ଓଡ଼ିଆ ସିନେ ଜଗତର ଭର୍ସାଟାଇଲ ଆଉ ସ୍ୱର୍ଗତ ମିହିର ଦାସଙ୍କ ଦୁଇ ପୁଅ ଅମ୍ଳାନ ଦାସ ଏବଂ ଅକ୍ଲାନ୍ତ ଦାସ।ଅମ୍ଲାନ ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ବେଳେ ଅକ୍ଲାନ୍ତ ସିନେମା ନିର୍ଦ୍ଦେଶନା ଓ ଗ୍ରାଫିକ୍ସ ଡିଜାଇନିଂ ପାଠପଢ଼ା ସାରି ସିନେମାରେ କ୍ୟାରିୟର କରିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ତା ପୂର୍ବରୁ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ତାଙ୍କ ପରିବାର, ସମ୍ପର୍କୀୟ ଓ ମିହିର ଦାସଙ୍କୁ ଭଲ ପାଉଥିବା ପ୍ରତିଟି ଫ୍ୟାନଙ୍କୁ ଆଘାତ ଦେଇଛି।
ତେବେ ଅଭିନେତା ଅମ୍ଲାନ ଏବଂ ତାଙ୍କ ସାନ ଭାଇ ଅକ୍ଲାନ୍ତ ଯେତେବେଳେ ଖୁବ୍ ଛୋଟ ଛୋଟ ହୋଇଥିଲେ ଠିକ୍ ସେତେବେଳେ ତାଙ୍କ ମା ସଙ୍ଗୀତା ଦାସ ସେମାନଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ। ଆଉ ସେତେବେଳେ ଭାଙ୍ଗି ପଡ଼ିଥିଲେ ଅମ୍ଳାନ ଓ ଅକ୍ଲାନ୍ତ। ଅମ୍ଳାନ ସେତେବେଳକୁ ଅବଶ୍ୟ ଟିକିଏ ବଡ ହୋଇ ଯାଇଥିଲେ। କିନ୍ତୁ ଅକ୍ଲାନ୍ତ ଥିଲେ ଖୁବ୍ ଛୋଟ।
ଆଉ ସେତେବେଳେ ଅଭିନେତା ମିହିର ଦାସ ଯେତେବେଳେ ନିଜ କଷ୍ଟ କୁ ଭୁଲି ସିନେମା ଆରମ୍ଭ କଲେ ସାନ ପୁଅ ଅକ୍ଲାନ୍ତ ଙ୍କୁ କିନ୍ତୁ ନାମ ନିଜ୍ ପାଖରୁ ଛାଡି ନଥିଲେ। ଯେଉଁଟି ଯେତେବେଳେ ମିହିର ଦାସ ସୁଟିଂ କରିବା ପାଇଁ ଯାଉଥିଲେ ତାଙ୍କ ସହିତ ସେ ସବୁ ସମୟରେ ସାନ ପୁଅ ଅକ୍ଲାନ୍ତ ଙ୍କୁ ନେଇ ଯାଉଥିଲେ। ଆଉ ଏ ହେଉଛି ସେହି ସମୟରେ କଥା ଯେତେବେଳେ ମିହିର ଦାସ ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଏକାଠି ମିଶି ଅଭିନୟ କରୁଥିଲେ।
ଆଉ ସେତେବେଳେ ମିହିର ଦାସ ଓ ଉତ୍ତମ ମହାନ୍ତି ଙ୍କ ପରିବାର ସହିତ ରହିଥିଲା ଘନିଷ୍ଠ ସମ୍ପର୍କ। କାରଣ ସେ ସମୟରେ ମିହିର ଦାସ ଏବଂ ଉତ୍ତମ ମହାନ୍ତି ଅପରାଜିତା ମିଶି ଅନେକ ସୁପରହିଟ ସିନେମା ଦେଇଥିଲେ। ଆଉ ସେଥିପାଇଁ ସେମାନଙ୍କ ଭିତରେ ଏକ ସୁସମ୍ପର୍କ ଗଢି ଉଠିଥିଲା। ଆଉ ଯେତେବେଳେ ଅମ୍ଲାନ ଏବଂ ତାଙ୍କ ସାନ ଭାଇ ଅକ୍ଲାନ୍ତଙ୍କୁ ତାଙ୍କ ମା ସଙ୍ଗୀତା ଦାସ ସେମାନଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ ସେତେବେଳେ ଅମ୍ଳାନ ଓ ଅକ୍ଲାନ୍ତ ଙ୍କୁ ଅଭିନେତ୍ରୀ ଅପରାଜିତା ଦେଇଥିଲେ ମାର ସ୍ନେହ। ଆଉ ସମୟ ସୁବିଧା ପାଇଲେ ଉଭୟ ପରିବାର ଏକାଠି ହେଉଥିଲେ ଏବଂ ଖୁସି ମଜା କରୁଥିଲେ।
ଅକ୍ଲାନ୍ତ ଯେତେବେଳେ ବାପା ମିହିର ଙ୍କ ସହ ସୁଟିଂ ସେଟ୍ ଯାଉଥିଲେ ସେତେବେଳେ ମା ଛେଉଣ୍ଡ ଅକ୍ଲାନ୍ତଙ୍କୁ ଅପରାଜିତା ଖୁବ୍ ଭଲ ପାଉଥିଲେ। ବାବୁଶାନ୍ ମଧ୍ୟ ଅକ୍ଲାନ୍ତ ଙ୍କୁ ଖୁବ୍ ଭଲ ପାଉଥିଲେ। ଖାଲି ଅପରାଜିତା କି ବାବୁଶାନ୍ ନୁହଁନ୍ତି। ଇଣ୍ଡଷ୍ଟ୍ରି ର ସମସ୍ତେ ଅକ୍ଲାନ୍ତ ଙ୍କୁ ଖୁବ୍ ଭଲ ପାଉଥିଲେ। ଆଉ ଅକ୍ଲାନ୍ତ ଙ୍କ ଯିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ ଅପରାଜିତା ଙ୍କ ପୁରା ପରିବାର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।