ଓଡିଶାର No- 1 ସିଙ୍ଗର “ନମିତା ଅଗ୍ରୱାଲ ” କିପରି ତାଙ୍କ ଶାଶୁଙ୍କ ଯତ୍ନ ନେଉଛନ୍ତି…ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି…

ଶାଶୁ ଘରେ ବର୍ତ୍ତମାନ ସମୟରେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। ଶାଶୁ ଘରେ ଶାଶୁଙ୍କ ଯତ୍ନ ନେଉଥିବା ର ନଜର ଆସିଛନ୍ତି ନମିତା ଅଗ୍ରୱାଲ। ତାଙ୍କ ଶାଶୁଙ୍କ ସହ ଏହି ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦର୍ଶକ ମାନେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି।

ତେବେ ଆପଣ ମାନେ ଓଲିଉଡର ଜବରଦସ୍ତ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ତ ବେଶ୍ ଭଲ ଭାବରେ ଜାଣି ଥିବେ।୧୯୮୭ ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଗୀତ ଗାଇବା ଆରମ୍ଭ କରିଥିଲେ। ପିଲାଟି ଦିନରୁ ଗୀତ ପ୍ରତି ନମିତା ଅଗ୍ରୱାଲଙ୍କ ରହିଥିଲା ଅହେତୁକ ଦୁର୍ବଳତା। ଆଉ ପିଲା ଦିନରୁ ହିଁ ନେଇଥିଲେ ପ୍ରଶିକ୍ଷଣ ଆଉ ପିଲା ଦିନରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ ନମିତା। ଆଉ ନିଜର ସୁ ମଧୁର କଣ୍ଠ ପାଇ ପିଲା ଦିନରୁ ହିଁ ଜିତି ପାରିଥିଲେ ବହୁ ପୁରସ୍କାର ଏବଂ ଶ୍ରୋତାଙ୍କ ଭଲ ପାଇବା।

ତେବେ ନମିତା ଅଗ୍ରୱାଲ ୧୯୯୪ ମସିହାରେ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ଆଉ ବିବାହ ପରେ ସେମାନଙ୍କର ଦୁଇଟି ପୁଅ ହେଇଥିଲେ। ଜଣଙ୍କ ନା ସିଦ୍ଧାର୍ଥ ହୋଇଥିଲା ବେଳେ ଅନ୍ୟ ଜଣକ ନା ସାର୍ଥକ। ତେବେ ପୂର୍ବରୁ ଦୁଇ ପୁଅ ସହିତ ମଜାମସ୍ତି କରି ଥିବାର ନଜର ଆସିଥିଲେ ନମିତା ଅଗ୍ରୱାଲ। ଆଉ ଏବେ ନମିତା ଅଗ୍ରୱାଲ ନଜର ଆସିଛନ୍ତି ତାଙ୍କ ଶାଶୁଙ୍କ ସହିତ।

ତେବେ ନମିତା ଅଗ୍ରୱାଲଙ୍କ ଶାଶୁଙ୍କ ବୟସ ଶହେ ରୁ ଉର୍ଦ୍ଧ୍ବ ହୋଇ ଗଲାଣି। ତେଣୁ ନମିତା ଅଗ୍ରୱାଲଙ୍କ ଶାଶୁ ଶଯ୍ୟାଶାୟୀ ହୋଇ ଯାଇଛନ୍ତି ଆଉ ନମିତା ଅଗ୍ରୱାଲ ତାଙ୍କ ଶାଶୁଙ୍କ ଯତ୍ନ ଖୁବ୍ ଭଲ ଭାବରେ ନେଉଛନ୍ତି। ଶାଶୁଙ୍କ ଧ୍ୟାନ ରଖିବା ସହିତ ତାଙ୍କର ସେବା ମଧ୍ୟ କରୁଛନ୍ତି। ତେବେ ନମିତା ଅଗ୍ରୱାଲ ସର୍ବାଧିକ ଗୀତ ଗାଇ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟତା ହାସଲ କରି ସାରିଛନ୍ତି ବର୍ତ୍ତମାନ ସୁଦ୍ଧା ସେ ପାଞ୍ଚ ହଜାରରୁ ଅଧିକ ଓଡିଆ ଗୀତରେ କଣ୍ଠଦାନ କରି ସାରିଛନ୍ତି।


ଭଜନ ହେଉ ବା ଆଧୁନିକ ସବୁ ପ୍ରକାର ଗୀତକୁ ଖୁବ୍ ସୁନ୍ଦର୍ ଭାବେ ଗାଇଥାନ୍ତି ନମିତା ଅଗ୍ରୱାଲ। ଆଉ ତାଙ୍କର ଏହି ସୁମଧୁର କଣ୍ଠ ପାଇଁ ନମିତା ଅଗ୍ରୱାଲ ଆଜି ଓଡ଼ିଶାବାସୀଙ୍କ ହୃଦୟରେ ରାଜ କରୁଛନ୍ତି। ଆଉ ବର୍ତ୍ତମାନ ସମୟରେ ନମିତା ଅଗ୍ରୱାଲ ତାଙ୍କ ଶାଶୁ ଘରେ ଶାଶୁଙ୍କ ସେବା କରୁଛନ୍ତି। ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନମିତା ଅଗ୍ରୱାଲଙ୍କ ସହିତ ତାଙ୍କର ଘର ଲୋକ ମାନେ ମଧ୍ୟ ତାଙ୍କ ଶାଶୁଙ୍କ ଯତ୍ନ ନେଉ ଥିବାର ଭାଇରାଲ ହେଉଥିବା ଫୋଟ ଏବଂ ଭିଡିଓରେ ଦେଖିବାକୁ ମିଳୁଛି। ତେବେ ନମିତା ଅଗ୍ରୱାଲ ଓ ତାଙ୍କର ପୁରା ପରିବାର ଏବେ ବେଶ୍ ଖୁସି ଲ୍ୟରେ ଥିବାର ଜଣା ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment