Odisha News Portal

ଟିଭି ସୋ ରେ ଅଭିନୟ କରୁଥିବା ସୋନପରି ବହୁତବର୍ଷ ପରେ ଏବେ ଦେଖାଯାଉଛନ୍ତି ବହୁତ ହଟ

ଆମ ସମସ୍ତଙ୍କର ପିଲା ବେଳେ ଅନେକ ସ୍ମୃତି ରହିଥାଏ, ସେହି ସ୍ମୃତି ମଧ୍ୟରୁ ଆପଣ ମାନଙ୍କର ମନେ ଥିବ ଅନେକ ସିରିଏଲ ଏପରି ରହିଛି ଯାହା ଆମ ମାନେ ଜୀବନ ଥିବା ପର୍ଯ୍ୟନ୍ତ ଭୂଲି ପାରିବେ ନାହିଁ। ଏହି ସବୁ ସିରିଏଲ ମାନଙ୍କ ମଧ୍ୟରୁ ଶକ୍ତିମାନ, ଜୁନିଅର ଜି, ସରାରତ, ଶାକାଲାକା ବୁମ ବୁମ ଏବଂ କରିସ୍ମା କି କରିସ୍ମା ପରି ସିରିଏଲ ଆମ ମାନଙ୍କର ଅଧିକ ପସନ୍ଦିତା ଅଟେ। ଆମ ମାନଙ୍କ ମନ ମଧ୍ୟରେ ବେଳେ ବେଳେ ପ୍ରଶ୍ନ ଆସିଥାଏ ଯେ ଏହି ସବୁ ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ବର୍ତମାନ କିପରି ଦେଖା ଯାଉଥିବେ ଏବଂ କଣ କରୁଥିବେ।

ତେବେ ଆଜି ଏମିତି ଏକ ସିରିଏଲର ଅଭିନୟ କରିଥିବା କଳାକାର ବିଷୟରେ କହିବାକୁ ଯାଉଛୁ ଯାହା ସେତେବେଳେ ଛୋଟ ପିଲାଙ୍କ ହୃଦୟରେ ଜାଗା କିଣି ସାରିଥିଲା।

ଏହି ସବୁ ସିରିଏଲ ମାନଙ୍କ ମଧ୍ୟରୁ ସୋନପରି ସିରିଏଲ ସବୁଠୁ ପିଲାଙ୍କର ପସନ୍ଦିତା ସୋ ଥିଲା। ୨୦୦୦ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସିରିଏଲ ପ୍ରସାରିତ ହେଉଥିଲା। ଏହି ସିରିଏଲ ସେତେବେଳେ ପିଲା ମାନଙ୍କ ର ଅଧିକ ପସନ୍ଦିତା ସିରିଏଲ ଅଟେ। ମୁଖ୍ୟ କଳାକାର ଆଲତୁ ଓ ଯାଦୁଗର ସୋନପରି ରୂପରେ ନଜର ଆସିଥିଲେ। ଆଲତୁ ଓ ଯାଦୁଗର ପିଲାମାନେ ବହୁତ ପସନ୍ଦ କରୁଥିଲେ।

ଯେଉଁ ମାନେ ନବେ ଦଶକରେ ଜନ୍ମ ହୋଇ ଥିବେ ତାହାଲେ ଆପଣ ମାନଙ୍କର ସୋନପରି ସିରିଏଲ ନିଶ୍ଚିତ ଭାବ ରେ ଦେଖିଥିବେ। ଏହି ସିରିଏଲ ରେ ଲୋକମାନେ ଅଧିକ ସୋନପରି ଏବଂ ଫୃଟିକୁ ବହୁତ ପସନ୍ଦ କରୁଥିଲେ।

ଫୃଟି ଯିଏ କି ଏକ ଛୋଟିଆ ଝିଅ ସେ ଯେତେବେଳେ କୌଣସି ବିପଦରେ ପଡୁଥିଲା ସୋନପରି ତାଙ୍କୁ ସାହାଯ୍ୟ କରୁଥିଲା। ଆଜି ଆମେ ସେହି ପୃଟିର ଏକ ଫୋଟୋ ଦେଖାଇବୁ। ଯିଏ କି ବର୍ତ୍ତମାନ ବହୁତ ବଡ଼ ହୋଇଗଲାଣି। ଆପଣ ମାନେ ଏବେ ତାଙ୍କୁ ଦେଖିଲେ ତାଙ୍କୁ ବିଶ୍ୱାସ କରିପାରିବେ ନାହିଁ।

ସୋନପରି ସିରିଏଲ ର ଫୃଟି ୪ ବର୍ଷ ବୟସରେ ସିରିଏଲ କରୁଥିଲେ। ସେ ବର୍ତମାନ ୨୫ ବର୍ଷ ବୟସ ହୋଇଗଲାଣି। ଏବେ ବହୁତ ସୁନ୍ଦର ଓ ହଟ ଦେଖାଯାଉଛନ୍ତି। ଏହି ଛୋଟ ବାଳ କଳାକାର ଫୃଟି ବହୁତ ବଡ ହୋଇ ଯାଇଛନ୍ତି। ଏହି ସିରିଏଲ ରେ ଅଭିନୟ କରୁଥିବା ତନଭି ହେଗଡେ ତାଙ୍କୁ ଏବେ ୨୬ ବର୍ଷ ବୟସ ହୋଇଗଲାଣି।

ଯିଏକି ସୋନପରି ଚରିତ୍ରରେ ଅଭିନୟ କରୁଥିଲେ। ତନଭି ହେଗଡେ ବାଳକଳାକାର ଭାବରେ ବହୁତ ସୋ ରେ କାମ କରି ସେ ଦର୍ଶକଙ୍କ ମନକୁ କିଣି ନେଇଥିଲେ। ସେ ବାଳକଳାକାର ଭାବରେ ୧୩୦ ଟି ସୋ ରେ କାମ କରିସାରିଲେଣି। କିନ୍ତୁ ବର୍ତ୍ତମାନ ତନଭି ଅନେକ ମରାଠୀ ଫିଲ୍ମରେ କାମ କରି ସାରିଲେଣି। ଏହି ସିରିଏଲ ଆଜି ବି ଲୋକମାଙ୍କ ମନ ମଧ୍ୟରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।