Odisha News Portal

ତୁ ଯେତେ ହଲଉଛୁ ହଲା , ମୁଁ ତଳେ ନପଡିଲେ ଗଲା ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛିତ ଉତ୍ତର ଦିଅ

ଆଜିର ଜେନେରସନରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପାଇଁ ହେଲେ ପ୍ରଥମେ ବୁଦ୍ଧିର ଆବଶ୍ୟକତା ହୋଇଥାଏ କାରଣ ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିଥାଏ । ଆଜିର ଶିକ୍ଷିତ ଯୁବପିଢି ମାନେ ଯେକୌଣସି ଇଣ୍ଟରଭ୍ୟୁ ଦେବା ପାଇଁ ହେଲେ ସେମାନଙ୍କୁ ସାଧାରଣ ଜ୍ଞାନର ସାମ୍ନା କରିବାକୁ ପଡିଥାଏ । ତେବେ ଯାଇ ନିଜ ଲକ୍ଷ୍ୟ ସ୍ଥାଳରେ ପହଞ୍ଚିବା ବହୁତ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନର ଯାହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣା ନଥାଏ ।

1 କେଉଁ ରାତି ବାସ୍ନା ହୁଏ ?
ଉତ୍ତର – ଗୁଜୁରାତି ।

2 କେଉଁ ଗାଡି ଚାଲେ ନାହିଁ ?
ଉତ୍ତର – ଅଗାଡି ।

3 କେଉଁ ଡ୍ରେସ ପିନ୍ଧି ହୁଏ ନାହିଁ ?
ଉତ୍ତର – ଆଡ୍ରେସ ।

4 କେଉଁ ଦ୍ୱୀପ ଜଳେ ନାହିଁ ?
ଉତ୍ତର – ପାରାଦ୍ୱୀପ ।

5 ଦିନସାରା ଜଳୁଥାଏ ରାତି ହେଲେ ଲିଭିଯାଏ ସେଇଟା କଣ ?
ଉତ୍ତର – ସୂର୍ଯ୍ୟ ।

6 କଣ ବନ୍ଧ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?
ଉତ୍ତର – ଆଖି ।

7 ସବୁଠାରୁ ଆନନ୍ଦ କେତେବେଳେ ମିଳେ ?
ଉତ୍ତର – ଝାଡା ପରିଷ୍କାର ଗଲାପରେ ।

8 ଚାରଟି ଅକ୍ଷର ନାମ ମୋହର , ଚାରୋଟି ଅକ୍ଷର ହର୍ଷେଇକାର କହିଲ ଦେଖି ମୁଁ କିଏ ?
ଉତ୍ତର – ଝିଟିପିଟି ।

9 କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଶଣ୍ଢ ଶୋରିଷଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର – ଉକୁଣୀ ।

10 ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ?
ଉତ୍ତର – ଛୁଞ୍ଚି ।

11 ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?
ଉତ୍ତର – ତାରା ।

12 କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ , ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ ତାହା କଣ ?
ଉତ୍ତର – ପଇଡ ଏବଂ ନଡିଆ ।

13 କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଅନେଶ୍ୱତ ?
ଉତ୍ତର – ମଶାଣି ।

14 କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଶହେ ଏକ ?
ଉତ୍ତର – ବାହାଘର ।

15 ତୁ ଯେତେ ହଲଉଛୁ ହଲା , ମୁଁ ତଳେ ନପଡିଲେ ଗଲା ?
ଉତ୍ତର – ଦୋଳି ।

15 କେଉଁ ଗଛର ଫୁଲ ରାତିରେ ଫଉଟେ ରାତିରେ ହିଁ ଝଡିଯାଏ ?
ଉତ୍ତର – ଡିମିରି ।

16 କିଏ ଚାଲିଥାଏ , ଥକି ପଡିଲେ ବେକ କାଟ ହୁଏ , ତାପରେ ପୁଣି ଚାଲେ ?
ଉତ୍ତର – ପେନସିଲ୍ ।

17 କାହାକୁ ନଧରି ଭାଙ୍ଗି ହୁଏ ?
ଉତ୍ତର – ପ୍ରତିଜ୍ଞା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।