାର୍ଗରେ ଚାଲିଥାନ୍ତି ଏବଂ ନିଜର ଜୀବନକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହାସହିତ ଈଶ୍ବରଙ୍କ ଉପରେ ବିଶ୍ବାସ ରଖିଥାନ୍ତି , ସେହିଭଳି ସ୍ତ୍ରୀ ଲୋକମାନେ ବହୁତ ଭଲ ଗୁଣର ହୋଇଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁ ଘରେ ସବୁବେଳେ ହସଖୁସି ଲାଗି ରହିଥାଏ ।

2. ଯେଉଁ ସ୍ତ୍ରୀ ଲୋକମାନଙ୍କର ଇଚ୍ଛା ସୀମିତ ରହିଥାଏ ତେବେ ତାଙ୍କର ସ୍ବାମୀ ସବୁବେଳେ ଖୁସିରେ ରହିଥାନ୍ତି । ଏହାଛଡା ଯେଉଁ ସ୍ତ୍ରୀ ସବୁବେଳେ ସବୁ ପରିସ୍ଥିତିରେ ସ୍ବାମୀର ପାଖରେ ରହିଥାଏ ସେହି ଦମ୍ପତି ସବୁବେଳେ ସୁଖମୟ ଜୀବନ ଅତିବାହିତ କରିଥାନ୍ତି । ଆପଣଙ୍କ ସ୍ତ୍ରୀ ମଧ୍ୟରେ କ୍ରୋଧର ଭାବନା ନ ରହିବ ତେବେ ଆପଣଙ୍କ ଜୀବନ ସୁଖମୟ ହେବେ । ଏହି ଭଳି ସ୍ତ୍ରୀ ରହୁଥିବା ଘରେ କେବେ ବି ଧନର ଅଭାବ ରହିନଥାଏ ।

3. ସ୍ତ୍ରୀର କଥା ଏବଂ ଭାଷା ଯଦି ଭଲ ରହୁଥିବ ତେବେ ସ୍ବାମୀଙ୍କ ଘରେ ସବୁବେଳେ ଖୁସି ଲାଗି ରହିଥାଏ କିନ୍ତୁ କେତେକ ପତ୍ନୀମାନେ ଘରେ କଟୁ କଥା କହିଥାନ୍ତି ଏବଂ ସବୁବେଳେ ବିବାଦ ମଧ୍ୟ କରିଥାନ୍ତି । ତେବେ ସେହି ଘରେ ସବୁବେଳେ ଦୁଃଖ ଲାଗିରହିଥାଏ । ସେଥିପାଇଁ ସବୁବେଳେ ଘରେ ମଧୁର ବଚନ କହିବା ଉଚିତ । ଏମିତି ସ୍ତ୍ରୀମାନେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି ଏବଂ ଏମାନଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି ।

ତେବେ ଏହି ତିନୋଟି ଅଭ୍ୟାସ ଥିବା ନାରୀମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।