Odisha News Portal

ଟ୍ରାଫିକ୍ ସିଗନାଲରେ ଗାଡି ରଖି ନିତାଙ୍କୁ ପ୍ରପୋଜ୍ କରିଥିଲେ ମୁକେଶ: ଜବାବ୍ ନ ମିଳିବା ଯାଏଁ ଯିବେନି ବୋଲି କରିଥିଲେ ଜିଦ୍ ଜାଣନ୍ତୁ ପୁରା ପ୍ରେମ କାହାଣୀ

ଆପଣ ମାନେ ସମସ୍ତେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ତାଙ୍କର ଧର୍ମପତ୍ନୀ ନିତା ଅମ୍ବାନୀଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ଆଜି ହେଉଛି ଭାରତୀୟ ମହିଳା ବ୍ୟବସାୟୀ ତଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ନିତା ଅମ୍ବାନୀଙ୍କର 57 ତମ ଜନ୍ମ ଦିବସ । ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଇନ୍ଟରନ୍ୟାଶନାଲ୍ ସ୍କୁଲର ସଂସ୍ଥାପକ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଏନ୍ସର ମାଲିକାଣି ମଧ୍ୟ ।

ନିତା 1946 ମସିହା ନଭେମ୍ବର ମାସ 1 ତାରିଖରେ ମୁମ୍ବାଇରେ ଏକ ମିଡିଲ୍ କ୍ଲାସ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ବିବାହ କାହାଣୀ ମଧ୍ୟ ବହୁତ କୌତାହଳପୂର୍ଣ୍ଣ ଯାହାକୁ ଶୁଣିବା ପରେ ଯେ କେହି ବି ନିଜର ହସକୁ ରୋକି ପାରିବ ନାହିଁ । ତେବେ ଚାଲନ୍ତୁ ଜାଣିବା ତାଙ୍କର ବିବାହ ବିଷୟରେ ।


ତେବେ ନିତା ଅମ୍ବାନୀଙ୍କୁ ଛୋଟ ବେଳରୁ ହିଁ ଶାସ୍ତ୍ରୀୟ ନୃତ୍ୟ ପ୍ରତି ବହୁତ ଆଗ୍ରହ ଥିଲା । କିନ୍ତୁ ତାଙ୍କ ମାଁ ଚାହୁଁଥିଲେ ନିତା ଜଣେ ଆକାଉଣ୍ଟାଣ୍ଟ ହୁଅନ୍ତୁ । ହେଲେ ନୃତ୍ୟ ପ୍ରତି ନିତାଙ୍କ ଆଗ୍ରହ ତଥା ମନୋବଳ ଦେଖି ତାଙ୍କ ମା ତାଙ୍କୁ 8 ବର୍ଷ ବୟସରେ ଭାରତ ନାଟ୍ୟମ ଶିଖାଇବା ଆରମ୍ଭ କରିଥିଲେ ।

ନିତା ଶିକ୍ଷକ ଏବଂ ଇଣ୍ଟରିୟର ଡିଜାଇନର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତେବେ ନିତା ଅମ୍ବାନୀ ନବରାତ୍ର ଅବସରରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଧିରୁଭାଇ ଅମ୍ବାନୀ ଏବଂ କୋକିଲାବେନ ମଧ୍ୟ ଆସିଥିଲେ । ସେମାନଙ୍କୁ ନିତାଙ୍କ ନୃତ୍ୟ ବହୁତ ପସନ୍ଦ ଆସିଥିଲା ।ଏହାପରେ ସେମାନେ କାର୍ଯ୍ୟକ୍ରମର ଆୟୋଜକଙ୍କୁ ନିତାଙ୍କ ବିଷୟରେ ସବୁ କଥା ପଚାରି ବୁଝିଥିଲେ ।ତାପରେ ଧିରୁଭାଇ ଅମ୍ବାନୀ ନିତାଙ୍କ ଘରକୁ ଫୋନ କରିଥିଲେ ।

ତେବେ ଏକ ଇଣ୍ଟରଭ୍ୟୁରେ ଏ ସଂପର୍କରେ ନିତା କହିଛନ୍ତି ଯେ, ସେ ନିଜେ ହିଁ ଫୋନ ଉଠାଇଥିଲେ । ଫୋନରେ ଧିରୁଭାଇ ଯେତେବେଳେ କହିଥିଲେ ଯେ ସେ ଧିରୁଭାଇ ଅମ୍ବାନୀ କହୁଛନ୍ତି ନିତା ବିଶ୍ୱାସ କରିପାରିନଥିଲେ ଓ ରଙ୍ଗ ନମ୍ବର କହି ଫୋନ କାଟିଦେଇଥିଲେ । ସେ ପୁଣି ଫୋନ କଲେ ଏବଂ ନିତା ପୁଣି ଫୋନ କାଟିଦେଇଥିଲେ । କିନ୍ତୁ ତୃତୀୟ ଥର ଫୋନ ଆସିବା ପରେ ନିତା ବିଶ୍ୱାସ କଲେ ଏବଂ ଧିରୁଭାଇ ଅମ୍ବାନୀଙ୍କ ସହିତ କଥା ମଧ୍ୟ ହୋଇଥିଲେ।

ମୁକେଶ ଅମ୍ବାନୀ ନିତା ଅମ୍ବାନୀଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିବା ଘଟଣା ମଧ୍ୟ ବହୁତ କୌତାହଳପୂର୍ଣ୍ଣ । ମୁକେଶ ଏବଂ ନିତା କାରରେ ମୁମ୍ବାଇ ପେଡର୍ ରୋଡ୍ ଦେଇ ଯାଉଥିଲେ । ଯିବା ସମୟରେ ଏକ ଟ୍ରାଫିକ୍ ସିଗନାଲରେ ସେମାନଙ୍କର କାର ଅଟକିଥିଲା ।

କାର୍ ଅଟକିବା ପରେ ମୁକେଶ ଅମ୍ବାନୀ ନିତାଙ୍କୁ ପଚାରିଥିଲେ, ‘ମୋତେ ବାହା ହେବ କି ?’ ଠିକ୍ ଏତିକି ସମୟରେ ସବୁଜ ସିଗନାଲ୍ ଆସିଥିଲା ଆଉ ଲୋକେ ପଛପଟୁ ହର୍ନ ତାଙ୍କୁ ଆଗକୁ ଯିବାକୁ କହିଥିଲେ । କିନ୍ତୁ ମୁକେଶ ଏକା ଜିଦ୍ ଧରି ବସିଲେ ଯେ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ସେ ଗାଡି ଚଲାଇବେ ନାହିଁ । ତେବେ ଏହାପରେ ନିତା ବାହାହେବା ପାଇଁ ହଁ କରିଥିଲେ ଏବଂ ମୁକେଶ ଅମ୍ବାନୀ ଗାଡି ଚଲାଇଥିଲେ ଓ ରାସ୍ତା ସଫା ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।