ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଘଟଣାର ଭିଡିଓ ଯାହାକୁ ଦେଖିଲେ ଏବଂ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏପରି ସାହସିକତା ପାଇଁ ଝିଅଟିକୁ ସାବାସି ମଧ୍ୟ ଦେବେ। ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବା ପାଇଁ ଯାଉଛୁ ସେହି ଘଟଣାରେ ନିଜର ବାପାଙ୍କୁ ନ୍ୟାୟ ଦେବା ପାଇଁ ଏହି ଝିଅଟି କିଭଳି ଭାବରେ ତାର କୋହ ଏବଂ ରାଗକୁ ବୟାନ କରୁଛି ତାହା ଥରେ ଦେଖନ୍ତୁ।ସେ ଯେଉଁଭଳି ଭାବରେ କହୁଛି ତାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ଚକିତ ହେବା ସହ ଖୁସି ହୋଇ ତାଳି ମାରୁଛନ୍ତି।
ତେବେ ଝିଅଟି ଯାହା କହୁଛି ସେଥିରୁ ସ୍ପଷ୍ଟ ଭାବରେ ଏହା ବାରି ହେଉଛି କି ତା ପାଇଁ ଅନ୍ୟାୟ ହୋଇଛି ବୋଲି ସେ ଅନୁଭଵ କରିଛି ଏବଂ ଏଥିପାଇଁ ସେ ସ୍ୱର ଉଠାଇବା ପାଇଁ ଆସିଛି। ତା ବାପାଙ୍କୁ ନ୍ୟାୟ ମିଳୁ ଏବଂ ତାକୁ ଉଚିତ୍ ସହଯୋଗ କରାଯାଉ ନ୍ୟାୟ ମିଳିବାରେ, ଏଥିପାଇଁ ସେ ତାର ବୟାନ ରଖିଛି। ଝିଅଟି କହିବା ଅନୁସାରେ ତା ବାପା ଉପରେ ମିଛ ମୋକଦ୍ଦମା ରେ କେଶ୍ ହୋଇ ଯାଇଛି ଏବଂ ତାର ବାପା ଜେଲ୍ ଯାଇଛି। ବହୁତ୍ ଥର ଏଥିପାଇଁ ନିବେଦନ ହୋଇଥିଲେ ବି କେହି ଶୁଣୁ ନାହାଁନ୍ତି ଏବଂ ପରେ ତାର ଅଙ୍କଲ କୁ ମଧ୍ୟ ପୋଲିସ୍ ଉଠାଇ ନେଇଛି ବୋଲି ଝିଅଟି କହୁଛି।
ଝିଅଟି କହୁଛି ପୋଲିସ୍ ଘଟଣାର ତଦନ୍ତ ନକରି କଣ ସମସ୍ତଙ୍କୁ ଜେଲ୍ ଭିତରକୁ ନେଇଯିବ। ଆମେ ବି ରାସ୍ତା ଅବରୋଧ କରିବୁ, ଧର୍ମଘଟ କରିବୁ, ଆମକୁ ବି ଜେଲ୍ ରେ ପୂରେଇ ଦିଅନ୍ତୁ।ସେ କହିଛନ୍ତି ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ଘଟଣାର ଯାଞ୍ଚ ନହୋଇ, ପୋଲିସ୍ କୌଣସି କାର୍ଯ୍ୟ ନକରିବ, ସେତେଦିନ ପର୍ଯ୍ୟନ୍ତ ସେମାନେ ସମସ୍ତେ ଧାରଣାରେ ବସିବେ। ଧାରଣା ରେ ବସିବାର ୪ ଦିନ ହୋଇ ଗଲାଣି ଏବଂ ଆହୁରି ସେମାନେ ବସିବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ।ସେ ବାର ବାର୍ କହୁଛି ଯେ ଆମେ କଣ ପ୍ରଧାନମନ୍ତ୍ରୀଙ୍କ ଝିଅ ଯେ ଆମକୁ କଷ୍ଟ ହେବନି।
ଦିନ ରାତି ପରିଶ୍ରମ କରି ଆମେ ଆମର ପେଟ ପୋଷୁଛୁ, ପଢୁଛୁ। ଆମେ କଣ ପାଠ ନପଢ଼ି ଏହିପରି ଭାବରେ ନ୍ୟାୟ ପାଇଁ ଆସି ଧାରଣା ଦେଇ ନିଜର ଭବିଷ୍ୟତ କୁ ଖରାପ କରି ରଖିବା ଏବଂ ଡିସି ଏବଂ ଏସ ପି ଙ୍କ ପିଲାମାନେ ପାଠ ପଢ଼ି ଅଫିସର୍ ବନିବେ। ଆମେ କଣ ଏହିଭଳି ଭାବରେ ଦୁଃଖ ଦୁର୍ଦ୍ଦଶା ଉପରେ ରହିବୁ, ପୁଣି ଆମକୁ ଏହିପରି ଭାବରେ ଦଣ୍ଡ ମିଳିବ ବୋଲି ଏହି ଝିଅ ଟି ଦୃଢ଼ ଭାବରେ ତାର ବୟାନ ରେ କହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।