Odisha News Portal

ଠେଲା ଗାଡିରେ ପନି ପରିବା ବିକ୍ରି କରୁଥିବା ଏହି ବ୍ୟକ୍ତି ଅଳିଆ ଗଦାରୁ ଉଠାଇ ପାଳିଥିଲେ ଝିଅକୁ, ୨୫ ବର୍ଷ ପରେ ସେହି ଝିଅ ଏମିତି ଋଣ ସୁଝିଲା ଜାଣିଲେ ପାଦତଳୁ ମାଟି ଖସିଯିବ…..

0 244

ଆଜିର ସମାଜରେ ଲୋକମାନେ ବହୁତ ପରିବର୍ତ୍ତନ ହୋଇଗଲେଣି , ଏବେକା ସମୟରେ ଲୋକମାନେ ଯିଏ ଯାହାର ଚିନ୍ତା କରୁଛନ୍ତି । ନିଜର ସ୍ୱାର୍ଥ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ହେଲେ ମଧ୍ୟ କରିବା ପାଇଁ ପଛଘୁଞ୍ଚା ଦେଉନାହିଁ । । ମାତ୍ର ପ୍ରତ୍ୟେକ ଲୋକମାନେ ଯେ ଏମିତି ତାହା କହିବା ଠିକ ନୁହେଁ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ମାନବିକତା , ସାମାଜିକତା ବଞ୍ଚି କରି ରହିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କହିବେ କି ମାନବିକତା ଭଳି ଗୋଟିଏ କଥା ସମାଜରେ ରହିଛି ।

ଅନେକ ପିତା ମାତା ରହିଛନ୍ତି ଯେଉଁମାନେ ନିଜର ପିଲା ମାନଙ୍କୁ ଜନ୍ମ କରି ଅଲିଆ ଗଦା ବା ରାସ୍ତାରେ ପକେଇ ଦେଇଥାନ୍ତି । ତେବେ ଏପରି କରିବା ତାଙ୍କ ପାଇଁ କେତେ ଠିକ ସେମାନେ ଭାବନ୍ତି ନାହିଁ , କାରଣ ଗୋଟିଏ କଅଁଳା ଶିଶୁଟିର କଣ ଏମିତି ଭୁଲ ରହିଥାଏ ଯେଉଁଥିପାଇଁ ସେ ଏପରି ଦଣ୍ଡ ପାଇଥାଏ ।

ତେବେ କିଛି ଲୋକମାନେ ମଧ୍ୟ ଏମିତି ଅଛନ୍ତି କି ରାସ୍ତାରୁ ବା ଅଳିଆ ଗଦାରୁ କାନ୍ଦୁଥିବା ପିଲାଟିର କଷ୍ଟ ସହ୍ୟ କରିନପାରି ତାହାକୁ ନିଜର କୋଳକୁ ନେଇଥାନ୍ତି । ଅନ୍ୟ କାହାର ପିଲାକୁ ସେମାନେ ନିଜର ସନ୍ତାନର ପରିଚୟ ପ୍ରଦାନ କରିଥାନ୍ତି ଏବଂ ସେମାନଙ୍କୁ ନିଜ ଗୋଡରେ ଛିଡା କରିଥାନ୍ତି ।

 ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ ପରିବା ବିକ୍ରି କରୁଥିବା ବ୍ୟକ୍ତି ଅଳିଆ ଗଦାରେ ପଡିଥିବା ଏକ ଛୋଟ ଝିଅକୁ ଉଠାଇ ତାହାକୁ ପାଳିଥିଲେ ଏବଂ ଏହାପରେ ସେହି ଝିଅଟି ବଡ ହୋଇ ତାଙ୍କୁ ଏପରି କିଛି କରି ଦେଖାଇଛନ୍ତି ଯେଉଁଥିପାଇଁ ସେ ବହୁତ ଖୁସି ଅଛନ୍ତି ।

ଘଟଣା ଆସାମରେ ରହୁଥିବା ସୋବରନଙ୍କର ଯିଏ ନିଜର ଓ ନିଜ ପରିବାରର ଲାଳନ ପାଳନ ପାଇଁ ପନି ପରିବା ବିକ୍ରି କରୁଥିଲେ । ଦିନେ ସେ ଠେଲା ଗାଡରେ ପରିବା ବିକ୍ରି କରି ନେଉଥିବା ସମୟରେ ଏକ ଅଳିଆ ଗଦାରୁ ପିଲାଟିର କାନ୍ଦ ଶୁଣିଥିଲେ ଏହା ପରେ ସେହି ଶିଶୁକୁ ସେ କୋଳରେ ଉଠାଇ ନେଇଥିଲେ । ସେ ଏହି ଶିଶୁକୁ ପାଇ ବହୁତ ଖୁସି ହେଲେ ।

ଏହା ପରେ ସୋବରନ ସେହି ଶିଶୁର ଲାଳନ ପାଳନ କରି ବଡ କରିଲେ ଓ ତାହାର ନାମ ଜ୍ୟୋତି ଦେଲେ । ସୋବରେନ ଜ୍ୟୋତିକୁ ପଢାଇଲେ , ଜ୍ୟୋତି ବହୁତ ଭଲ ପାଠ ପଡିଥିଲା ଯେଉଁଥିପାଇଁ ସେ 2013 ମସିହାରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କଲା । ଏହା ପରେ ଜ୍ୟୋତି ଆସାମର ଲୋକସଭା ଆୟୋଗର ପରୀକ୍ଷା ମଧ୍ୟ ପାସ କରିଥିଲା । ପରୀକ୍ଷା ପାସ କରିବା ପରେ ଜ୍ୟୋତିକୁ ସହାୟକ ପଦରେ ଚାକିରି ମିଳିଲା ।

ଜ୍ୟୋତିର ଏପରି ସପଳତା ଦେଖି ବାପା ସୋବରେନ ବହୁତ ଖୁସି ଥିଲେ ଏବଂ କହିଥିଲେ କି 25 ବର୍ଷ ତଳେ ହୀରା ଖଣ୍ଡେ ସେ ପାଇଥିଲେ । ଆଜି ଜ୍ୟୋତି ତାଙ୍କ ପିତାଙ୍କ ସହ ରହୁଛନ୍ତି ଏବଂ ସେ ତାଙ୍କ ପିତାଙ୍କର ସବୁ ସ୍ଵପ୍ନକୁ ପୂରଣ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।