Odisha News Portal

ରାଜ୍ୟ ସରକାର ଙ୍କ ବଡ ଘୋଷଣା ! ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ନୂଆ ଶିକ୍ଷା ବର୍ଷର ପରିବର୍ତ୍ତନ ! ଜାଣନ୍ତୁ କେବେ ଆରମ୍ଭ ହେବ ଶିକ୍ଷାବର୍ଷ…..

0 6

ଏବେ ଏବେ ଆଉ କିଛି ନୂଆ ଅପଡେଟ ଆସୁଛି ଯାହାକୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଲା ମାନଙ୍କର ପାଠପଢା କୁ ନେଇ । ଯେମିତିକି ଆପଣ ମାନେ ସମସ୍ତେ ଜାଣିଛନ୍ତି ଏବେ କରୋନା ମହାମାରୀ ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଛି । ଚାଛଡା ନବମ ଶ୍ରେଣୀ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପ୍ରଥମେ ଖୋଲିବ ତା ପରେ ଅଲଗା ଅଲଗା କ୍ଲାସ ମାନଙ୍କର ସ୍କୁଲ ମଧ୍ୟ ଖୋଲି ଯିବ । ତେବେ ଚାଲନ୍ତୁ ସଂମ୍ପୂର୍ଣ୍ଣ ଅପଡେଟ ଜାଣି ଯିବା ଯାହାକି ଆସୁ ଥିବା ଆଗାମୀ ବର୍ଷ ଅର୍ଥାତ 2021 – 22 ର ପାଠ ପଢାରେ କିଛି ନୂଆ ସବଜେକ୍ଟ ମଧ୍ୟ ଇନକ୍ଲ୍ୟୁଡ ହେବାକୁ ଯାଉଛି । ତେବେ ସଂମ୍ପୂର୍ଣ୍ଣ ଅପଡେଟ ଜାଣିବା ପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଆସନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ବିଷୟ ବିଷୟରେ ।

ତେବେ ଏବେ ଏବେ ନୂଆ ଅପଡେଟ ଆସି ଯାଇଛି ଯେ , 2021 – 22 ରୁ ରାଜ୍ୟ ରେ ଆରମ୍ଭ ହେବ ଗଣିତ କଳିକା । ତେବେ ଆସନ୍ତା 2021 -22 ରୁ ରାଜ୍ୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ବିଷୟରେ ଅଧିକ ଦକ୍ଷ ଏବଂ ପାରଙ୍ଗମ କରିବା ପାଇଁ ରାଜ୍ୟ ସରକାର ଗଣିତ କଳିକା ନାମରେ କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପି ପ୍ରାଥମିକ ସ୍କୁଲ ଗୁଡିକରେ ଆରମ୍ଭ କରି ବାକୁ ଯାଉଛନ୍ତି ।


ଆଉ ଏଥି ପାଇଁ ମୋଟ 6 କୋଟି 99 ଲକ୍ଷ ଟଙ୍କା ବ୍ୟୟ କରା ଯିବ । ତେବେ ପ୍ରଥମ ପର୍ଯ୍ୟାୟରେ 20 ଟି ଜିଲ୍ଲାରେ 34 ହଜାର 6 ଶହ 42 ହଜାର ସ୍କୁଲ କୁ ଏଥି ପାଇଁ ସାମିଲ କରା ଯିବ । ରାଜ୍ୟ ରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ 36 ହଜାର 70 ଟି ସ୍କୁଲ ରହିଛି । ତେବେ ଏହି ପ୍ରାଥମିକ ଶିକ୍ଷାରେ ମୋଟ ପିଲା ଙ୍କ ର ସଂଖ୍ୟା 37 ଲକ୍ଷ 71 ହଜାର 249 ରହିଛି ।

ପ୍ରାଥମିକ ଶିକ୍ଷାରେ ପଢୁ ଥିବା ପିଲା ମାନେ ଅନେକ ବିଷୟରେ ଦୁର୍ବଳ ହୋଇ ଥିବା ବେଳେ ସର୍ବାଧିକ ଗଣିତ ରେ ହିଁ ଦୁର୍ବଳ ହୋଇଛନ୍ତି । ତେବେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ରେ ପଢୁ ଥିବା ପିଲା ମାନଙ୍କ ମଧ୍ୟରୁ 80 ପ୍ରତିଶତ ପିଲା ଗଣିତ ରେ ଦୁର୍ବଳ ଥିବା ବେଳେ 22 ପ୍ରତିଶତ ପିଲା ଠିକ୍ ଭାବେ ଗଣିତ ସୂତ୍ର ସଂପର୍କ ରେ ଅବଗତ ହୋଇ ନ ଥାନ୍ତି । ଏହି ପରି ସମସ୍ୟା ର ସମାଧାନ ଲାଗି ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି ।

ପ୍ରଥମ ଥର ଲାଗି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗଣିତରେ ଦକ୍ଷତା ବଢାଇବା ସହ ସେମାନଙ୍କୁ ମାଷ୍ଟର ଇନ୍ ମେଥମ୍ୟାଟିକ୍ସିର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି ବିଭାଗ । ଏଥିପାଇଁ ଗଣିତ କଳିକା ନାମରେ ଯେଉଂ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ତାହା କାର୍ଯ୍ୟକାରୀ ହେବା ପରେ ଏହି ଯୋଜନାରେ ଦେଶରେ ଓଡିଶା ତୃତୀୟ ରାଜ୍ୟ ଭାବେ ମାନ୍ୟତା ପାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।