ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଷ୍ଟାର ବିବାହ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ବୌବହିକ ସମ୍ପର୍କ ର ବିବାଦ ବିଷୟ ରେ ଜାଣିଥିବେ ନିଶ୍ଚିତ। ତେବେ ଅନେକ ଦିନ ଧରି ଏହି ବିବାଦ ଫ୍ୟାମିଲି କୋର୍ଟ ରେ ଚାଲିଥିଲା ଆଉ ବର୍ତ୍ତମାନ ଏହି ବିବାଦ ଟି ଧୀରେ ଧୀରେ ସାମାଧାନ ର ରାସ୍ତା ଆଡ଼କୁ ଯାଉଥିବା ଜଣା ପଡ଼ିଛି ।ତେବେ କିନ୍ତୁ କିଛି ଦିନ ତଳେ କୋର୍ଟ ର ରାୟ ପରେ ବର୍ଷା ଅନୁଭବ ମହାନ୍ତି ଙ୍କ ର ଘର ଛାଡ଼ି ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ଏହିପରି ଏକ ସୂଚନା ଆସିଛି ଯାହା ଜାଣିଲା ପରେ ଆପଣ ମଧ୍ୟ ବର୍ଷା ଙ୍କୁ ନେଇ ଚକିତ ହୋଇଯିବେ।
ତେବେ ସୂଚନା ଅନୁସାରେ, ଅଦାଲତ ର ରାୟ ପରେ ବର୍ଷା ଅନୁଭବ ଙ୍କ ଘର ଛାଡ଼ି ଦେଇଥିଲେ ମାତ୍ର ଘରେ ତାଲା ପକାଇ ଆସିଥିଲେ ଆଉ ଚାବି ଅନୁଭବ ଙ୍କୁ ଦେଇ ନଥିଲେ। ତେବେ ସେ ବଧେ ଭାବି ଥିଲେ ଅନୁଭବ ଚାବି ଭାଙ୍ଗିଲେ ବର୍ଷା ତାଙ୍କ ନାମ ରେ ଆଉ ଗୋଟେ ନୂଆ ଅଭିଯୋଗ ଦେବେ ବୋଲି। ମାତ୍ର ଅନୁଭବ ଏହା ନକରି ଏ ବିଷୟରେ ସିଧା କୋର୍ଟ କୁ ଜଣେଇଥିଲେ। ତେବେ କଥା ଟି କୋର୍ଟ ରେ ପହଁଚିବା ପରେ କୋର୍ଟ ଆସନ୍ତା ୨ ତାରିଖ ସୁଦ୍ଧା ବର୍ଷା ଙ୍କୁ ଅନୁଭବ ଙ୍କୁ ଚାବି ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଆଉ ସେ ଗ୍ରହଣ ନକଲେ ଚାବି କୋର୍ଟ ରେ ଦାଖଲ କରିବା ପାଇଁ କୁହାଯାଇଛି।
ତେବେ ଖାଲି ଏତିକି ନୁହେଁ ବରଂ ବର୍ଷା ଙ୍କ ଦ୍ଵାରା ଆବେଦନ ହୋଇଥିବା ଦୁଇ ଟି ଅଭିଯୋଗ ଦରଖାସ୍ତ କୁ ମଧ୍ୟ କୋର୍ଟ ଖାରଜ କରିଛି। ତେବେ ଗୋଟିଏ ଥିଲା କି ଅନୁଭବ ସୋସିଆଲ ମିଡ଼ିଆ ରେ ବର୍ଷା ଙ୍କୁ ଲୋକ ଆଗରେ ନୀଚ ଦେଖାଇବା କୁ ଚାଁହୁଁଛନ୍ତି ବୋଲି। ଯାହାକୁ ମାନ୍ୟବର କୋର୍ଟ ଖାରଜ କରିଛନ୍ତି ।ଏବଂ ଏହା ସହ ସେ ଦ୍ଵିତୀୟ ଦରଖାସ୍ତ ଦେଇଥିଲେ କି ସେ ଅଭିଯୋଗ କରିଥିବା ସୂଚନା ରେ କିଛି ସଂଶଧନ କରିବା ପାଇଁ ଚଂହୁଛନ୍ତି ବୋଲି।
ମାତ୍ର କୋର୍ଟ ବର୍ଷା ଙ୍କ ର ଏହି ଦୁଇ ଟି ଯାକ ଦରଖାସ୍ତ କୁ ଖାରଜ କରିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପରସ୍ପର ଠାରୁ ଦୁରେଇ ରହୁଥିଲେ ମଧ୍ୟ ଉଭୟ ର ବୌବହିକ ବିବାଦ ରେ ପୂର୍ଣଛେଦ ପଡ଼ିନାହିଁ। ତେବେ ସମୟ ଅନୁସାରେ ଉଭୟ ଙ୍କ ର ଏହି ବିବାଦ ର ସମାଧାନ ହେବା କୁ ଯାଉଥିବା ନେଇ ସୂଚନା ରହିଛି। ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବର୍ଷା ଙ୍କ ର ଏହି କାମ ବିଷୟ ରେ ଲୋକମାନେ ଜାଣିବା ପରେ ତାଙ୍କୁ ସମାଲୋଚନା କରିଥିବା ଦେଖିବା କୁ ମିଳୁଛି। ତେବେ ଦେଖା ଯାଉ କେବେ ଏହି ବିବାଦୀୟ ଓଲିଉଡ ଦମ୍ପତି ଙ୍କ ର ବିବାଦ ସମାପ୍ତ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।