ସପିଙ୍ଗ କରିବା ସମସ୍ତ ମହିଳା ମାନଙ୍କୁ ଭାରି ପସନ୍ଦ । ପ୍ରତ୍ୟେକ ସମୟରେ ଯୁବତୀ ମାନେ ନିଜ ପସନ୍ଦର ପୋଷାକକୁ ନେଇ କରି ସନ୍ଦେହରେ ରହିଥାନ୍ତି । ଡ୍ରେସ ଠିକ ବାବେ ଫିଟିଙ୍ଗ ହଉଛି କି ନାହିଁ ଦେଖିବା ପାଇଁ ଟ୍ରାଏଲ ରୁମରେ ବାରମ୍ବାର ଟ୍ରାଏଲ କରନ୍ତି । ମାତ୍ର ସେହି ଟ୍ରାଏଲ କରିବା ସମୟରେ ମନରେ ଏହି ଭୟ ମଧ୍ୟ ଆସିଥାଏ କି ଏହିଟାରେ କୌଣସି ଗୁପ୍ତ କ୍ୟାମେରା ଲାଗି ନାହିଁ ତ । ଏପରି ପରିସ୍ଥିତିକୁ ସମସ୍ତ ମହିଳା ମାନଙ୍କୁ ସାମ୍ନା କରିବାକୁ ପଡିଥାଏ । ଯଦି ଆମେ ଟିକେ ବି ଅସାବଧାନ ରହିବା ତେବେ ସେହି କାରଣରୁ କୌଣସି ବଡ ଅଘଟଣ ମଧ୍ୟ ଘଟିପାରେ ।
ତେଣୁ କରି ବେଳରୁ ସାବଧାନ ରହିଲେ ବହୁତ ହିଁ ଭଲ । ଯାହା ଫଳରେ ଆପଣ ମାନେ ପରିସ୍ତିତିକୁ ସହଜରେ ହ୍ୟାଣ୍ଡେଲ କରିପାରିବେ । ତେବେ ଆପମ ମାନେ କେମିତି ଜାଣିବେ କି ହୋଟେଲ ରୁମ ବା ଟ୍ରାଏଲ ରୁମରେ କ୍ୟାମେରା ଅଛି କି ନାହିଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ରୁମ ଲାଇଟ ବନ୍ଦ କରିଦେବେ
ଯଦି ଆପଣ ମାନଙ୍କୁ ସନ୍ଦେହ ହେଉଛି କି ଟ୍ରାଏଲ ରୁମରେ କ୍ୟାମେରା ରହିଚି ବୋଲି ତାହେଲେ ଲାଇଟ ବନ୍ଦ କରିଦିଅନ୍ତୁ । ଲାଇଟ ବନ୍ଦ କରିବା ପରେ ଦେଖନ୍ତୁ ସେଠାରେ ଗ୍ରୀନ କିମ୍ବା ରେଡ ଲାଇଟ ଦେଖା ଯାଉଛି କି ନାହିଁ ।
2–ମୋବାଇଲ ନେଟୱାର୍କ
ଟ୍ରାଏଲ ରୁମରେ ଯିବା ସମୟରେ ସର୍ବଦା ଧ୍ୟାନ ରଖନ୍ତୁ କି ଆପଣଙ୍କର ପୋନର ନେଟୱାର୍କ ଅଛି କି ନାହିଁ । କାରଣ ଯେଉଁଟାରେ ହିଡେନ କ୍ୟାମେରା ରହିଥାଏ ସେହିଠାରେ ମୋବାଇଲ ନେଟୱାର୍କ କାମ କରେ ନାହିଁ । ଏମିତିବି ମୋବାଇଲ ନେଟୱାର୍କ ନଆସିବାର ଅନ୍ୟ ଅନେକ କାରଣ ମଧ୍ୟ ରହିପାରେ । ସେ ସବୁର ଯାଞ୍ଚ କରନ୍ତୁ ।
3–ଫଟୋ କ୍ଲିକ କରନ୍ତୁ
ଯଦି ଆପଣଙ୍କର ଅନୁଭବ ହୁଏ କି ଟ୍ରାଏଲ ରୁମରେ କ୍ୟାମେରା ରହିଛି ବୋଲି ତାହେଲେ ନିଜର ଫୋନରୁ ଫଟୋ କ୍ଲିକ କରନ୍ତୁ । ଯଦି ଫଟୋ କ୍ଲିକ କରିବା ସମୟରେ କିଛି ବିରକ୍ତି କର ଶବ୍ଦ ବାହାରୁଛି ତେବେ ଭାବିନିଅନ୍ତୁ ରୁମରେ କ୍ୟାମେରା ରହିଛି ବୋଲି ।
4–ମିରର ପଛପଟେ
ଆଜିକାଲି ଏମିତି ମିରର ବା ଦର୍ପଣ ଆସୁଛି ଯେଉଁଠାରେ କ୍ୟାମେରା ଲଗାଯାଇପାରେ । ଏମିତିରେ ଆପଣ ମାନେ ଦର୍ପଣ ଉପରେ ଆଙ୍ଗୁଳି ରଖନ୍ତୁ ଏବଂ ଦେଖନ୍ତୁ କି ଆଙ୍ଗୁଳି ମଧ୍ୟରେ ଗ୍ୟାପ ରହୁନାହିଁ କି ଯୋଡି ହୋଇ ରହୁଛି । ତାହେଲେ ଆପଣ ମାନେ ଜାଣନ୍ତୁ କି ଦର୍ପଣ ପଛରେ କ୍ୟାମେରା ରହିଛି ବୋଲି ।
5–ଫୋନରେ ଏକ ଆପ ଡାଉଉନଲୋଡ କରନ୍ତୁ
ହିଡେନ କ୍ୟାମେରାକୁ ପତ୍ତା ଲଗାଇବାକୁ ହେଲେ ଫୋନରେ ବଡିଗାର୍ଜ ନାମକ ଅକ ଆପ ଡାଉନଲେଡ କରନ୍ତୁ । ଏହି ଆପକୁ ଅନ କରିବା ପରେ ଟ୍ରାଏଲ ରୁମରେ ବୁଲାନ୍ତୁ । ଯଦି ଲାଲ ରଙ୍ଗର ବତୀ ଜଳୁଛି ତେବେ ତାହାର ଅର୍ଥ ରୁମରେ ଗପ୍ତ କ୍ୟାମେରା ରହିଛି ବୋଲି । ଆପଣ ମାନେ ତ ଜାଣନ୍ତି କି ଆଜି କାଲିର ଦୁନିଆରେ କେଉଁଠାରେ ମଧ୍ୟ କିଛି ବି ଘଟିପାରେ । ତେଣୁ ଆପଣ ମାନେ ଏହି ସମସ୍ତ କଥା ମାନି କରି କାମ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।