Odisha News Portal

ତୁଳସୀ ଚଉରା ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି 5ଟି ଜିନିଷ , ନଚେତ୍ ବଡ ସମସ୍ୟାରେ ପଡିପାରନ୍ତି ?

ତୁଳସୀ ଚଉରା ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି 5ଟି ଜିନିଷ । ନଚେତ ବହୁତ ବଡ ସମସ୍ୟାରେ ପଡି ପାରନ୍ତି । ଆମେ ସମସ୍ତେ ଜାଣିଛନ୍ତି ଯେ ଯେଉଁ ଘରେ ତୁଳସା ଗଛ ରହିଥାଏ ସେଠାରେ ତୁଳସୀ ମାତା ବାସ କରିଥାନ୍ତି । ଆଉ ସେହି ଘରକୁ କେବେ ହେଲେ ଦାରିଦ୍ର୍ୟତା ଆସିନଥାଏ । ଯେଉଁ ଘରେ ତୁଳସୀ ଚଉରା ରହିଥାଏ ସେଠାରେ ତେତିଶ କୋଟି ଦେବତା ବାସ କରିଥାନ୍ତି । ତେଣୁ ସେହି ଘରେ ସର୍ପ ଆଦି ରହିନଥାନ୍ତି ।

ପ୍ରତ୍ୟେକଙ୍କ ଘରେ ତୁଳସୀ ଚଉରା ରହିଥାଏ । କାହିଁକି ନାଁ ହିନ୍ଦୁ ଧର୍ମ ଅନୁସାରେ ଯେଉଁ ଘରେ ତୁଳସୀ ସେହି ଘରେ ଭଗବାନ ବିଷ୍ଣୁ ଏବଂ ମାଁ ଲକ୍ଷ୍ମୀ ରହିଥାନ୍ତି । ହିନ୍ଦୁ ଧର୍ମ ଅତନୁସାରେ ତୁଳସୀ ଗଛ ମୂଳରେ ପାଣି ଦେଲେ ନିଜର ସବୁ ବିପଦ ନାଶ ହୋଇଥାଏ । ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ମରଣ କାଳରେ ତୁଳସୀ ପାଣି ସେବନ କରିଲେ ସମସ୍ତ ପାପ ହରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚଟି ଜିନିଷ ବିଷୟରେ ଯାହା ତୁଳସୀ ଚଉରା ପାଖରେ ରଖିବା ଅନୁଚିତ ।


1. ତୁଳସୀ ଚଉରା ପାଖରେ କୌଣସି କପଡା ଶୁଖାଇବା ଅନୁଚିତ ଅଟେ । ତୁଳସୀ ଚଉରା ମୂଳରେ ଲୁଗା ଆଦି ପକାଇଲେ ମାତା ତୁଳସୀ ଗୃହର ଲୋକଙ୍କ ଉପରେ କୋପ କରିଥାନ୍ତି ଏବଂ ତାହା ଦ୍ବାରା ଘରେ ଅଶାନ୍ତି ବଢି ଥାଏ ।
2. ତୁଳସୀ ଚଉରା ପାଖରେ ଲକ୍ଷ୍ମୀ ଦେବୀଙ୍କର ମୃତ୍ୟୁ ରଖିବା ଅନୁଚିତ ଅଟେ । ଏପରି କରିବା ଦ୍ବାରା ତୁଳସୀ ମାତା କ୍ରୋଧ କରିଥାନ୍ତି । ଯାହା ଫଳରେ ଘରକୁ ସୁଖାଶାନ୍ତି କେବେ ହେଲେ ଆସିନଥାଏ ।


3, ତୁଳସୀ ଚଉରା ନିକଟରେ ଭଙ୍ଗା ଗଣେଶ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହା କରଲେ ମାଁ ବିଭିନ୍ନ ପ୍ରକାରର ଅସଦାଚରଣର ଆଦି କାର୍ଯ୍ୟ କରିଥାନ୍ତି । ତେଣୁ ଆପଣ ମାନେ କେବେ ହେଲେ ଚଉରା ପାଖରେ ଭଙ୍ଗା ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ ।

4. ତୁଳସୀ ଚଉରା ମୂଳ ଅପରିଷ୍କାର ରଖିବା ଅନୁଚିତ ହୋଇଥାଏ । ତୁଳସୀ ଚଉରା ପାଖରେ ଅପରିଷ୍କାର ରଖିଲେ ମାତା ତୁଳସୀ ସେହି ପରିବାରର ସମସ୍ତଙ୍କ ଉପରେ ରୁଷ୍ଠ ହୋଇଥାନ୍ତି ଏବଂ ସେହି ଘରେ ଦାରିଦ୍ୟ୍ତା ଲାଗି ରହିଥାଏ । ତେଣୁ ଏପରି କରିବା ଉଚିତ୍ ନୁହେଁ । ତେଣୁ ତୁଳସୀ ଚଉରା ମୂଳ ସର୍ବଦା ସଫା ସୁତୁରା ରଖିବା ଦରକାର ।

5. ତୁଳସୀ ଚଉରା ମୂଳରେ ଭଙ୍ଗା ଶିବ ଲିଙ୍ଗ ରଖନ୍ତୁ ନାହିଁ । ତୁଳସୀ ଚଉରା ମୂଳରେ ଭଙ୍ଗା ଶିବ ଲିଙ୍ଗ ରଖିଲେ ତୁଳସୀ ମାତା ରୁଷ୍ଠ ଏବଂ ଯାହା ଦ୍ବାରା ଘରେ କଲହ ଲାଗି ରହିଥାଏ । ଘରେ ସବୁବେଳେ ଅଶାନ୍ତି ହୋଇ ଥାଏ ଏବଂ ପରସ୍ପରଙ୍କ ମଧ୍ୟରେ ସ୍ନେହ ଭଲ ପାଇବା କମି ଯାଇଥାଏ । ତେଣୁ ଏହି ସବୁ କାର୍ଯ୍ୟ ଭୂଲରେ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।