ଦର୍ଶକ ବନ୍ଧୁ ଆଜିର ସମୟରେ ବହୁତ ପ୍ରକାରର ଭାଇରାଲ ଭିଡ଼ିଓ ଦେଖିଥିବେ ହେଲେ ଏମିତି ଏକ ଭିଡ଼ିଓ ଦେଖିସାରିବା ପରେ ଆପଣଙ୍କ ଆଖିରୁ ଲୁହ ନିଶ୍ଚୟ ଆସିଯିବ | ତେବେ ବର୍ତ୍ତମାନ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା କୁହାଯାଇଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଜଣେ ଯୁବତୀ ପ୍ରେମ ପାଇଁ ତାଙ୍କ ଜନ୍ମ କଲା ମା’ ଙ୍କୁ ଧୋକା ମାରି ତଳେ ପକାଇ ଦେଇଥିବା ଦୃଶ୍ୟ ଏବେ ସାମ୍ନା ଆସିଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଏ ବିଷୟରେ କଣ ରହିଛି ସୂଚନା ସେ ବିଷୟରେ ଜାଣିବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଞ୍ଚଳରେ | ତେବେ ଘଟଣା ଟି ପୋଲିସ ଷ୍ଟେସନ ସମୁଖରେ ଘଟିଥିବା ସୂଚନା ମିଳିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଦେଢ ବର୍ଷ ପୂର୍ଵର ସେହି ଅଞ୍ଚଳର ଜଣେ ଯୁବତୀ ଭଲ ପାଇ ଅନ୍ୟ ଏକ ଯୁବକ ଙ୍କ ସହିତ ଫେରାର ହେଇଯାଇଥିଲେ | ବାପା ଯେତେ ଖୋଜିଥିଲେ ମଧ୍ୟ ଝିଅକୁ ଫେରି ପାଇନଥିଲେ ଫଳରେ ସ୍ଥାନୀୟ ପୋଲିସ ଷ୍ଟେସନ ରେ ଏକ ଲିଖିତ ଅଭିଯୋଗ କରିଥିଲେ |
ଆଉ ଯାହା ଜଣା ପଡିଛି କି ଅଭିଯୋଗ ଆଧାରରେ ପୋଲିସ ତାହାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସେତେବେଳେ କିଛି ଖୋଜ ଖବର ପାଇ ନଥିଲେ | ହେଲେ ହଠାତ ବୈଦ୍ୟନାଥପୁର ପୋଲିସ ଯୁବତୀ ଙ୍କ ଖବର ପାଇ ଉଭୟ ଯୁବତୀ ଓ ତାଙ୍କ ବାପା” ମା ” ଙ୍କୁ ବୁଝାମଣା ପାଇଁ ଥାନାକୁ ଡାକିଥିଲେ ବୋଲି କୁହାଯାଉଥିବା ବେଳେ,ସେଠାରେ ପରିସ୍ଥିତି କିଛି ଅନ୍ୟ ପ୍ରକାର ରହିଥିଲା |ଦେଢ ବର୍ଷ ପରେ ମା ” ତାର ଝିଅକୁ ପାଖରେ ପାଇ ଖୁସିରେ ବିଭର ହେଇପଡ଼ିଥିବାର ଦେଖାଯାଇଛି | ହେଲେ ତାପରେ ସେଠାରେ ପରିସ୍ଥିତି ଏମିତି ସୃଷ୍ଟି ହେଇଥିଲା ତାହା କେହି ବିଶ୍ୱାସ କରିବେନି
ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ଯେତେବେଳେ ମା ” ତାଙ୍କର ଝିଅ ପାଖକୁ କିଛି କହିବାକୁ ଯାଉଛି ସେତେବେଳେ ଝିଅ ରାଗ ଗର ଗର ହେଇ ମା “ର ହାତ କୁ ନିଜ ଦେହରେ କାଢି ଦେଇ ତାଙ୍କୁ ଧୋକା ମାରି ତଳେ ପକାଇଦେଇଥିବା ଦେଖା ଯାଇଛି | ତେବେ ଏହାପରେ ଯୁବତୀ ଜଣଙ୍କ ଯାଇ ପୋଲିସଙ୍କୁ ଏ କଥା କହିବାର ନଜର ଆସିଛନ୍ତି ଯେ କଣ ଏହି ପାଇଁ ମୋତେ ଥାନା କୁ ଡାକିଥିଲେ | ସେପଟେ ଯୁବତୀ ଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଯିଏ ନେଇଯାଇଥିଲେ ତାଙ୍କୁ ଗିରଫ କରିବା ସହିତ ନିଜ ଝିଅକୁ ଘରକୁ ନେଇଯିବା ଦାବିରେ ଅନଶନରେ ବସିଥିବା ର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।