ତେବେ ବନ୍ଧୁଗଣ ଟି-20 ବିଶ୍ୱକପର ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି | ବାଂଲାଦେଶ ଟସ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ଫଳରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ, ଧାର୍ଯ୍ୟ 20 ଓଭରରେ 6 ଟି ଓ୍ବିକେଟ ହରାଇ ଭାରତ 184 ରନର ଲକ୍ଷ୍ୟ ଦେଇଥିଲା | ଫଳରେ ବାଂଲାଦେଶ ପାଇଁ 185 ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ | ତେବେ ବିରାଟ କୋହଲି ଦଳ ପାଇଁ 64 ରନ କରି ଥିଲେ | ସେ 44 ବଲ ଖେଳି ଇନିଂସରେ ଆଠଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ | ଏହା ସହିତ ରବିଚନ୍ଦ୍ରନ ଅଶ୍ୱିନ 6ଟି ବଳରୁ 13 ରନ ସହିତ ସହ ଅପରାଜିତ ରହିଥିଲେ |ତେବେ କୋହଲିଙ୍କ ବ୍ୟତୀତ କେଏଲ ରାହୁଲ ଭାରତ ପାଇଁ 32 ବଲରେ 50 ରନ ସଂଗ୍ରହ କରିଥିଲେ | ଆଉ ଯାହା ଦେଖିବାକୁ ମିଳିଥିଲା ମ୍ୟାଚ ଜିତିବା ପରେ ରୋହିତ କିଛି କହିଛନ୍ତି | ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ପୂର୍ବ ସୂଚନା ଅନୁଯାୟୀ ବିଶ୍ୱକପ ସୁପର 12 ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ଭେଟି ଥିଲା ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଆଡିଲେଡରେ ଖେଳା ଯାଇଥିଲା | ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା | ଏହି ମ୍ୟାଚ ଜିତି ଭାରତ ସେମିଫାଇନାଲ ଦାବିକୁ ଦୃଢ କରିବା ସହିତ | ଟି-20 ବିଶ୍ୱକପ୍ 2022 ର ସୁପର-12 ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ 5 ରନରେ ବିଜେତା ହୋଇଛି ଭାରତ | ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲା ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ମୋତ ରଖିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କଣ କହିଥିଲେ ରୋହିତ ଶର୍ମା |
ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ | ବିଶେଷକରି ଡେଥ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି | ଡେଥ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ କରୁଥିଲା ବୋଲି କହିଛନ୍ତି ରୋହିତ ଶର୍ମା | ବାଂଲାଦେଶ ବିପକ୍ଷ ମ୍ୟାଚର ଅନ୍ତିମ ଓଭରରେ ଜିତିବା ଲାଗି 20 ରନ ଆବଶ୍ୟକ ଥିଲା | ଭାରତ ନିକଟରେ ଅର୍ଶଦୀପ ଓ ମହମ୍ମଦ ଶାମିଙ୍କ ବିକଳ୍ପ ଥିଲେ ମଧ୍ୟ ରୋହିତ 23 ବର୍ଷୀୟ ଅର୍ଶଦୀପଙ୍କ ଉପରେ ଭରସା ଦେଖାଇଥିବା ବେଳେ ଭାରତ ଏହି ମ୍ୟାଚକୁ 5 ରନରେ ଜିତି ନେଇଥିଲା |
ତେବେ ଭାରତ ଦ୍ରୁତ ବୋଲର ବୁମ୍ରାଙ୍କ ଅନୁପସ୍ଥିତିରେ ଡେଥ ବୋଲିଂ ଦାୟିତ୍ୱ ନେବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା | ତେବେ ଜଣେ ଯୁବ ଖେଳାଳି ଭାବରେ ଅର୍ଶଦୀପ ନିଜ ଦାୟିତ୍ୱ ସଠିକ ଭାବରେ ନିର୍ବାହ କରିଛନ୍ତି | ଗତ 9 ମାସ ଧରି ଏହି ଦାୟିତ୍ୱ ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ରୋହିତ କହିଥିଲେ | ଏହି ମ୍ୟାଚରେ ମୁଁ ଏକା ସମୟରେ ଶାନ୍ତ ଓ ନର୍ଭସ ମଧ୍ୟ ରହୁଥିଲି | ବର୍ଷା ପାଇଁ ବାଧାପ୍ରାପ୍ତ ମ୍ୟାଚର 16 ଓଭର ଖେଳା ଯାଇଥିଲା ଓ ପରେ ଭାରତ ଏହି ମ୍ୟାଚ କୁ 5 ରନ ଜିତି ନେଇଥିଲା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।