ଥଣ୍ଡାରେ ଥରୁ ଥିଲା ଭିକାରୀଟି – ଭିକାରି ଭାବେ ବୁଲୁଥିବା ବ୍ୟକ୍ତି ର ପରିଚୟ ଜାଣିବା ପରେ ଡିଏସ୍‌ପି ମଧ୍ୟ କଲେ ନମସ୍କାର , କାରଣ ସେ ଲୋକଟି ବାସ୍ତବରେ ଜଣେ…….

ସୃଷ୍ଟିର ନିୟମ ବୁଝିବା ବଡ ବିଚିତ୍ର ଅଟେ । ଭଗବାନ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ଆଣି ଛିଡା କରିଦେବେ ତାହା କହିବା ତ ଦୂର କଥା କଳ୍ପନା ମଧ୍ୟ କରିବା ସମ୍ଭବପର ନୁହେଁ । ତେବେ ଅଧିକାଂଶ ସମୟରେ ଆମ ସାମ୍ନାକୁ ଏପରି କିଛି ଘଟଣା ତଥା ଚିତ୍ର ଆସିଥାଏ , ଯାହାକୁ ଆମେ ଚାହିଁଲେ ମଧ୍ୟ ବିଶ୍ବାସ କରି ପାରିନଥାଉ କିନ୍ତୁ ସତ ଯେତେ କଷ୍ଟଦାୟକ ହେଲେ ମଧ୍ୟ ତାହାକୁ ଗ୍ରହଣ କରିବାକୁ ହେବ ଏବଂ କାହିଁକି ନାଁ ଆମର ବିଶ୍ବାସ ଅବିଶ୍ବାସରେ ସତ କେବେ ଲୁଚି ରହିନଥାଏ ।

ନିକଟରେ ସୋସିଆଲ ମିଡିଆରେ ଏକ ଫୋଟ ତଥା ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଯେଉଁଥିରେ ଏକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ଯାହାଙ୍କୁ ଦେଖିଲେ ଆପଣ ତାଙ୍କୁ ନିହାତି ଭାବେ ଏକ ମାନସିକ ଅନଗ୍ରସର ବ୍ୟକ୍ତି କିମ୍ବା ଭିକାରୀ ବୋଲି ନିଶ୍ଚୟ ଭାବିବେ । କିନ୍ତୁ ବେଳେ ବେଳେ ଆଖି ଦେଖା ଘଟଣା ମଧ୍ୟ ମିଛ ହୋଇଥାଏ ।

ଆମକୁ କିଛି ଦେଖାଯାଏ ଓ ତାହା ବାସ୍ତବ ରେ ଅଲଗା କିଛି ହୋଇଥାଏ । ତେବେ ଏମିତି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶରେ ।

ଡିଏସିପି ରତ୍ନେସ ସିଂହ ତୋମର ଏବଂ ବିଜୟ ସିଂହ ଭୋଦରିଆ ଝାନ୍ସି ରୋଡ ଦେଇ ଉପ ନିର୍ବାଚନର ଭୋଟଗଣତି ପରେ ଯାଉଥିଲେ । ସେ ବନ୍ଧନ ବାଟିକାର ଫୁଟ ପଥ ରାସ୍ତାରେ ଯାଉଥିବା ବେଳେ ରାସ୍ତା କଡ଼ରେ ଏକ ଅଧା ବୟସର ଭିକାରୀକୁ ଦେଖିଲେ । ଭିକାରୀଟି ଥଣ୍ଡାରେ ଥରୁ ଥିଲା । ତେଣୁ ଏହା ଦେଖି ସେମାନେ ତାକୁ ସାହାର୍ଯ୍ୟ କରିବା ପାଇଁ ସେହି ଭିକାରୀ ପାଖକୁ ଗଲେ। ଏହାପରେ ରତ୍ନେଶ ସିଂହ ତାଙ୍କର ଜୋତା ତାକୁ ଦେବା ସହିତ ବିଜୟ ସିଂହ ନିଜର ଯାକେଟ ତାଙ୍କୁ ଦେଇଥିଲେ ।

କିନ୍ତୁ ଯେତେବେଳେ ତା ସହିତ ଅଧିକ କଥାବାର୍ତ୍ତା କରିବା ଆରମ୍ଭ କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେ ଯାହାକୁ ଭିକାରୀ ଭାବି ଥିଲେ ସେ ଭିକାରୀ ଅବସ୍ଥାରେ ଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବ୍ୟଚର ଜଣେ ଅଫିସର୍ ଥିଲେ । ସେ ଜଣେ ପୋଲିସ୍ ଅଫିସର୍ ଥିଲେ ଯାହାଙ୍କ ନାମ ମଣିଷ ମିଶ୍ରା ଥିଲା ।


ସେ ମଧ୍ୟପ୍ରଦେଶର ବହୁତ୍ ପୋଲିସ୍ ଷ୍ଟେସନରେ କାର୍ଯ୍ୟରତ ରହି ସାରିଛନ୍ତି ଏବଂ 2005 ରେ ଶେଷ ଥର ପାଇଁ କାର୍ଯ୍ୟରତ ଥିଲେ । ଆଉ ଏହାପରେ ତାଙ୍କର ମାନସିକ ଅବସ୍ଥା ଧୀରେ ଧୀରେ ଖରାପ୍ ହେବାକୁ ଲାଗିଲା ।ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କର ଚିକିତ୍ସା କରିବା ପାଇଁ ବହୁତ୍ ଚେଷ୍ଟା କରିଲେ କିନ୍ତୁ କିଛି ମଧ୍ୟ ଫଳ ମିଳିଲା ନାହିଁ ।ତେଣୁ ଏହିସବୁ ପରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡପତ୍ର ଦେଇ ଚାଲିଗଲେ ।


ଏହାପରେ ସେ ଧୀରେ ଧୀରେ ଭିକ ମାଗିବା ଆରମ୍ଭ କରିଲେ । ମଣିଷ ମିଶ୍ରା ଏମିତି ଦଶ ବର୍ଷ ହେବ ଭିକ୍ଷାବୃତ୍ତି କରି ଜୀବନଯାପନ କରୁଛନ୍ତି । ତେବେ ଏହି ଦୁଇ ପୋଲିସ ଅଧିକାରୀଙ୍କ ସହିତ ମଣିଷା ମଧ୍ୟ ପୋଷ୍ଟିଂ ହୋଇଥିଲେ । ତେଣୁ ଏହି ସବୁ କଥା ମନେ ପକାଇ ତାଙ୍କୁ ନିଜ ସାଥିରେ ନେବାକୁ ଚାହୁଁଥିଲେ କିନ୍ତୁ ସେ ଯିବା ପାଇଁ ରାଜି ହେଲେ ନାହିଁ । ତେଣୁ ସେ ତାଙ୍କୁ ଏକ ସମାଜସେବା ସଂସ୍ଥା ପଠାଇଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment