Odisha News Portal

Vastu Shastra- ପୁରୁଣା ଝାଡୁ କେଉଁ ଦିନ ଫୋପାଡିବେ ଓ କେଉଁଠି ଫୋପାଡିବେ ? କରନ୍ତୁ ଝାଡୁର ସଠିକ ଉପଯୋଗ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ, …

ଯେଉଁ ପର୍ଯ୍ୟନ୍ତ ତୁମ ପାଖରେ ଟଙ୍କା ଥିବସେ ପର୍ଯ୍ୟନ୍ତ ଲୋକେ ପଚାରିବେ କେମିତି ଅଛ । ଟଙ୍କା ଭଗବାନ ନୁହଁନ୍ତି କିନ୍ତୁ ଭଗବାନ ଙ୍କ ଠାରୁ ମଧ୍ୟ କମ୍ ନୁହେଁ । ସେଥି ପାଇଁ ଧନର ସଞ୍ଚୟ ନିହାତି କରନ୍ତୁ । କାରଣ ଅସୁବିଧା ସମୟ ରେ ଧନ ଈଶ୍ବର ସମାନ ହୋଇ ଥାଏ । ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାଏ । ହିନ୍ଦୁଧର୍ମ ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କର ସୂଚକ କୁହାଯାଇଛି । ଝାଡୁ ସହ ଜଡିତ ଏପରି କିଛି ନିୟମ ରହିଛି ଯାହାକୁ କରି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ଓ ଅନ୍ୟ ପକ୍ଷରେ ଯଦି ଆପଣ ଏହି ସମସ୍ତ ନିୟମକୁ ଅଜଣାତରେ ପାଳନ କରୁନଥିବେ ତା ହେଲେ ମଧ୍ୟ ଆପଣଙ୍କୁ ଦରିଦ୍ରତାର ଶିକାର ହେବାକୁ ପଡିବ ।

1. ସକାଳ ସମୟରେ ବ୍ରହ୍ମମୁହୂର୍ତରେ ଆପଣ ମାନଙ୍କୁ ନିଜ ଘରେ ନିଶ୍ଚୟ ଝାଡୁ ମାରି ହଳଦୀ ଜଳ ଛିଞ୍ଚିବା ଉଚିତ । ଏହାପରେ ଆପଣ ସ୍ନାନ କରି ମା ଲକ୍ଷ୍ମୀଙ୍କର ଆରାଧନା କରି ଧୂପ ଓ ଦୀପ ଅର୍ପଣ କରିବା ଉଚିତ । ଆରାଧନା କରିବା ଦ୍ଵାରା ଆପଣଙ୍କୁ ନିଶ୍ଚୟ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ ।


2. ପ୍ରାୟ ଅଧିକାଂଶ ଲୋକ ରାତ୍ରି ସମୟରେ ଘରେ ଝାଡୁ ମାରିଥାନ୍ତି, ହେଲେ ଏହା ସବୁଠାରୁ ବଡ ଭୁଲ ଅଟେ । କାରଣ ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ନିଜ ଆଗାମୀ ଜୀବନରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ । କାରଣ ଏହି ସମୟରେ ଝାଡୁ ମାରିବା ସଂପୂର୍ଣ୍ଣ ଭାବରେ ଅନୁଚିତ ଅଟେ ।


3. ଝାଡୁ ଲଗାଇବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ବାତାବରଣର ଆଗମନ ହୋଇଥାଏ ଓ ନକରାତ୍ମକ ବାତାବରଣ ଦୂର ହୋଇଥାଏ । ଯେଉଁ ଘରର କୋଣ ଅନୁକୋଣରେ ଝାଡୁ ଲଗାଯାଏ ଓ ସଫା ଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେଣୁ ଆପଣ ମାନଙ୍କୁ ସକାଳ ଓ ସନ୍ଧ୍ୟା ସମୟ ପୂର୍ବରୁ ଘର ମଧ୍ୟରେ ଝାଡୁ ଲଗାଇବା ନିଶ୍ଚୟ ଉଚିତ । ଏହା ବ୍ୟତୀତ ଆପଣ ନିଜ ଝାଡୁକୁ ସାବିବେଳେ ଲୁଚାଇ ରଖିବେ ଯେପରି ଆପଣଙ୍କ ଘର ସଦସ୍ୟ ବ୍ୟତୀତ ଅନ୍ୟ କୌଣସି ଲୋକ ନଦେଖିବେ ।


4. ଝାଡୁ ସହ ଜଡିତ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆପଣ କେବେହେଲେ ଭଙ୍ଗା ବା ପୁରୁଣା ଝାଡୁକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବେ ନାହିଁ । କାରଣ ଏହି ଝାଡୁକୁ ଅଧିକ ଦିନ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ଆଭାସ ହୋଇଥାଏ । ଏହି ଝାଡୁକୁ ଆପଣ ଅମାବାସ୍ୟା ବା ଶନିବାର ଦିନ ଘର ବାହାରକୁ ଫିଙ୍ଗି ଫୋପାଡି ପାରିବେ । ଅନ୍ୟ କେଉଁ ଦିନ ଏହାକୁ ବାହାରେ ଫିଙ୍ଗନ୍ତୁ ନାହିଁ । ଠିକ ସେହିପରି ଯଦି ଆପଣ ନୂଆ ଝାଡୁ ଘରକୁ ଆଣିବାକୁ ଚାହୁଁଛନ୍ତି ତା ହେଲେ ଆପଣ କେବଳ ଅମାବାସ୍ୟା ଓ ଶନିବାର ଦିନ ଝାଡୁକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ହେଉଥିବା ସମସ୍ତ ସମସ୍ୟା ନିଶ୍ଚୟ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।