ଥଣ୍ଡା , କାଶ , କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ସହଜ ଘରୋଇ ଉପାୟ… ପ୍ରତ୍ୟେକ ମାଆ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ବିଭିନ୍ନ ପ୍ରକାର ଯୋଗୁଁ ଆପଣଙ୍କୁ ଥଣ୍ଡା କାଶ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଭୋଗିବାକୁ ପଡିଥାଏ । ସେଥିପାଇଁ ଆପଣ ମାନେ ବିଭିନ୍ନ ପ୍ରକାର ମେଡିସିନ ର ସେବନ କରିଥାନ୍ତି , ଏମିତି କିଛି ଘରୋଇ ଉପଚାର ଅଛି ଯାହାର ପ୍ରୟୋଗ କରି ଆପଣ ମାନେ ନିଜର ଥଣ୍ଡା କାଶ ବା ଆପଣଙ୍କ ପିଲାର ଥଣ୍ଡାକାଶ ବା କଫ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭଲ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ :-
1. ତୁଳସୀ ଜଟା
2. ମିଶ୍ରି

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏବେ ଏହି ପାଣିକୁ ଗରମ କରନ୍ତୁ , ତାପରେ ଏଥିରେ ଏହି 10 ଟି ତୁଳସୀ ଜଟାକୁ ପକେଇ ଦିଅନ୍ତୁ । ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧ ଗ୍ଲାସ ନ ହୋଇଯିବ । ପାଣି ଭଲ ଭାବରେ ଫୁଟିଗଲା ପରେ ଏହାର ରଙ୍ଗ ଚେଞ୍ଜ ହେବାକୁ ଲାଗିବ । ପାଣିକୁ 5 ରୁ 10 ମିନିଟ ଭଲ ଭାବରେ ଫୁଟାଇଲା ପରେ ପାଣିର ରଙ୍ଗ ଚେଞ୍ଜ ହେବାରେ ଲାଗିଛି ।


ଏହା ହାଲକା ସବୁଜ ରଙ୍ଗ ପରି ଦେଖାଯାଉଛି , ବର୍ତ୍ତମାନ ଏହି ରେମିଡି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଏବେ ଆପଣ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ ଏବଂ ପାଣିକୁ ଥଣ୍ଡା ହେବା ପାଇଁ ଛା଼ଡି ଦିଅନ୍ତୁ । ଯଦି ଆପଣଙ୍କୁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହୋଇଅଛି , ତେବେ ଆପଣ ଆଜିର ଏହି ନେଚୁରାଲ ହୋମ ରେମିଡିକୁ ବନେଇ ନିହାତି ସେବନ କରନ୍ତୁ । ଛୋଟ ବଡ ରୁ ସମସ୍ତେ ଏହାକୁ ସେବନ କରି ପାରିବେ , ଥଣ୍ଡା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆଜିର ଏହି ହୋମ ରେମିଡି ବହୁତଚମତ୍କାରୀ ଅଟେ ।

ଯଦି ଆପଣଙ୍କର ଛୋଟ ପିଲା ବା ବଡଲୋକ କୁ ବହୁତ ଅଧିକ କାଶ ହେଉଛି ମେଡିସିନ ସେବନ କରିବା ପରେ ମଧ୍ୟ ଭଲ ହେଉନାହିଁ । ତେବେ ତା ପାଇଁ ମଧ୍ୟ ଏକ ସହଜ ଘରୋଇ ଉପାୟ ରହିଛି । ଏହି ରେମିଡି ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ । ଏହାପରେ ସେଥିରେ 2 ରୁ 4 ଖଣ୍ଡ ମିଶ୍ରି ପକାନ୍ତୁ , ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଅଧା ନହୋଇଯାଇଛି । ପାଣି ଅଧା ହୋଇଯିବା ପରେ ଏହାକୁ ଏକ ପାତ୍ରକୁ ଢାଳି ନିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଏକ ଚାମଚ ସେବନ କରିବା ପାଇଁ ଦିଅନ୍ତୁ । କାଶ ଭଳି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ସେବନ ପ୍ରଣାଳୀ :-

ସକାଳୁ ସନ୍ଧ୍ୟା ଏବଂ ରାତି ସମୟରେ ଆପଣ ଏହାକୁ ସେବନ କରିପାରିବେ , ଦିନକୁ 3 ଥର ଏହାର ସେବନ କରନ୍ତୁ । ଯଦି ଆପଣଙ୍କର ଥଣ୍ଡା ବହୁତ ଅଧିକ ଅଛି ତେବେ ଦିନକୁ 3 ଥର ଏହାର ସେବନ କରନ୍ତୁ । ଛୋଟ ପିଲା ମାନଙ୍କୁ ବୟସ ଅନୁସାରେ ଏକ ଚାମଚରୁ ଦୁଇ ଚାମଚ ଦିଅନ୍ତୁ ଏବଂ ବଡ ଲୋକମାନେ ଏହାର ସମ୍ପୂର୍ଣ୍ଣ ଅଧା ଗ୍ଲାସ ସେବନ କରନ୍ତୁ । କେବଳ 2 ରୁ 3 ଦିନ ଏହାର ସେବନ କରି ଦେଖନ୍ତୁ , ପ୍ରାକୃତିକ ଉପାୟରେ ଆପଣଙ୍କର ଥଣ୍ଡା ଭଳି ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment