Odisha News Portal

ଦେଖନ୍ତୁ ଭିଡିଓ , ଉଚ୍ଚ ଶିକ୍ଷିତ ଝିଅଙ୍କ ଦେଶୀ କୁକୁଡା ପାଳନ , ଏହି ଓଡିଆ ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ,

ଆଜିବି ଭାରତରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ପାଠ ପଢି ମଧ୍ୟ ବେକାର ହୋଇ ବସିଛନ୍ତି । ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ କରାଯାଇ ପାରିନାହିଁ । ଅନେକ ଅସୁବିଧା ଭିତରେ ,ସେମାନେ ଗତି କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି ତାଙ୍କର କୃପାଦୃଷ୍ଟି ପକାଇବା ବିଧେୟ । ଅନେକ ପ୍ରକାର ମାନିସକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି ଅଧିକ ପଢୁଆ ଯୁବପିଢି । ନିଯୁକ୍ତି ଅଭାବରୁ କିଏ ପରିବା ବ୍ୟବସାୟ କରୁଛି ତ ପୁଣି କିଏ କୁକୁଡା ବ୍ୟବସାୟ ତ ପୁଣି ଆଉ କିଏ ଭିନ୍ନ କାମଧନ୍ଦା କରି ନିଜର ପରିବାର ଚଳାଉଛନ୍ତି ।

ପ୍ରତ୍ୟେକ ବାପାମାଁଙ୍କର ସ୍ବପ୍ନ ଥାଏ ତାଙ୍କ ପିଲାମାନେ ପାଠପଢି ବଡ ମଣିଷଟେ ହେବେ ଏବଂ ବୃଦ୍ଧକାଳରେ ସେମାନଙ୍କର ଟିକେ ସେବାଯତ୍ନ କରିବେ । ପୁଅ ବଡ ହୋଇ ରୋଜଗାର କରିବ ଏବଂ ବାପାଙ୍କର ଦୁଃଖ ଦୂର କରିବ, ଆଉ ସେହି ଆଶାରେ ପିଲାଙ୍କୁ ପାଢ ପଢାଇଥାନ୍ତି ବାପା ମାଁ ।

ହେଲେ ଆମ ସରକାର କଣ ସମସ୍ତଙ୍କୁ ତାଙ୍କର ଯୋଗ୍ୟତା ଅନୁସାରେ ଚାକିରିଟିଏ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯେଉଁ ଘଟଣାଟି ଭଦ୍ରକ ଜିଲ୍ଲାର ଅଟେ । ସେଠାରେ ଜଣେ କଲେଜ ପଢୁଆ ଝିଅଟି ପାଠପଢା ସାରି ଆରମ୍ଭ କରିଛନ୍ତି ପଲଟ୍ରିକଫାର୍ମ । ଆଜି ଆମେ ଜାଣିବା ସେ ଯେଉଁ ସୋନାଲୀ କୁକୁଡା ପାଳନ କରିଛନ୍ତି ସେହି ବାବଦରେ ।


ଭଦ୍ରକ ଜିଲ୍ଲାର ଟୋଟାପଡା ଗ୍ରାମର ଶ୍ରାବଣୀ କର ନାମକ ଜଣେ ଯୁବତୀ ଆରମ୍ଭ କରିଛନ୍ତି ସୋନାଲୀ କୁକୁଡା ଚାଷ । ତେବେ ଶ୍ରାବଣୀ BBLB କରିବା ସହିତ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଏବଂ ଏନିମାଲ୍ ଲୋ୍ ର ଗୋଟିଏ କୋର୍ସ ମଧ୍ୟ କରିଛନ୍ତି ।

ଶ୍ରାବଣୀଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ବିଜନେସ୍ କରିବେ , ଆଉ ତାଛଡା ତାଙ୍କର ପାଠପଢା ଶେଷ ହେବା ବେଳକୁ କରୋନା ଲକଡାଉନ୍ ଆରମ୍ଭ ହୋଇଯାଇଥିଲା । ତେଣୁ ସେ ଏହି କୁକୁଡା ଚାଷ କରିବା ମନବଳାଇଲେ ଏବଂ ଯେହେତୁ କୁକୁଡାର ଡିମାଣ୍ଡ ମାର୍କେଟରେ ବହୁତ ଅଧିକ ତେଣୁ ସେ କୁକୁଡା ଚାଷ କରିଥିଲେ ।

ତେବେ ଶ୍ରାବଣୀଙ୍କ ପାଖରେ ମୋଟ 3ହଜାର କୁକୁଡା ରହିଛି । ତାଭିତରୁ ସୋନାଲୀ ବ୍ରୀଡ୍ ର କୁକୁଡା 250 ରଖିବା ସହିତ ଆଉ ଆରାଇାର, ଦେଶୀ ଏବଂ ଡକ୍ ମଧ୍ୟ ରଖିଛନ୍ତି । ତେବେ ସୋନାଲୀ କୁକୁଡା ପାଳନ କରିବାର ଉଦ୍ଦେଶ୍ୟ ହେଉଛି ତାର ମାର୍କେଟ ଡିମାଣ୍ଡର ବହୁତ ଅଧିକ ଅଛି ଏବଂ ପାର୍ କେଜି 350 ଆସିଥାଏ । ଏହି କୁକୁଡା ସବୁ ଶ୍ରାବଣୀ ୟୁକେନ୍ ଫାର୍ମରୁ ଆଣିଥିଲେ ଯାହାକି ବାରିପଦା, ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ ।

ତେବେ ଏହି କୁକୁଡା ତିନି ମାସ ଭିତରେ ହିଁ ଏକ କେଜି ହୋଇଯାଇଥାଏ । ତେବେ ଏହିପରି ଶ୍ରାବଣୀ ଏବେ କୁକୁଡା ପାଳନ କରି ବହୁତ ଖୁସି ଅଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଏତେ ପାଠପଢି ଉଚ୍ଚ ଶିକ୍ଷିତ ହୋଇ ସେ ପୁଣି ଜଣେ ଝିଅ ହୋଇ ମଧ୍ୟ ସେ କୁକୁଡା ପାଳନ କରିବାକୁ ନିଜର ଲକ୍ଷ୍ୟ ମାନିନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।