Odisha News Portal

ଆଜିଠାରୁ ହ୍ୱାଟସ ଆପ୍ ରେ ପଠାଇ ପାରିବେ ଟଙ୍କା, ଜାଣିରଖନ୍ତୁ କେମିତି ପଠାଇପାରିବେ ଏବଂ କଣ ରହିଛି ପ୍ରକ୍ରିୟା….

ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ ଖୁସି ଖବର । ଏବେ ଆପଣ ହ୍ୱାଟସ ଆପ୍ ମାଧ୍ୟମରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରି ପାରିବେ । ପ୍ରକୃତରେ, ହ୍ୱାଟସ ଆପ୍ କୁ ଭାରତରେ UPI ଆଧାରିତ payment ସେବା ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । ରିପୋର୍ଟ ଅନୁଯାୟୀ, National Payment Corporation of India (NPCI) ହ୍ୱାଟସ ଆପ୍ ଭାରତରେ UPI ଆଧାରିତ ସିଷ୍ଟମ ଲଞ୍ଚ କରିବାକୁ ଅନୁମତି ପ୍ରଦାନ କରିଛି । ହ୍ୱାଟସ ଆପ୍ ସମୟ ସହିତ ଏହାର UPI ବୃଦ୍ଧି କରିପାରିବ ।

ତେବେ ଭାରତରେ ବର୍ତ୍ତମାନ ସମୟରେ 40 କୋଟି ହ୍ୱାଟସ ଆପ୍ ବ୍ୟବହାରକାରୀ ଅଛନ୍ତି, ଯେଉଁଥିରୁ 2 କୋଟି ଲୋକଙ୍କ ପାଇଁ କେବଳ ହ୍ୱାଟସ ଆପ୍ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ । ଏନେଇ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ କମ୍ପାନୀ ଏହି ଫିଚର୍ ବିଷୟରେ କହିଛି । ତେବେ ଚାଲନ୍ତୁ ଜାଣିବା କିପରି ଏବଂ କେମିତି କରିବେ ଏଥିରେ Money Transfer ।


ତେବେ WhatsApp Pay ଲଗାତାର ଦୁଇ ବର୍ଷ ଧରି ଭାରତରେ ବିଟା ପରୀକ୍ଷଣରେ ଅଛି । Payment Process ରେ ଆସୁଥିବା କିଛି ଅସୁବିଧା ହେତୁ WhatsApp Pay ଆନୁଷ୍ଠାନିକ ଭାବରେ ଭାରତରେ ଲଞ୍ଚ ହୋଇପାରି ନାହିଁ କିନ୍ତୁ ବର୍ତ୍ତମାନ ସମୟରେ ବହୁତ ଶୀଘ୍ର ଭାରତରେ ଏହା ଲଞ୍ଚ ହେବାକୁ ଯାଉଛି । ଏହି ସେବା UPI ଉପରେ ଆଧାରିତ ହେବ ଏବଂ ଏହି ସେବା ଆରମ୍ଭରେ, ଆପଣ ଯେକୌଣସି ସ୍ଥାନକୁ ଏବଂ ଯେକୌଣସି ସମୟରେ Money Transfer କରିବାରେ ସକ୍ଷମ ହୋଇ ପାରିବେ । ତେବେ ଚାଲନ୍ତୁ ଜାଣିନେବା ଏଥି ନିମନ୍ତେ କଣ ସବୁ ପ୍ରସେସ୍ ରହିଛି ।


1. ପ୍ରଥମେ ନିଜ ମୋବାଇଲରେ WhatsApp ଆପ୍ କୁ ଖୋଲନ୍ତୁ । ଏହାପରେ ସ୍କ୍ରିନ୍ ର ଉପର ଡାହାଣରେ ଥିବା ତିନୋଟି ଡଟ୍ ବାଲା ଆଇକନ୍ କୁ ଯାଆନ୍ତୁ । ସେଠାରେ ଦିଆଯାଇଥିବା Payments ବିକଳ୍ପକୁ ଯାଆନ୍ତୁ ଏବଂ Add payment method ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣ ବିଭିନ୍ନ ବ୍ୟାଙ୍କର ବିକଳ୍ପ ବା ଅବପସନ୍ ପାଇବେ ।

2. ଏହାପରେ ଆପଣଙ୍କର ବ୍ୟାଙ୍କର ନାମ ଚୟନ କରିବେ । ଏହାପରେ ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଆପଣଙ୍କର ମୋବାଇଲ୍ ନମ୍ବର ଭେରିପିକେସନ ହେବ । ଏଥିପାଇଁ, SMS ମାଧ୍ୟମରେ ଯାଞ୍ଚ କରିବାର ଅପସନ ଉପରେ ଟ୍ୟାପ୍ କରିବେ । ନିଶ୍ଚିତ କରନ୍ତୁ ଯେ, ଆପଣଙ୍କର WhatsApp ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ନମ୍ବର ସମାନ ଅଟେ । ଯାଞ୍ଚ ସମାପ୍ତ ହେବା ମାତ୍ରେ ଆପଣଙ୍କୁ ଦେୟ ସେଟିଂସମୂହ ସଂପୂର୍ଣ୍ଣ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଅନ୍ୟ ପେମେଣ୍ଟ ଆପ୍ ପରି UPI PIN ମଧ୍ୟ ତିଆରି କରିବାକୁ ପଡିବ।


Money Transfer- ଆପଣ ଟଙ୍କା ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଚାଟ୍ ଖୋଲନ୍ତୁ ଏବଂ ସଂଲଗ୍ନକ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ । ତା’ପରେ ପେମେଣ୍ଟ ଉପରେ ଟ୍ୟାପ୍ କରନ୍ତୁ ଏବଂ ଆପଣ ପଠାଇବାକୁ ଚାହୁଁଥିବା ପରିମାଣ ଏଣ୍ଟର କରନ୍ତୁ । ଏହାପରେ, UPI ନମ୍ବର ଦିଅନ୍ତୁ ଏବଂ ପେମେଣ୍ଟ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।