ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ ସତ୍ୟ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ରୁ ଯାହା ସୂଚନା ମିଳିଛି ଓଡିଶା ଯାତ୍ରା ଜଗତର ବେଶ ପରିଚିତ ଚେହରା ଯିଏ ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି ବୋଲି ସୂଚନା ମିଳିଛି | ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ ମଣିଭଦ୍ର ବିଶ୍ୱାଳ | ସମୟ ଚକ୍ରରେ ଏବେ ସେ ପାରାଦୀପ ଉପକଣ୍ଠ ଗଡ ଗ୍ରାମରେ ଥିବା ରତ୍ନମାଳି ଜେମା ଜରାଶ୍ରମରେ ଆଶ୍ରୟ ନେଇଛନ୍ତି ବୋଲି ଭାଇରାଲ ଭିଡ଼ିଓ ରେ ଜଣା ପଡିଛି |
ତେବେ ପରିଣତ ବୟସରେ ପରିବାର ଉପରେ ବୋଝ ହେବେନି ବୋଲି ସେ ଚିନ୍ତା କରି ଅଲଗା ରହୁଛନ୍ତି | ପ୍ରକୃତରେ ତାଙ୍କ ପୁଅମାନେ ବାପାଙ୍କୁ ଅଣଦେଖା କରିବାରୁ ସେ ଘର ଛାଡି ଏବେ ଜରାଶ୍ରମରେ ପହଞ୍ଚିଥିବା ସୂଚନା ମିଳିଛି | ତେଵେ ରସରାଜ ମଣିଭଦ୍ରଙ୍କ ଘର ବାଲେଶ୍ୱର ଜିଲା ଓଳିଆପାଟଣା ଗ୍ରାମରେ | ତେବେ ତାଙ୍କର ସ୍ତ୍ରୀ ଙ୍କ ପରଲୋକ ପରେ ତାଙ୍କର ଦୁଇ ପୁଅ ଗୋଟିଏ ଝିଅକୁ ନେଇ ସେ ରହୁଥିଲେ | ସାନପୁଅ ପଢ଼ିବା ବେଳେ କିଛି ଭୁଲ କରିବାରୁ ଦଣ୍ଡସ୍ବରୂପ ଆର୍ଥିକ ସହାୟତା ଦେବା ବନ୍ଦ କରିଦେଇଥିଲେ |
ଆଉ ସେ କହିଛନ୍ତି କି ବଡପୁଅଙ୍କୁ ଜୀବନର ସମସ୍ତ ରୋଜଗାର ଅର୍ଥ ଦେଉଥିଲେ ଆଉ ବଡ଼ ମଣିଷ ମଧ୍ୟ କରିଥିଲେ | ଅଭିନୟ ଛାଡିବା ପରେ ଘରେ ରହିବା ବେଳକୁ ଅର୍ଥାତ୍ ୨ ବର୍ଷ ପୂର୍ବେ ବଡପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ | ବଡପୁଅଠାରୁ ଅଲଗା ହୋଇ କିଛିଦିନ ବାହାରେ ରହିବା ପରେ ସାନପୁଅ ନେଇ ତାଙ୍କୁ ଘରେ ରଖି ଯତ୍ନ ନେଉଥିଲେ | ମଣିଭଦ୍ର ତାଙ୍କୁ କେବେ କୌଣସି ଆର୍ଥିକ ସାହାଯ୍ୟ କରି ନ ଥିବାରୁ ସାନପୁଅ ଉପରେ ବୋଝ ନ ହେବାକୁ ସ୍ଥିର କରି ପାରାଦୀପର ଏହି ଜରାଶ୍ରମକୁ ଚାଲି ଆସିଥିବା କହିଛନ୍ତି ମଣିଭଦ୍ର |
ତେବେ ସେ କହିଛନ୍ତି କି ଆଗକୁ କ’ଣ ହେବ କହିହେବନାହିଁ ବୋଲି ସେ ଭାବାବେଗର ସହ କହିଥିଲେ | ତେବେ ସୂଚନା ଅନୁଯାୟୀ ସେ କଥା ହେବା ବେଳେ ସେ ନିଜକୁ ଦୃଢ ବୋଲି କହୁଥିଲେ ହେଁ ମନ ଭିତରେ କୋହ ଥିଲା ବୋଲି ଜଣା ପଡୁଥିଲା | କିଛି ସମୟ ପରେ ଜରାଶ୍ରମର ଗୋଟିଏ ଖଟରେ ବସି ଲୁହ ଗଡାଉଥିବା ଦେଖିବାକୁ ମଧ୍ୟ ମିଳିଥିଲା ବୋଲି ଏ ସମ୍ପର୍କରେ ଜରାଶ୍ରମର ସଭାପତି କହିଛନ୍ତି | ତେଵେ ଦିନେ ରଙ୍ଗମଞ୍ଚରେ ଅଭିନୟ ଦ୍ୱାରା ଦର୍ଶକଙ୍କୁ ହସାଉଥିବା ଏହି କଳାକାରଙ୍କ ପରିଣତ ବୟସର ଦୁଃଖ ଠିକ ନାଟକ କାହାଣୀ ପରି ଜଣାପଡ଼ୁଥିଲେ ମଧ୍ୟ ଏହା ସତ ବୋଲି ଜଣା ପଡିଛି |ଆଉ ତାଙ୍କର ଅଭୁଲା ସୃତି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।