Odisha News Portal

କଇଁଛ ମୁଦି କିପରି ପିନ୍ଧିଲେ ମଣିଷ ହୋଇଥାଏ କୋଟିପତି ଓ ଐଶ୍ଵର୍ଯ୍ଯଶାଳି, ନିଶ୍ଚୟ ଜାଣି ରଖନ୍ତୁ- Bastu Shastra

ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ରହିଛି ଯେ କଇଁଛ କୁ ଘରେ ରଖିବା ବା କଇଁଛ ର ପ୍ରତିମୂର୍ତ୍ତି ଘରେ ରଖିବା ଓ କଇଁଛ ମୁଦି ପିନ୍ଧିବା ଅତି ଶୁଭ ହୋଇଥାଏ । କୁହାଯାଏ ଯେଉଁ ଘରେ କଇଁଛ ମୂର୍ତ୍ତି ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବିରାଜମାନ ହୋଇ ଥାଆନ୍ତି ଆଉ ଯେଉଁ ବ୍ୟକ୍ତି କଇଁଛ ମୁଦି ପିନ୍ଧି ଥାଏ ସେ ସର୍ବଦା ଶାନ୍ତି ରେ ଖୁସି ରେ ରହିଥାଏ। କାରଣ ଭଗବାନ ବିଷ୍ଣୁ ଙ୍କ ର ଗୋଟିଏ ରୂପ ଏହି କଇଁଛ ଅଟେ।

ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟ ରେ ପର୍ବତ କୁ ପିଠି ରେ ଧରିଥିଲେ । ଆଉ ସମୁଦ୍ର ମନ୍ଥନ ସମୟ ର ସମସ୍ତ ସମସ୍ୟା ଦୂର କରିଥିଲେ । ତେବେ ଏହି ସମୁଦ୍ର ମନ୍ଥନ ସମାୟ ରେ ମାତା ଲକ୍ଷ୍ମୀ ବିରାଜମାନ ହୋଇଥିଲେ ଓ ଭଗବାନ ବିଷ୍ଣୁ ଙ୍କୁ ବିବାହ କରିଥିଲେ ତେଣୁ କୁହାଯାଏ କଇଁଛ ମୁଦି ପିନ୍ଧିବା ଦ୍ଵାରା ଉଭୟ ଲକ୍ଷ୍ମୀ ନାରାୟଣ ଙ୍କ କୃପା ଦୃଷ୍ଟି ରହିଥାଏ। ଆଜି କାଲି ସମସ୍ତେ ପ୍ରାୟ ଏହି ମୁଦି ବ୍ୟବହାର କରୁଛନ୍ତି କିନ୍ତୁ ଏହାର ସଠିକ୍ ବିଧି ନଜାଣି ଯଦି ଆପଣ ଏହାକୁ ବ୍ୟବହାର କରିବେ ତେବେ ଏହାର ଖରାପ୍ ପ୍ରଭାବ ପଡିଥାଏ। ତେବେ ଆଜି ଆମେ ଜାଣିବା କଇଁଛ ମୁଦି ପିନ୍ଧିବାର କିଛି ବିଧି ବିଧାନ ;

ତେବେ ଆପଣ ଯଦି କଇଁଛ ମୁଦି ବ୍ୟବହାର କରୁଛନ୍ତି ତେବେ ଏହା ସାଧାରଣ ରୂପା ର କିମ୍ବା ଚାନ୍ଦି ର ବ୍ୟବହାର କରିବା ଉଚିତ୍ । ତେବେ ଏହି ମୁଦି ର ଧାତୁ ରାଶି ଅନୁସାରେ ଅଲଗା ଅଲଗା ହୋଇଥାଏ । ଏହି ମୁଦି କୁ କେବଳ ଡାହାଣ ହାତରେ ପିନ୍ଧିବା ଉଚିତ୍ ହୋଇଥାଏ ।

ଏହି ମୁଦି କୁ କେବେବି କନିଷ୍ଠା ଅଙ୍ଗୁଳି , ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳିରେ ପିନ୍ଧନ୍ତୁ ନାହିଁ କାରଣ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ। ଯଦି ଆମେ ରାଶି କଥା କହିବା ତେବେ ମେଷ ରାଶି , ଧନୁ ରାଶି , ସିଂହ ରାଶି , କୁମ୍ଭ ରାଶି ର ଲୋକ ମାନେ ଏହି ମୁଦି ପିନ୍ଧିବା ଦ୍ଵାରା ସୁଭାଫଳ ମିଳିଥାଏ ଓ ନିଜ ଶରୀର ଓ ନିଜ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ  ।

ଏହା ଛଡ଼ା କନ୍ୟା ରାଶି , ବିଚ୍ଛା ରାଶି , ମୀନ ରାଶି ର ଲୋକମାନେ ଏହି ମୁଦି ପିନ୍ଧିବା ଉଚିତ୍ ନୁହେ । ଏହି ମୁଦି କୁ ପିନ୍ଧିବା ପୂର୍ବରୁ ଏହାର କିଛି ବିଧି ରହିଛି। ଏହି ମୁଦି କୁ ଶୁକ୍ରବାର ଦିନ କିଣିବା ଉଚିତ୍ ଓ ସେହି ବାର ରେ ପିନ୍ଧିବା ଉଚିତ୍। ଏହି ମୁଦି କିଣିବା ପରେ ପ୍ରଥମେ ଏହାକୁ ଗଙ୍ଗା ଜଳ ରେ ଧୋଇ ଦିଅନ୍ତୁ ଓ ପଞ୍ଚାମୃତ ସିଞ୍ଚନ କରନ୍ତୁ ଏହା ପରେ ନିଜ ଠାକୁର ଘରେ ଲକ୍ଷ୍ମୀ ନାରାୟଣ ଙ୍କ ପାଖରେ ରଖି ଏହାକୁ ପୂଜା କରନ୍ତୁ । ଏହା ପରେ ଏହି ମୁଦି ଧାରଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।