Odisha News Portal

ଦେଖନ୍ତୁ Viral ଭିଡିଓ : ଉଠ ଧନ ଉଠ ମୁଁ ଥାଉ ଥାଉ ତୁ ମରିପାରିବୁନି, ଗୋଟେ ମା” ର ଏଭଳି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ….

ଭେଣ୍ଡିଆ ପୁଅଟା ମାଆ ଆଖି ଆଗରେ ଚାଲିଯିବ ଆଉ ଏହା ଦେଖି ମା କଣ ଧୈର୍ଯ୍ୟ ଧରି ପାରିବ। ଦଶ ମାସ ଦଶ ଦିନ ଗର୍ଭରେ ରଖି ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମାଆର କୁଆଡୁ ମନ ବୁଝିବ। ଛୋଟ ବେଳୁ ଛୁଆର ଅଳି ଅର୍ଦ୍ଦଳି ସହି ଛୁଆକୁ ଜନ୍ମ ଦେଇଥିବା ମାଆ କୁଆଡୁ ସହି ପାରିବ ତାର ପୁଅର ମୃତ୍ୟୁ ର ଦୁଃଖକୁ।ଏତେ କଷ୍ଟ କରି ପୁଅକୁ ବଡ଼ କରିଥିବା ମାଆ ଆଜି ନିରୁପାୟ।ସେ ବୁଝିବାକୁ ନାରାଜ ଯେ ତାର ପୁଅ ଆଉ ଏ ଦୁନିଆରେ ନାହିଁ। କିପରି ବା ବୁଝିବ, ମାଆ ପରା ସିଏ। ତା ପାଇଁ ତା ସନ୍ତାନ ବହୁତ୍ କିଛି। ଏଇଟା କେମିତି ସମ୍ଭବ ମାଆ ବୁଝି ପାରୁନି ଆଉ ସେଥିପାଇଁ ତ ପୁଅର ଶବ ପାଖରେ ଛାଟିପିଟି ହୋଇ କାନ୍ଦୁଛି ମାଆ।

ଯେଉଁ ବୟସରେ ବାପା ମାଆ ଙ୍କ ଦୁଃଖ ଦୂର କରିବା କଥା ଆଜି ସିଏ ମଶାଣି ନିଆଁ ରେ ପୋଡ଼ି ପାଉଁଶ ହୋଇଯିବ। କିନ୍ତୁ ମାଆ ତଥାପି ବୁଝି ପାରୁନି କି ସତ୍ୟକୁ ବିଶ୍ୱାସ କରି ପାରୁ ନାହିଁ ଆଉ ସେଥିପାଇଁ ସେ ପୁଅର ମଲା ଶବ କୁ ଛାଡ଼ିବାକୁ ଚାହୁଁନାହିଁ। ତେବେ ଏହିଭଳି ଏକ ଦୁଃଖ ଯନ୍ତ୍ରଣା ଦାୟକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦୁସୁରା ଥାନା ଅନ୍ତର୍ଗତ ଗୋପଶିଲା ଗ୍ରାମରେ।ଏହା ଏଭଳି ଏକ ଦୃଶ୍ୟ ଯାହା ବୟାନ କରୁଛି କି ଏହା କେତେ କଷ୍ଟ ଦାୟକ। ଯାହାକୁ ଯିଏବି ଦେଖିବ ତାର ଛାତି ଫାଟି ଯିବା ଭଳି ଲାଗିବ। ତେବେ ସୂଚନା ଅନୁସାରେ ଏହି ଗ୍ରାମର ଉତ୍ସବ କୁମାର ଙ୍କ ୨୪ ବର୍ଷର ରୋଜଗାରିଆ ପୁଅ ଅଟନ୍ତି ସୁବ୍ରତ ରଣା।

ଯିଏକି ଜଣେ ସିକୁରିଟି ଗାର୍ଡ ଭାବରେ ବାହାରେ କାମ କରନ୍ତି। ଲକ୍ ଡାଉନ୍ ରେ କାମ ଧନ୍ଦା ବନ୍ଦ ହେବା କାରଣରୁ ସୁବ୍ରତ ଘରକୁ ଫେରି ଆସିଥିଲେ ଏବଂ ଗତକାଲି ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ।ସେ ଅଣ ନିଃସ୍ୱାଶୀ ହେବା ସହିତ ତାଙ୍କ ଶରୀରରେ ଜ୍ଵର ମଧ୍ୟ ରହିଥିଲା। ଆଉ ଏହାପରେ ତାଙ୍କୁ ପରିବାର ପକ୍ଷରୁ ସ୍ଥାନୀୟ ଦୁଶୁରା ହସ୍ପିଟାଲ୍ କୁ ନିଆ ଯାଇଥିଲା। ଏଠାରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ତାଙ୍କର କରନା ଟେଷ୍ଟ ନକରି ୨ଟି ଇଞ୍ଜେକସନ ଦେଇ ତାଙ୍କୁ ବଲାଙ୍ଗୀର ହସ୍ପିଟାଲ୍ କୁ ପଠାଇ ଦେଇଥିଲେ।

ଆଉ ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।ତେବେ ଏଭଳି ଏକ ଘଟଣା ନିଶ୍ଚିତ ଭାବରେ ଗୋଟିଏ ପରିବାରକୁ ଭାଙ୍ଗି ଦେବାରେ ସମର୍ଥ ଏଥିରେ ଦ୍ଵିମତ ନାହିଁ। କିନ୍ତୁ କେଉଁ ପରିସ୍ଥିତି ରେ କେଉଁ ଦୃଷ୍ଟିରେ ପ୍ରଥମେ ସ୍ବାସ୍ଥ୍ୟ କର୍ମଚାରୀ ଜଣଙ୍କ କିଛି ପରୀକ୍ଷା ନକରି ଏଭଳି ଇଞ୍ଜେକସନ ଦେଇଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଯାହା ଫଳରେ ଆଜି ଗୋଟେ ମାଆର କୋଳ ଫାଙ୍କା ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।