ଟିକି ଝିଅଟିର ମିଠା ମିଠା କଥା ଶୁଣିଲେ ମନ ରହିଯିବ ତା’ରି ଠାରେ, India Book Of Records ପାଇଲେ ସ୍ଥାନ… ଦେଖନ୍ତୁ Video

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳି ଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଛୋଟ ପିଲା ମାନଙ୍କ ନିକଟରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଇଛି ଗୋଟେ ଅଢେଇ ବର୍ଷର କୁନି ଝିଅଟି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ଏଭଳି ଏକ ଦୃଶ୍ୟ ଢେଙ୍କାନାଳ ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସାଇ ସମ୍ପନ୍ନା ପୃଷ୍ଟି ନାମକ ଜଣେ କୁନି ଝିଅଟି, ଯାହାର ବୟସ ମାତ୍ର ଅଢେଇ ବର୍ଷ ଅଟେ। ସେ ଦୁଇ ମିନିଟରେ ଶ୍ଳୋକ କହି ଦେଇ ପାରିଛି। ସେଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ସେଥିରେ ଅନେକ ଗୁଡିଏ ପୁରସ୍କାର ବିତରଣ କରା ଯାଇଛି। ଯାହାକି ଏହା ଏକ ଅତ୍ୟନ୍ତ ଖୁସିର କଥା ଅଟେ। ଏତେ କମ ବୟସରୁ ଏଭଳି ଭାବରେ କହିବାର ଶୈଳୀ ଛୋଟ ପିଲାଙ୍କ ପାଇଁ ବହୁତ କଷ୍ଟ କର କଥା ଅଟେ।

କିନ୍ତୁ ସେହି ଛୋଟ ପିଲାଟି ପାଖରେ ବହୁ ଜ୍ଞାନ ରହି ଥିବାରୁ ସେଥିପାଇଁ ସେ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ଏତେ କମ ସମୟ ମଧ୍ୟରେ ଶ୍ଳୋକ କହି ଦେଇ ପାରିଛି। ସେହି କୁନି ଝିଅଟିର ବାପା ଓ ମାଆ ତାକୁ ଅନେକ କିଛି ଶିଖାଇ ଥାଆନ୍ତି। ଏଥି ସହିତ ସେହି ଝିଅଟି ମଧ୍ୟ ମୋବାଇଲ ଦ୍ୱାରା ଅନେକ କିଛି ଶିଖିଥାଏ। ଯାହା ଫଳରେ କି ସେ ଏତେ ଆଗକୁ ଯାଇ ପାରିଛି। ତେବେ ସେହି ଛୋଟ ପିଲାଟିର ଏଭଳି କାର୍ଯ୍ୟ ଦେଖି ତାଙ୍କ ବାପା ଓ ମାଆ ବହୁତ ଖୁସି ହୋଇ ଯିବା ସହିତ ପିଲାଟି ପାଇଁ ପରିବାରର ଲୋକ ମାନେ ବହୁତ ଗର୍ବିତ ଅନୁଭବ କରୁଛନ୍ତି।

ଏଥି ସହିତ ସେ ତାଙ୍କ ଗାଁ ପାଇଁ ମଧ୍ୟ ଗର୍ବ ଗୌରବ ଆଣି ଦେଇ ପାରିଛି। ତାଙ୍କ ଗାଁ ଲୋକ ମାନେ ତାକୁ ବହୁତ ଭଲ ପାଇବା ଦେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ଏହା ସମାଜକୁ ଏକ ଭଲ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପିଲା ମାନେ ତାକୁ ଦେଖି ଆକୃଷ୍ଟ ହୋଇ ପାରିବେ। ସେହି ଛୋଟ ପିଲାଟିକୁ ଚାରିଆଡୁ ପ୍ରଶଂସାର ଶୁଅ ଛୁଟୁଛି। ବିଶେଷ କରି ତା’ର ବାପା ଓ ମାଆ ଅତ୍ୟନ୍ତ ଖୁସି ହୋଇ ଯାଇଛନ୍ତି। ସେ ବହୁତ ଉପରକୁ ଯାଇ ନାଁ କରୁ ବୋଲି ପିଲାଟିର ବାପା, ମାଆ ଇଛା ପ୍ରକାଶ କରିଛନ୍ତି। ସବୁ କ୍ଷେତ୍ରରେ ତାକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ମଧ୍ୟ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment