ବନ୍ଧୁଗଣ ଦୁନିଆରେ ବର୍ତମାନ ଅନେକ ପ୍ରକାର ରୋଗ ଦେଖାଗଲାଣି ତାହା ମଧ୍ୟରୁ ଥାଇରଏଡ଼ ଏକ ମାରାତ୍ମକ ରୋଗ ଅଟେ |ଏହି ରୋଗରେ ଯେ କୌଣସି ବୟସ ବ୍ୟକ୍ତିମାନକୁ ହୋଇଥାଏ, ଏହି ରୋଗ ବ୍ୟକ୍ତିମାନଙ୍କ ଶରୀର ଉପରେ ବହୁତ ପ୍ରଭାବ ପକାଇ ଥାଏ ଯେଉଁ କାରଣ ପାଇଁକି ବ୍ୟକ୍ତି ବେଳେ ବେଳେ ଏହି ରୋଗରେ ପୀଡିତ ହୋଇ ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଥାଏ |ମୁଁ ଆଜି ଆପଣକୁ ଏହି ଥାଇରଏଡ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ରୋଗ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଲକ୍ଷଣ :-
ପ୍ରଥମେତଃ ଏହା ସବୁ ବୟସରେ ହୋଇଥାଏ, ତେଣୁ ଏହି ରୋଗ ଯଦି ଗର୍ଭବତୀ ମାର ପେଟରେ ଥିବା ବେବିକୁ ହୋଇଥାଏ ତେବେ ପିଲାଟିର ଜନ୍ମ ପରେ ତାର ମାଇଣ୍ଡ ଡେଭଲପମେଣ୍ଟ ହୋଇନଥାଏ |ଏହା ସହିତ ଏମାନଂକର ଗ୍ରୋଥ ହୋଇନଥାଏ, ଜନ୍ମପରେ ଏମାନଂକୁ ଦଣ୍ଡିସ ପରି ରୋଗ ମଧ୍ୟ ଦେଖା ଦେଇଥାଏ |
-ଯଦି ପିଲାକୁ ଜନ୍ମର ପାଞ୍ଚ ବର୍ଷପରେ ଥାଇରଏଡ ହୁଏ ତେବେ ମଧ୍ୟ ଏହି ଶିଶୁର ଗ୍ରୋଥ ହ୍ରାସ ପାଇବା ସହିତ ଏହାର ସ୍ମରଣ ଶକ୍ତି କମିଯାଏ,ଏମାନେ ପାଠ ପଢିପାରନ୍ତି ନାହିଁ |
-ଏହି ସମସ୍ୟା ଯଦି 15ରୁ 16ବର୍ଷ ଝିଅ ପାଖରେ ଦେଖାଯାଏ ତେବେ ତାର ଋତୁସ୍ରାବରେ ପ୍ରୋବ୍ଲେମ ଦେଖାଯାଏ,ଏହାସହିତ ତାର ଓଜନ ବୃଦ୍ଧି ହୋଇଥାଏ ଏବଂ ତାର କୌଣସି କାର୍ଯ୍ୟରେ ମନ ଲାଗିନଥାଏ |ଏମାନଙ୍କର କଂସେଟ୍ରେସନ ପୱାର କମିଯାଏ |
-ଏହି ରୋଗ ଯଦି 35ବର୍ଷରେ ଦେଖାଯାଏ ତେବେ ଏମାନଙ୍କର ମଧ୍ୟ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇନଥାଏ ତାହା ସହିତ ଧୀରେ ଧୀରେ ଏମାନଙ୍କ ମେମୋରୀ ପାୱାର ମଧ୍ୟ ଲସ ହୋଇଥାଏ |
ଚିକିତ୍ସା :-
-ଥାଇରଏଡର ଲେଭେଲ ଯଦି କମିଥାଏ କିମ୍ବା ବଢିଥାଏ ତେବେ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ଥାଇରଏଡ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଔଷଧ ଦେବା ଆବଶ୍ୟକ |
-ନବ ଦମ୍ପତି ମାନଙ୍କର ଯଦି ପିଲା କଂସିଭ ହେଉନଥାଏ ତେବେ ସେମାନଙ୍କ ଠାରେ ଏହି ସମସ୍ୟା ଥାଇପରେ ତେଣୁ ଏହି ସମୟରେ ଆପଣ ମଧ୍ୟ ଥାଇରଏଡ ଟେଷ୍ଟ କରି ଔଷଧ ଖାଇବା ଆବଶ୍ୟକ |ଆପଣ ଯଦି ଏହି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ସବୁଦିନ ଏହି ମେଡ଼ିସିନ ଖାଆନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶରେ ଆପଣ ଔଷଧ ଖାଇବା ବନ୍ଦ କରନ୍ତୁ ନାହିଁ |
-ଏହି ମେଡ଼ିସିନ ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ ଆପଣ କୌଣସି ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ, ଯଦି ଖାଇବେ ତେବେ ମେଡ଼ିସିନ ଖାଇବା ଏକ ଘଣ୍ଟା ପରେ ଖାଇବେ |
-ଗର୍ଭବତୀ ଯଦି ଏହି ଔଷଧ ଗ୍ରହଣ କରୁଛନ୍ତି ତେବେ ଆପଣ ଏହି ଥାଇରଏଡ ମେଡ଼ିସିନ ଖାଇବାର କିଛି ସମୟ ଗେପ କରି ଆଇରନ କିମ୍ବା କାଲସିୟମ ଟାଵଲେଟ ଖାଆନ୍ତୁ |ଏକ ସାଙ୍ଗରେ ଏହି ଔଷଧ ଖାଆନ୍ତୁ ନାହିଁ |
-ଏହା ମେଡ଼ିସିନ ଖାଇବା ସହିତ ଆପଣ ଯଦି ନିଜ ଖାଇବାର ରୁଟିନ ଚେଞ୍ଜ କରନ୍ତି କିମ୍ବା ଆପଣ ସଫିସେଣ୍ଟ ପାଣି ପିଇବା ସହିତ ସକାଳୁ ଉଠି ଯୋଗ କିମ୍ବା ବ୍ୟାୟାମ କରନ୍ତି ତେବେ ଆପଣଙ୍କ ଏହି ରୋଗ ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |
-ଅପଣଂକର ଯଦି ଆୟୋଡିନ ଲେଭେଲ କମଥାଏ ତେବେ ଆପଣ ଆୟୋଡିନ ଯୁକ୍ତ ଲୁଣ ଖାଇବା ସହିତ ଓଜନ କମାଇବା ପାଇଁ ରେଗୁଲାର ଏକ୍ସସାର ସାଇଜ଼ କରିବା ଉଚିତ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।