ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।
କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି।
ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି । ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି। ସେହିଭଳି ଗୋଟିଏ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମର ବିପିନ୍ ସାହୁ ନାମକ ଜଣେ ମାର୍ବଲ ମିସ୍ତ୍ରୀ ତାର ପ୍ରେମିକାର ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଭଟନାବାଲିଚନ୍ଦ୍ରପୁରା ପ୍ରେମିକା ଘର ସାମ୍ନାରେ ପେଟ୍ରୋଲରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ନାଉଗାଁ ଡାକ୍ତରଖାନା ଭର୍ତି କାରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଯୁବକ ଜଣକ ପ୍ରେମରେ ଅସଫଳ ହେଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରୁଥିଲା ବୁଲି ସ୍ଥାନୀୟ ଲୋକ କହୁଥିବା ବେଳେ ଯୁବକର ପ୍ରେମିକା ପେଟ୍ରୋଲ ଢାଳିବା ଦ୍ଵାରା ଜେଜେ ଦିଆସିଲ୍ ଜାଳି ଯୁବକକୁ ନିଆଁ ଲଗେଇ ଥିଲେ ବୋଲି ଗୁରୁତର ଯୁବକ ନାଉଗାଁ ଡାକ୍ତରଖାନାରେ ଡାକ୍ତରଙ୍କ ସାମ୍ନାରେ ବୟାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିଆଁରେ ପୋଡି ହେଇଥିବା ଯୁବକ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମର ବିପିନ୍ ସାହୁ ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଗଙ୍ଗଦା ହାତର କୁଳମଣି ପୁହାଣଙ୍କ ଘରେ ଦୀର୍ଘ ଦିନ ଧରି ଭଡ଼ାରେ ରହି ଆସୁଥିଲେ ଏବଂ ସେଠାରେ କାମ କରିବା ଭିତରେ ନିକଷ୍ଟତ ଗ୍ରାମ ଭତନାବାଲି ଚନ୍ଦ୍ରପୂର୍ ଗ୍ରାମର ଏକ ଯୁବତୀକୁ ଭଲପାଇ ବସିଥିଲେ । କିନ୍ତୁ ସାଧାରଣରେ ଆଲୋଚନା ଜୋର୍ ଧରିଛି ବିପିନ୍ ଏକତରଫା ଭଲ ପାଉଥିଲ୍ କୁ ପ୍ରେମିକ ,ପ୍ରେମିକା ଭିତରେ କିଛି ଝଗଡ଼ା ହେଇଥିଲା ସେଥିପାଇଁ ଏମିତି ଅଘଟଣ ଘଟିଲା । ପୋଲିସ ତାର ତଦନ୍ତ ଜାରି ରଖିଛି ।\
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।