Odisha News Portal

ତୁଳସୀ ଗଛ ଛୁଇଁ ୨ ଟି ଶବ୍ଦ କହିଦିଅ ସବୁ ମନସ୍କାମନା ପୂରଣ ହେବ

ସାଧରଣତଃ ଦେଖିବାକୁ ଗଲେ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି ନିଜ ଘରର କେମିତି ଆର୍ଥିକ ଵୃଦ୍ଧି ହେବ। ସେଥିପାଇଁ ବିଭିନ୍ନ ପ୍ରକାର ନୀତି କୁ ଅବଲମ୍ବନ କରି ଥାଆନ୍ତି।ଆଉ ଆମ ଘରେ ଘରେ ତୁଳସୀ ଗଛ ରହିଛି। ତୁଳସୀର ପ୍ରତିକକୁ ମା ଲକ୍ଷ୍ମୀଙ୍କ ପ୍ରତୀକବୋଲି କୁହାଯାଇଥାଏ। କଥାରେ ଅଛି ଯେଉଁ ଘରେ ସବୁଦିନ ତୁଳସୀର ପୂଜା କରାଯାଏ, ସେହି ଘରେ କେବେ ଦରିଦ୍ରତା ଓ ଦୁର୍ଭାଗ୍ୟ ଆସିପାରି ନଥାଏ।ସେଇ ଘରେ ସବୁବେଳେ ମା ଲକ୍ଷ୍ମୀ ବାସ କରିବାର ସମ୍ଭାବନା ରହିଥାଏ। ତୁଳସୀର ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହେବା ସହିତ ପାପର ନାଶ ହୋଇଥାଏ।ଯେଉଁଠାରେ ତୁଳସୀର ଗଛ ରହିଥାଏ ସେଠାରେ ଦେବୀ ଓ ଦେବତା ନିବାସ କରିଥାନ୍ତି।ଏହା ସହିତ ତୁଲସୀ ନକରାତ୍ମକ ଉର୍ଜାକୁ ସମାପ୍ତ କରିଥାଏ।ଘରେ କେବଳ ସକାରାତ୍ମକ ଊର୍ଜା ସଞ୍ଚାର କରିବାରେ ସହାୟକ କରିଥାଏ।

ସବୁଦିନ ତୁଲସୀ ଗଛ ପୂଜା କରିବା ଦ୍ଵାରା ସୁଖ ସମ୍ପଦ, ବୈଭବ ଓ ସମୃଦ୍ଧିର ପ୍ରାପ୍ତି ହୋଇଥାଏ।ଆଉ ମହା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି। ପଦ୍ମ ପୂରାଣ ଅନୁସାରେ ଯେଉଁଠି ତୁଳସୀର ଗଛ ରହିଥାଏ, ସେ ତ୍ରିଦେବଙ୍କ ନିବାସ ହୋଇଥାଏ । ତୁଲସୀ ଗଛ ପୂଜା କରିବା ଦ୍ଵାରା ମହା ପାତକ ନଷ୍ଟ ହୋଇଯାଏ ଯେଉଁ ଭଳି ସୂର୍ଯ୍ୟ ଆସିଲେ ଅନ୍ଧକାର ନଷ୍ଟ ହୋଇଯାଏ। ବେଳେବେଳେ ଆପଣଙ୍କ ଘର ଉପରେ ଗ୍ରହର ପ୍ରଭାବ ରହିଥାଏ, ଘରେ ସବୁବେଳେ ଗରିବୀ ରହିଥାଏ, ପଇସା ଆସୁଛି କିନ୍ତୁ ରହୁନି, ଜୀବନରେ କିଛି ନା କିଛି  ସମସ୍ୟା ଦେଖା ଦେଉଛି। ତେବେ ଆଜି ଗୋଟେ ଖାସ ମନ୍ତ୍ର କହିବାକୁ ଯାଉଛୁ ଯଦି ଏହି ମନ୍ତ୍ରର ଜପ ତୁଲସୀ ପୂଜା କରିବା ସମୟରେ କରୁଛେ କିଛି ଦିନରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।

ନିଜ ଘରେ ସ୍ଥାଇ ରୂପରେ ମା ଲକ୍ଷ୍ମୀଙ୍କ ବାସ ହେବ, ଏହା ସହିତ ଘରେ ଖୁସିର ବାତାବରଣ ଲାଗିରହିବ ଏବଂ ଘରେ କେବେବି ଦୁଃଖ ଦରିଦ୍ର୍ୟତାର ବାସ ହୋଇପାରିବନି।

ତେବେ ଆସନ୍ତୁ ଜାଣିବା ଏହି ଖାସ ମନ୍ତ୍ର ସମ୍ପର୍କରେ, ମନ୍ତ୍ର ଜପ କରିବା ପାଇଁ ପ୍ରଦିଦିନ ଇଷ୍ଟ ଦେବଙ୍କ ପୂଜା କରିବା ପରେ ସର୍ବ ପ୍ରଥମେ ତୁଳସୀଙ୍କୁ ପ୍ରଣାମ କରିବେ, ତୁଳସୀଙ୍କୁ ସୁଧା ଜଳ ଅର୍ପଣ କରନ୍ତୁ ଏବଂ ଚାହିଁଲେ ଗଙ୍ଗା ଜଳ ମଧ୍ୟ ଅର୍ପିତ କରିପାରିବେ ତାପରେ ସିନ୍ଦୁର ଚନ୍ଦନ ଲଗାନ୍ତୁ । ଏହା ତୁଳସୀଙ୍କ ଶିଂଗାର ହୋଇଥାଏ।

ପରେ ତୁଳସୀଙ୍କ ପାଖରେ ଘିଅ ଦୀପ ଓ ଧୂପ ଲଗାନ୍ତୁ ଓ ତୁଳସୀର ସାତ ପରିକ୍ରମା ନିଶ୍ଚିତ କରନ୍ତୁ । ତୁଳସୀଙ୍କ ସାମ୍ନାରେ ବସି 11 ଥର ଏହି ମନ୍ତ୍ରର ଜପ କରନ୍ତୁ “ମହା ପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟଙ୍ଗ, ତୁଲସୀ ତ୍ଵଙ୍ଗ ନମୋସ୍ତୁତେ”। ଯାହା ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।

ଏହି ମନ୍ତ୍ରର ଜପ ପରେ ଯାହା ମନରେ କାମନା କରିଥିବେ ତୁଲସୀକୁ ଛୁଇଁ କହିଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ଭଗବାନଙ୍କ ଫାଖରେ ପହଞ୍ଚି ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।