Odisha News Portal

ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ହଟିଲା ମୋବାଇଲ୍ ଲୋନ୍ ଆପ୍ଲିକେସନ ! ଖବରଟି ନିଶ୍ଟିତ ପଢନ୍ତୁ ନଚେତ୍ ଅସୁବିଧାର ସାମ୍ନା ହୋଇପାରନ୍ତି ?ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ

0 10

ଗୁଗୁଲ୍ ଙ୍କ ବଡ ଆକ୍ସନ୍ । ପ୍ଲେ ଷ୍ଟୋର୍ ରୁ ହଟିଲା ମୋବାଇଲ୍ ଆପ୍ । ଲୋନ୍ ଆପ୍ କୁ ନେଇ ଉପୁଜି ଥିବା ସମସ୍ୟା ରେ ଗୁଗୁଲ୍ ଗୋଟିଏ ବହୁତ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ୍ ଆପ୍ଲିକେଶନ୍ କୁ ପ୍ଲେ ଷ୍ଟୋର୍ ରୁ ବାହାର କରି ଦେଇଛି ଗୁଗୁଲ୍ । ଯେଉଁ ସବୁ ଆପ୍ଲିକେଶନ୍ ଗୁଡିକ ନିୟମ କାନୁନ୍ କୁ ପାଳ କରୁନଥିଲେ ସେ ସବୁକୁ ହଟେଇ ଦିଆଯାଇଛି ।

ବିଭିନ୍ନ ମୋବାଇଲ୍ ଆପ୍ ଜରିଆରେ ଲୋକମାନେ ଋଣ ନେଇ ଠକ ଙ୍କ ଜାଲରେ ଝନ୍ଦି ହୋଇ ଯାଇଥିବାର ଅଭିଯୋଗ ପରେ 10 ଟି ଲୋନ୍ ଆପ୍ କୁ ଫ୍ୟାକ୍ କରିବା ଆରମ୍ଭ କରିଦେଇଛି ଗୁଗୁଲ୍ । ଏଥି ମଧ୍ୟରୁ 3 ଟି କୁ ପ୍ଲେ ଷ୍ଟୋର୍ ରୁ କାଢି ଦିଆଯାଇଛି । ସମସ୍ତ ମୋବାଇଲ୍ ଆପ୍ ଗୁଡିକ ଗୁଗୁଲ୍ ଚୁକ୍ତି ଠାରୁ ଆରମ୍ଭ କରି ସବୁ ନିୟମ ଭାଙ୍ଗି ଥିବା ଅଭିଯୋଗ ରହିଛି ।


ମୋବାଇଲ୍ ଲୋନ୍ ଆପ୍ ପ୍ଲେ ଷ୍ଟୋର୍ ରୁ ବାହାର କରାଯିବା ନେଇ ଗୁଗୁଲ୍ ଇଣ୍ଡିଆନ୍ ଙ୍କ ଏଣ୍ଡରେଡ୍ ସିକ୍ୟୁରିଟି ଏଣ୍ଡ ପ୍ରାଇଭେସି ର ଭାଇସ୍ ପ୍ରେସି଼ଡେଣ୍ଡ ସୁଜେନ୍ ଫ୍ଲେ ଏକ ବ୍ଲକ ଲେଖି ସେମାନଙ୍କ ସଂପର୍କରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଏପରି ଶତାଧିକ ଆପ୍ ର ବ୍ୟକ୍ତିଗତ ସମୀକ୍ଷା କରିଥିବା ଉଲ୍ଲେଖ କରିଛନ୍ତି । ଏଥିରେ ସରକାରୀ ଏଜେନ୍ସି ଏବଂ ଲୋକଙ୍କ ଦ୍ବାରା ଫ୍ଲାଗ୍ କରାଯାଇଥିବା ଆପ୍ ମାନଙ୍କର ସମୀକ୍ଷା କରିଥିଲେ ।

ଯେଉଂମାନେ ୟୁଜର ସେଫ୍ଟିର ଉଲଙ୍ଘନ କରିଥିଲେ ସେମାନଙ୍କୁ ତୁରନ୍ତ ପ୍ଲେ ଷ୍ଟୋର୍ ରୁ ହଟେଇ ଦିଯଆଇଥିବା କୁହାଯାଇଛି । ଆଉ କାର୍ଯ୍ୟାନୁଷ୍ଠାନନିଆଯାଇଥିବା ଆପ୍ଲିକେଶନ୍ ଙ୍କ ଡେଭ୍ଲୋପର୍ସକୁ ଆଇନ୍ ଏବଂ ନି୍ୟମ ପାଳନ ନେଇ ପ୍ରମାଣ ଉପସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଆପ୍ କଡାକଡି ନିୟମ ପାଳନ ନକରିବେ ସେମାନଙ୍କୁ ମଧ୍ୟ ପ୍ଲେଷ୍ଟୋର୍ ରୁ ହଟେଇ ଦିଆଯିବ ବୋଲି ସତର୍କ କରିଦିଆଯାଇଛି । ଏହାଛଡା ସମୟ ସମୟରେ ଏପରି ଆପ୍ କୁ ନୋ ଏଜେନ୍ସି ଦ୍ବାରା ଗୁଗୁଲ୍ ରିଭ୍ୟୁ କରିବ ବୋଲି କହିଛି ।

ତେବେ ଗୁଗୁଲ୍ ଯେଉଁ ଆପ୍ ଗୁଡିକ ହଟେଇ ଦେଇଛି ସେମାନଙ୍କ ଋଣ ସୁଝିବା ଲାଗି ଲୋକମାନଙ୍କୁ 60 ଦିନରୁ କମ୍ ସମୟ ଦେଉଥିଲେ । କେବଳ ଏହି 3 ଆପ୍ ନୁହଁନ୍ତି, ଆହୁରି ଅନେକ୍ ଆପ୍ ଅଛନ୍ତି ଯେଉଁମାନେ ଋଣ ପରିଶୋଧ କରିବାକୁ ବହୁତ୍ କମ୍ ସମୟ ଦେଉଛନ୍ତି । ଏହାଛଡା ଏମିତି କିଛି ଲୋନ୍ ଆପ୍ ଅଛି ଯେଉଁମାନେ 10,000ଟ. ର କ୍ଷୁଦ୍ର ଋଣ ଲାଗି ପ୍ରସେସିଂ ଫି ବାବଦକୁ ଗ୍ରାହକଙ୍କ ଠାରୁ 2,000ଟ. ଅସୁଲ୍ କରୁଛନ୍ତି ।


କେବଳ ଏତିକି ନୁହେଁ ଏହି ଆପ୍ ମାନେ 30ଦିନିଆ ଋଣ ଦେଉଥିବା ବେଳେ 60% ପର୍ଯ୍ୟନ୍ତ ସୁଧ ଆଦାୟ କରୁଥିବା ସମୀକ୍ଷା ବେଳେ ଜଣାପଡିଛି । ଭାରତୀୟ ବ୍ୟାଙ୍କମାନେ ଋଣ ଲାଗି ବାର୍ଷିକ 10-20 % ସୁଧ ନେଉଥିବା ବେଳେ ଆପ୍ ମାନେସହଜ ଋଣ ଲୋଭ ଦେଖାଇ ଲୋକଙ୍କୁ ଲୁଟୁ ଥିବା ଅଭିଯୋଗ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।