Odisha News Portal

ରାତିରେ ଭଲ ନିଦ ( Tips for Better Sleep ) କେମିତି ହେବ ? | Dr. Susen Tharian

ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛି କି ଆମ ମନ ଠିକ ରହିବା ସହିତ ଆମର ଜୀବନକୁ ସଠିକ ରାସ୍ତାରେ ଆଗେଇ ନେବା ପାଇଁ ମୁଖ୍ୟ ଜିନିଷ ଟି ହେଉଛି ସ୍ୱାସ୍ଥ୍ୟ | ତେବେ ଆମର ସ୍ୱାସ୍ଥ୍ୟ ପାଇଁକି ଖାଇବା ଯେମିତି ନିହାତି ଆବଶ୍ୟକ ହୋଇଥାଏ , ସେହିଭଳି ଆବଶ୍ୟକ ହୋଇଥାଏ ନିଦ୍ରା | ଯଦି ଜଣେ ମଣିଷ ର ନିଦ୍ରା ଠିକ ଭାବରେ ହୋଇ ନ ଥାଏ ତାହେଲେ ତାହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପକାଇଥାଏ | ତେବେ ସେହି ନିଦ୍ରା ଜନିତ ସମସ୍ୟା କାହିଁକି ହୋଇଥାଏ ଓ ନିଦ୍ରା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁକି କଣ ସବୁ କାରଣ ରହିଛି, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |

ଅନିଦ୍ରା ସମସ୍ୟା ବିଷୟରେ ଜାଣିବା କେମିତି :-

ତେବେ ଆମେ ଜାଣିଛୁ କି ନିଦ୍ରା ହେଉଛି ଆମ ଜୀବନର ଗୋଟିଏ ଅତି ଆବଶ୍ୟକୀୟ ଜିନିଷ | ଆଉ ଜଣେ ମଣିଷ ପାଇଁ ଅତି କମ ରେ 8 ଘଣ୍ଟା ଶୋଇବା ଆବଶ୍ୟକ ହୋଇଥାଏ | ଆଉ ଯଦି ତାହା ଠାରୁ କମ ହୋଇଥାଏ ନିଦ୍ରା ଆମର ତାହେଲେ ଆମ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଇଥାଏ | ତେବେ ଯେତେବେଳେ ଆମର ନିଦ୍ରା ଠିକ ଭାବରେ ହୋଇ ନ ଥାଏ ତାହେଲେ ଆମର ପ୍ରତିଦିନ କାମରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ ଯାହା ଆମର ପାଠ ସହିତ ଆମର କାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ତାହା ସହିତ ଆମର ପ୍ରତେକ ଦିନ ଗୋଟିଏ ଶୋଇବାର ସମୟ ଠିକ ଥାଏ , ଆଉ ଯାହାକୁ ଯୋଗୁଁ ଆମେ ସେହି ସମୟରେ ଉଠିପଡୁ |.

କେତେବେଳେ ଡାକ୍ତର ଙ୍କ ପାଖକୁ ଯିବ :-

ତେବେ ଆମର ଯେତେବେଳେ ଯେତେ ଚେଷ୍ଟା କରିଲେ ମଧ୍ୟ ନିଦ୍ରା ନ ହୁଏ, ଆଉ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଏ ନିଦ୍ରା ସମ୍ପର୍କ କୁ ନେଇକି ସେତେବେଳେ ଆମେ ମାନେ ଡାକ୍ତର ଙ୍କ ପାଖକୁ ଯିବ ଆବଶ୍ୟକ ହୋଇଥାଏ | ଏହା ବ୍ୟତୀତ ଯଦି ଆପଣଙ୍କର ନିଦ୍ରା ନ ହେବାରୁ ମୁଣ୍ଡ ବିନ୍ଧୁଥିବ ବା କମ ସମୟ ଧରିକି ସକାଳେ ନିଦ ଜୋର ହେଉଥିବ ତାହେଲେ ସେତେବେଳେ ମଧ୍ୟ ଆମେ ଡାକ୍ତର ଙ୍କ ପାଖକୁ ଯିବ ଆବଶ୍ୟକ | ଆଉ ଆମେ ଲକ୍ଷ୍ୟ କରିବା କଥା କି ନିଦ ର ଆରମ୍ଭ ରେ ନାଁ ନିଦର ଶେଷରେ ଆମର ଅସୁବିଧା ହେଉଛି, ତାହା ଜାଣିବା ଦରକାର |

ନିଦ୍ରାହୀନତାରୁ ଚିକିତ୍ସା କେମିତି କରିବେ :-

ତେବେ ଆମେ ଶୋଇବା ପାଇଁକି ଖାଲି ଚିକିତ୍ସା କରିଲେ ହେବନି ଆମର ସ୍ଲିପ ହାଇଯେନିକ କୁ ମଧ୍ୟ ମେଣ୍ଟେନ କରିବା ପାଇଁ ପଡିବ | ଯେମିତିକି ଶୋଇବା ଘର ର ପରିବେଶ ଠିକ ଥିବା ଦରକାର, ବେଶି ଲାଇଟ ଯେମିତି ନ ପଡିବ ଠିକ ଭାବରେ କେମିତି ଶୋଇ ପାରିବା ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତାହା ସହିତ ଆମେ ମାନେ ଅଧିକ ରାତି ପର୍ଯ୍ୟନ୍ତ ଟିଭି, ଫୋନ ଆଦିର ବ୍ୟବହାର କରିବା ନାହିଁ | ତାହା ବ୍ୟତୀତ ଯେଉଁ ସ୍ଥାନରେ ଶୋଇବା ସେହି ସ୍ଥାନରେ ଖାଇବା ବା ଅନ୍ୟ କାର୍ଯ୍ୟ କରିବା ନାହିଁ | ଏହା ବ୍ୟତୀତ ଯେତେ ସମ୍ଭବ ଷ୍ଟ୍ରେସ କମ ନେବା ଆବଶ୍ୟକ |

ତେବେ ଏହି ଭଳି ଭାବରେ ଆମେ ନିଦ୍ରା ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।