Odisha News Portal

ଆଠ ମାସର ଗର୍ଭବତୀ ସ୍ତ୍ରୀ ର ପେଟକୁ ଗୋଇଠା ମାରି ଦୁଇ ନିରୀହଙ୍କର ଜୀବନ ନେଲା ପିଶାଚ ସ୍ବାମୀ, ପୁରା ଘଟଣା ଦେଖିଲେ ଆପଣ ମଧ୍ୟ କହିବେ ପୁରୁଷ ନା ରାକ୍ଷାସ !

ବିବାହ ଏହା ହେଉଛି ଏକ ପବିତ୍ର ବନ୍ଧନ , ଏହି ବିବାହ ଦ୍ୱାରା ଦୁଇ ଆତ୍ମର ମିଳନ ହୋଇଥାଏ । ଦୁଇ ଅଜଣା ବ୍ୟକ୍ତି ପରସ୍ପରକୁ ଚିହ୍ନିଥାନ୍ତି , ପରସ୍ପର ବିଷୟରେ ଜାଣିଥାନ୍ତି । ଆମ ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ବନ୍ଧନର ମାନ୍ୟତା ପ୍ରଦାନ କରାଯାଇଛି । ତେବେ ଏହି ବିବାହ ବନ୍ଧନ ଦ୍ୱାରା ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି କିଛି କର୍ତ୍ତବ୍ୟ , ଭଲପାଇବା ଆଦି ରହିଥାଏ । ଯାହାକି ଦୁହେଁ ଦୁହିଁଙ୍କ ପାଇଁ ଲୋଡା ହୋଇଥାନ୍ତି , ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଦୁହେଁ ପରସ୍ପର ହାତ ଛାଡିନଥାନ୍ତି ବରଂ ଦୁଇ ଜଣ ମିଶିକରି ତାହାର ସାମ୍ନା କରିଥାନ୍ତି । ତାଙ୍କର ସେହି ଭଲପାଇବାର ସଂଙ୍କେତ ଭାବେ ଜନ୍ମ ନେଇଥାଏ ସେମାନଙ୍କର ଖୁସି ବା ଶିଶୁ ।

ମାତ୍ର ଆଜିର ସମୟରେ ବିବାହକୁ ଆଉ କେହି ପବିତ୍ର କରି ରଖୁନାହାନ୍ତି , ଏବେକାର ମନୁଷ୍ୟ ସମାଜରେ ପ୍ରତ୍ୟେକ ମନୁଷ୍ୟ ନୃଶଂସ ଭାବେ କାମ କରୁଛନ୍ତି । ଯାହା କେବେ ମନୁଷ୍ୟ ସମାଜ କଳ୍ପନା କରିପାରିବ ନାହିଁ । ଏବେକାର ମନୁଷ୍ୟ ସମାଜ ବିବାହର ସାତ ଜନ୍ମ କଣ ସାତ ଦିନ ପରେ ସେମାନଙ୍କର ସମସ୍ତ କର୍ତ୍ତବ୍ୟ . ଦେଇଥିବା କଥା ଭୁଲିଯାଉଛନ୍ତି ଏହା ସହ ନିଜର ଜୀବନସାଥୀକୁ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି ।

ତେବେ ଏତେ ତଳକୁ ଖସି ଯାଉଛି ଆମର ଏ ସମାଜ । ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ଯେଉଁଥିରେ ଜମେ ସ୍ୱାମୀ ଅତି ନୃଶସ ଭାବେ ହତ୍ୟା କରିଛି ତାର ସ୍ତ୍ରୀକୁ ଆହୁରି ଦୁଃଖଦ କଥା ଏହା କି ସ୍ତ୍ରୀ ସହିତ ତା ପେଟରେ ଥିବା ଆଠ ମାସର ସନ୍ତାନ ମଧ୍ୟ ମା ସହିତ ମରିୟାଇଛି , ଦୁନିଆକୁ ଆସିବା ଆଗରୁ ମା ପେଟରେ ସେ ମରିଯାଇଛି ।

ଆମେ ଆପଣଙ୍କୁ ଯେଉଁ କଥା ବିଷୟରେ କହୁଛୁ ସେ କଥାଟି ଖଣ୍ଡଗିରି ଥାନା ଅଞ୍ଚଳ ପଣ୍ଡା ଗଦିଆ ଗାଁରେ । ଆଠ ମାସର ଗର୍ଭବତୀ ଥିଲା ସ୍ତ୍ରୀ, ପେଟରେ ବଢୁଥିବା କଅଁଳା ଶିଶୁ ତାକୁ ବି ଜୀବନରୁ ମାରିଦେଲା ନୃଶଂସ ସ୍ୱାମୀ । ସୂଚନା ଯୋଗ୍ୟକି ନୟାଗଡ଼ ଜିଲ୍ଲା ବଲାଙ୍ଗିବନ୍ଧ ଗାଁର ପ୍ରଫୁଲ୍ଲ କୁମାର ନାୟକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମାଛିପଡ଼ା ଗାଁର ସୁର ସୁବୁଦ୍ଧିଙ୍କ ପୁଅ ବବୁଲୁ ସୁବୁଦ୍ଧିଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ସେମାନେ ଆସି ଭୁବନେଶ୍ୱର ଉପକଣ୍ଠ ଶାମପୁର ନିକଟ ପଣ୍ଡାଗଦିଆ ଗାଁରେ ଭଡାକୁ ରହୁଥିଲେ । ଶୈତାନୀ ପ୍ରକୃତିର ସ୍ୱାମୀ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଉପରେ ଅତ୍ୟାଚାର କରୁଥିଲା , ସେ ତାର ବାପାଙ୍କ ପାଖରୁ ସୁନା ଗହମା ଗାଡି ଆଦି ଦାବି କରୁଥିଲା । ଏହା ସହିତ ସେ ଯେଉଁ ଧାର କରଜ କରିଥିଲା ତାହାକୁ ସୁଝିବା ପାଇଁ ମଧ୍ୟ କହୁଥିଲା । ବବୁଲୁର ମା କୁଆଡ଼େ 2 ଲକ୍ଷ ଟଙ୍କା ଦାବି କରିଥିଲେ ଶ୍ରଦ୍ଧାଞ୍ଜଳି ବାପାଙ୍କ ନିକଟରେ ।

ଏହା ପରେ ଶ୍ରଦ୍ଧାଞ୍ଜଳି ନିଜ ବାପ ଘରେ ଆସି ରହୁଥିଲା ତେବେ ସେହି ସମୟରେ ସେ ଗର୍ଭବତୀ ଥିଲା । ଦିନେ ବବୁଲୁ ତାର ଶଶୁର ଘରକୁ ଆସିଲା ଏବେ ଶ୍ରଦ୍ଧା଼୍ଜଲି ସହ 2 ଲକ୍ଷ ଟଙ୍କା ନେଇ କଲି ଝଗଡା କଲା । ଏହି କଳି ଝଗଡା ପରେ ସେ ତାର ସ୍ତ୍ରୀକୁ ମାଡ ମାରିଲା ଏବଂ ଆଣ୍ଟୁରେ ମାରି ମାରି ତାର ସ୍ତ୍ରୀ ଏବଂ ପେଟରେ ଥିବା ଆଠ ମାସର ସନ୍ତାନକୁ ମାରିଦେଲା । ଏ ନେଇ ଝିଅର ବାପଘର ଲୋକେ ଖଣ୍ଡିଗିରି ଥାନାରେ ଜ୍ୱାଇଁ ନାଁରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ବେଳେ ଖଣ୍ଡଗିରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।