Odisha News Portal

Tooth Discoloration – ଦାନ୍ତ ହଳଦିଆ ପଡ଼ୁଛି କି ? ଜାଣନ୍ତୁ ଏହାର ଘରୋଇ ଉପଚାର

ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ଯେତେବେଳେ ସେହି ଅଙ୍ଗ ଗୁଡ଼ିକର କିଛି କ୍ଷତି ହୃ ଥାଏ ଆମକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।ତେବେ ଆମ ପାଟିରେ ଥିବା ସମସ୍ତ ଅଙ୍ଗ ଖାଦ୍ୟ ଖାଇବା ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।ତେବେ ଦାନ୍ତ ଖାଦ୍ୟ ଚୋବେଇବାରେ ସାହାଯ୍ୟ କରେ କିନ୍ତୁ ଯେତେବେଳେ ଏହି ଦାନ୍ତ ଖରାପ ହେଇଯାଏ ସେତେବେଳେ ଆମେ ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରୁ ନାହିଁ ।କିନ୍ତୁ ଆପଣ କେମିତି ଜାଣିବେ ଆପଣଙ୍କ ଦାନ୍ତ ଖରାପ ହେବାକୁ ଯାଉଛି ବୋଲି ।

ତେବେ ଯେତେବେଳେ ଦାନ୍ତ ହଳଦିଆ ପଡ଼ିଯାଏ ସେତେବେଳେ ଆପଣ ଜାଣିବେ ଯେ ଦାନ୍ତ ଖରାପ ହେବାକୁ ଯାଉଛି ।ତେବେ ବେଳେ ବେଳେ ଦାନ୍ତ ରଙ୍ଗ,ବ୍ଲାକ,ରେଡ଼, ବ୍ରାଉନ, ଗ୍ରେ ବି ଦେଖାଯାଏ ଏହା ବି ଦାନ୍ତ ଖରାପ ହେବାର ପ୍ରଥମ ଲକ୍ଷଣ ।ତେବେ ଦାନ୍ତ ଖରାପ ହେବା ପଛରେ ବହୁତ କାରଣ ରହିଛି ଓ କେମିତି ଆପଣ ନିଜ ଦାନ୍ତର ଯତ୍ନ ନେବେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

ଦାନ୍ତ ହଲଦିଆ ହେବାର କାରଣ:-

-ଯଦି କେହି ବ୍ୟକ୍ତି ଅଧିକ ପାନ,ନିଶା ଦ୍ରବ୍ୟ,ତମାଖୁ,ଗୁଟୁକା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତି ତାହେଲେ ତାଯୋଗୁଁ ବି ଦାନ୍ତର ରଙ୍ଗ ପରିବର୍ତ୍ତନ ହେଇଥାଏ ।

-ଯେତେବେଳେ ଆପଣଙ୍କ ଶରୀର ଭିତରେ କିଛି ରୋଗ ହେଇଥାଏ ତାପାଇଁ ବି ଦାନ୍ତର ରଙ୍ଗ ପରିବର୍ତ୍ତନ ହେଇଥାଏ ।ଆଇରନ ପାଇଁ ବି ଦାନ୍ତ ହଳଦିଆ ଦେଖାଯାଏ ।

କେମିତି କରାଯିବ ହଳଦିଆ ଦାନ୍ତର ଚିକିତ୍ସା:-

-ଏହାକୁ ରୋକିବା ପାଇଁ ଦିନକୁ ଦୁଇ ଥର ବ୍ରସ କରନ୍ତୁ ଯେମିତି 30 ସେକେଣ୍ଡ ପର୍ଯ୍ୟନ୍ତ ।ଆଉ ଗୋଟିଏ ବ୍ରସକୁ ଦୁଇ ମାସରେ ବଦଳାନ୍ତୁ ।ତେବେ ବହୁତ ଲୋକ ସାଧାରଣତଃ ବିଭିନ୍ନ ଦାନ୍ତକାଠି ଓ ଲୁଣ ଆଦି ବ୍ୟବହାର କରିଥାଆନ୍ତି ଦାନ୍ତ ଘଷିବା ପାଇଁ କିନ୍ତୁ ଜାଣିଛନ୍ତି ସେହି ଦାନ୍ତ କାଠି ପାଇଁ ମାଡ଼ି ଖାଇଥାଏ ।ଆଉ ଏହା ଦ୍ୱାରା ଆମ ଦାନ୍ତରେ କ୍ୟାଭିଟି ହେବା ଆରମ୍ଭ ହୁଏ ।

-କେମୋ,ବଳିଚିଂ ମାଧ୍ୟମରେ ବି ଦାନ୍ତର ଚିକିତ୍ସା କରାଯାଏ କିନ୍ତୁ ବଳିଚିଂ ରେ କେମିକାଲ ରହିଥାଏ ତେଣୁ ଅଧିକ ବଳିଚିଂ କଲେ ବି ଏହା ଦାନ୍ତ ପ୍ରତି ହାନି କାରକ ହେଇଥାଏ ।

-ପ୍ରତି ବର୍ଷରେ ଦୁଇ ଥର ଡେଣ୍ଟଟିସ ପାଖକୁ ଯାଇ ଦାନ୍ତ ର ଚିକିତ୍ସା କରିବା ଦରକାର ଏହା ଟିକିଏ ଅର୍ଥ ବହୁଳ ହେଲେ ବି ଏହା କରିବା ଦ୍ୱାରା ଆପଣଙ୍କ ଦାନ୍ତ ଠିକ ରହିବ ।

ବନ୍ଧୁମାନେ ଦାଣ୍ତ ଠିକ ରହିଲେ ଆପଣ ନିଜ ଇଚ୍ଛା ମୁତାବକ ଖାଦ୍ୟ ଖାଇ ପାରିବେ ନହେଲେ ଆପଣ ଏହିସବୁକୁ ଜାଣିଶୁଣି ଅଣଦେଖା କଲେ ଖୁବ ସମୟରେ ନଇଁ ଦାନ୍ତକୁ ହରେଇ ଦେବେ ଆଉ ବାଧ୍ୟ ହେଇ ପ୍ଲେନ ଖାଦ୍ୟ ଖାଇବାକୁ ପଡ଼ିବ ।ତେଣୁ ଦାନ୍ତର ରଙ୍ଗ ପରିବର୍ତ୍ତନ ହେଲେ ତୁରନ୍ତ ଡାକ୍ତର ଦେଖେଇ ଚିକିତ୍ସା କରି ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।