Odisha News Portal

ଦେଖନ୍ତୁ ଭିଡ଼ିଓ – ଥାନା ଭିତରେ ପୋଲିସ ବାବୁ ଏବଂ ବାବୁଆଣୀ ଙ୍କ ରାସଲୀଳା ଭିଡ଼ିଓ ନିଆଁ ଭଳି ଭାଇରାଲ…

ବନ୍ଧୁଗଣ ଏବେ ଏମିତି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଚକିତ ହେବେ। ଥାନା ଭିତରେ ଚାଲିଚି ନାଗିନ ଡାନ୍ସ। ପୋଲିସ୍ ପୋଷାକରେ ଥାନା ଭିତରେ ଡାନ୍ସ ରେ ମସଗୁଲ ରହିଛନ୍ତି ପୋଲିସ୍ ବାବୁ ମାନେ।ଏହା ଶୁଣି ଆପଣଙ୍କୁ ଟିକିଏ ଅଡ଼ୁଆ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହି ଘଟଣା ପ୍ରକୃତରେ ସତ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରେ।ଏହି ଘଟଣା ଟି ହୋଲି ଦିନ ଘଟିଛି। ଥାନା ଭିତରେ ହୋଲି ଦିନ ପୋଲିସ୍ ବାବୁ ମାନେ ନାଗୀନ ଡାନ୍ସ ଗୀତରେ ଡାନ୍ସ କରୁଥିବା ଦେଖିବାକୁ ମିଳିଛି।

ଏହି ଥାନାରେ ସେଦିନ ଆଇ ଆଇ ସି ଙ୍କ ଠାରୁ ଆରମ୍ଭ କରି ହୋମ ଗାର୍ଡ ପର୍ଯ୍ୟନ୍ତ ଯେଉଁ ଭଳି ଭାବରେ ଗୀତରେ ମସଗୁଲ୍ ହୋଇ ନାଚି ଥିଲେ ତାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓ ରେ ଏହାର ସ୍ପଷ୍ଟ ଦୃଶ୍ୟ ଦେଖି ପାରିବେ। ଯେଉଁଭଳି ଭାବରେ ଥାନା ଭିତରେ ପୁଣି ପୋଲିସ୍ ପୋଷାକରେ ପୋଲିସ୍ ବାବୁ ମାନେ ନୃତ୍ୟ କରିଛନ୍ତି ତାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ଏହି ଦୃଶ୍ୟ ହେଉଛି ହୋଲି ଦିନର। ଥାନା ବାବୁ ମାନେ ଖାଖି ପୋଷାକରେ ଥାଇ ମଧ୍ୟ ହୋଲି ଖେଳିଛନ୍ତି।

ଏହା ସହ ଗୀତର ତାଳେ ତାଳେ ଝୁମି ଯାଇ ନାଗିନ ଡାନ୍ସ କରିଥିବାର ଦେଖିବାକୁ ମିଳୁଛି। କେବଳ ପୁରୁଷ ପୋଲିସ୍ ବାବୁ ମାନେ ନୁହନ୍ତି , ବରଂ ମହିଳା ପୋଲିସ୍ ଅଧିକାରୀ ମାନେ ମଧ୍ୟ ଏଠାରେ ନାଚୁ ଥିବାର ଦେଖିବାକୁ ମିଳିଛି। ଆପଣଙ୍କୁ କହି ରଖୁଛୁ କି ଅଭିନେତା ବାବୁଶାନ୍ ଙ୍କ ଅଭିନୀତ ଫିଲ୍ମ୍ ର ଏକ ଗୀତ ମୋ ହିରୋଇନ୍ ତୋ ପାଇଁ ଦିଲ୍ ହୁଏ ନାଗିନ ନାଗିନ୍,ଏହି ଗୀତରେ ସେମାନେ ସେଠାରେ ମାସଗୁଲ ହୋଇ ଖୁସିରେ ଗୀତରେ ଝୁମି ଯାଇ ଏହାର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି। ସମସ୍ତଙ୍କ ମୁହଁରେ ଏବଂ ପୋଷାକରେ ମଧ୍ୟ ରଙ୍ଗ ବୋଳା ହୋଇ ଥିବାର ଦେଖିବାକୁ ମିଳିଛି।

ତେବେ ଏହି ଘଟଣା ଘଟିବା ପରେ ଏହା ସୋସିଆଲ ମିଡିଆରେ ଯେଉଁଭଳି ଭାବରେ ସେୟାର ଏବଂ ଭାଇରାଲ ହେବାରେ ଲାଗିଛି ତାକୁ ନେଇ ବିଭିନ୍ନ ମହଲରୁ ଅନେକ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି। ଅନେକ ଏହି ଘଟଣା କୁ କରିଥିବା ବେଳେ ଏହା ଏକ ଲଜ୍ୟା ଜନକ ଘଟଣା ବୋଲି କହିଛନ୍ତି।ପୋଲିସ୍ ପୋଷାକରେ ଥାନା ଭିତରେ ଏଭଳି କିଛି କାର୍ଯ୍ୟ କରିବା ଆଦୋୖ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହି ଘଟଣାକୁ ନେଇ ସମସ୍ତେ ପ୍ରତିକ୍ରିୟା ଶିଳ ହୋଇଥିବା ବେଳେ ଏହାକୁ ନେଇ ପ୍ରଶାସନ ର ପଦକ୍ଷେପ କଣ ରହିଲା, ତା ଉପରେ ସମସ୍ତଙ୍କ ନଜର ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।