ଅମ୍ଳ, ଗ୍ୟାଷ୍ଟିକ ( Gas problem ) ର ସମ୍ପୂର୍ଣ୍ଣ ଚିକିତ୍ସା । Dr Anju Mohan

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ଅଟେ | ତେଣୁ ଆମେ ସବୁବେଳେ ନିଜର ଶରୀର ପ୍ରତି ଯତ୍ନବାନ ହେବା ର ଆବଶ୍ୟକତା ରହିଛି | ତାହା ବ୍ୟତୀତ ଆଜି କାଲି ଲୋକ ମାନଙ୍କର ମୁଖ୍ୟ ସମସ୍ୟା ହେଉଛି ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା | ଆଉ ଏହିଭଳି କିଛି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣଇ ଥାଉ | ତେବେ ଯଦି ଆପଣ ଙ୍କ ଶରୀରରେ ସେମିତି କିଛି ସମସ୍ୟା ଉପୁଜିଥାଏ ତେବେ ସେଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ଘରେଇ ଉପାୟ ରହିଛି | ତାହେକେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ଏସିଡିଟି ଓ ଗ୍ୟାସ ଭଳି ସମସ୍ୟାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ |

ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା ହେବାର କାରଣ:-

ତେବେ ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା ହେବାର ବିଭିନ୍ନ କାରଣ ଗୁଡିକ ରହିଛି ତେବେ ସେ ଗୁଡିକ ହେଉଛି କି ଖାଇବା ପରେ ସଙ୍ଗେ ସଙ୍ଗେ କେବେ ବି ପାଣି ପିଇବା କଥା ନୁହଁ | ଯାହା ଆମ ଶରୀର ପାଇଁ ବହୁତ ଖରାପ ହୋଇଥାଏ | ଆଉ ଏହା ଆମେ ଖିଆଥିବା ଖାଦ୍ୟ କୁ ମଧ୍ୟ ହଜମ ହେବାକୁ ଦିଏ ନାହିଁ ଆଉ ଯାହା ଫଳରେ ଏସିଡିଟି ଓ ଗ୍ୟାଷ୍ଟିକ ହୋଇଥାଏ |

ତାହା ବ୍ୟତୀତ ଆପଣ ମାନେ ସବୁବେଳେ ମନେ ରଖିବା ଉଚିତ ଯେ ଆପଣ ମାନେ କେବେ ହେଲେ ଛିଡା ହେଇକି ପାଣି ପିଅନ୍ତୁ ନାହିଁ ସବୁବେଳେ ବସିକି ପାଣି ପିଅନ୍ତୁ ତାହା ସହିତ ଗ୍ଲାସ ବ୍ୟବହାର କରିକି ପାଣି କୁ ପିଅନ୍ତୁ ଯାହା ଫଳରେ ଏହି ଭଳି ସମସ୍ୟା କେବେ ଦେଖାଯିବ ନାହିଁ | ତାହା ସହିତ କୁହାଯାଉଛି କି ଖାଇବାର 20-30 ମିନିଟ ପରେ ପାଣି ପିଇବା ଭଲ ହୋଇଥାଏ ଆମ ପାଇଁ |ଏହା ବ୍ୟତୀତ ଟେନସନ ଫ୍ରି ରୁହନ୍ତୁ, ଆଉ ଖାଇବା ବେଳେ ଭଲ କି ଚୋବେଇକି ନ ଖାଇଲେ ମଧ୍ୟ ଗ୍ୟାସ ଆଉ ଏସିଡିଟି ଭଳି ସମସ୍ୟା ମାନ ଦେଖା ଦେଇଥାଏ ବୋଲି କୁହାଯାଇଛି |

ଗ୍ୟାଷ୍ଟିକ ଓ ଏସିଡିଟି ଭଳି ରୋଗର ଲକ୍ଷଣ କଣ ସବୁ ରହିଛି :-

ତେବେ ଯଦି ଆପଣଙ୍କୁ ଗ୍ୟାଷ୍ଟିକ ବା ଏସିଡିଟି ହୋଇଛି ତାହେଲେ ଅପଣଙ୍କ ର ପେର ଫୁଲିଯିବ, ଗୁଡହୁଡ ହେବ ପେଟ ଭିତରେ, ମୁଣ୍ଡ ପିନ୍ଧିବ, ଛାତି ଜଳିବ, ଅଳ୍ପ ଖାଇଲେ ବେଶୀ ଖାଇବା ଭଳି ଲାଗିବ, ବଡି ପେନ ହେବ |

ଗ୍ୟାଷ୍ଟିକ ଓ ଏସିଡିଟି ରୋଗରୁ ଘରେଇ ଉପାୟରେ କେମିତି ମୁକ୍ତି ପାଇବା :-

ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଅଁଳା ରସ କୁ ବ୍ୟବହାର କରିବା ପାଇଁ ପଡିବ, ଏହାର ଜୁସ ବନେଇକି ମଧ୍ୟ ଆମେ ସେବନ କରି ପାରିବା |ଆଉ ଯାହାକୁ ସକାଳେ ଆଉ ସନ୍ଧ୍ୟାରେ 20 ମିଲିଲିଟର ନେଇକି ପାଣି ମିସାଇକି ପିଇବା |ଆଲୋବେରା ଜୁସ ମଧ୍ୟ ବ୍ୟବାହାର କରିପାରିବା |ତାହା ବ୍ୟତୀତ ଆମେ ଜିରା ଗୋଟିଏ ଚାମଚ ନେଇକି ଗୋଟିଏ କପ ପାଣି ରେ ଫୁଟେଇକି ସେବନ କରିପାରିବା |

ତେବେ ଏହିଭଳି ଉପାୟରେ ଆମେ ଏସିଡିଟି ଆଉ ଗ୍ୟାଷ୍ଟିକ ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment