Odisha News Portal

ଠାକୁର ଦେଖିବାକୁ ଯାଇଥିଲେ, ପାହାଡି ରାସ୍ତାରେ ଚେତାଶୂନ୍ୟ… ଆଉ ତା’ପରେ ମହିଳାଙ୍କୁ…କାନ୍ଧରେ ପକାଇ ସୁରକ୍ଷା ଜାଗାରେ ପହଞ୍ଚାଇଲେ ଆମ ଯବାନ ! ଆମ ଯବାନ ଙ୍କ ପାଇଁ ଗୋଟିଏ ଲାଇକ ଏବଂ ସେୟାର ନିଶ୍ଚିତ କରନ୍ତୁ…

ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ କେତେବେଳେ ବି କୌଣସି ଖବର ଭାଇରାଲ ହୋଇ ଯାଉଛି । ଆଉ ଯାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ଅଧିକ ସମୟ ଲାଗୁନାହିଁ । ତେବେ ବର୍ତ୍ତମାନ ସମୟରେ ଆମେ ଏପରି ଏକ କରୁଣ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ସେହି ବିଷୟ ରେ ଜାଣିଲା ପରେ ଆପଣ ମଧ୍ୟ ସେହି ପୋଲିସ୍ କର୍ମଚାରୀ ଙ୍କୁ ପ୍ରଂଶସା ନ କରି ରହି ପାରିବେ ନାହିଁ ।

ତେବେ ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଆର୍ମି ବେଶରେ ଜଣେ ଯୁବକ ଆଉ ତାଙ୍କ ପିଠିରେ ଜଣେ ମହିଳା, ସଂମ୍ପୂର୍ଣ୍ଣ ପାହାଡିଆ ରାସ୍ତା , ଆଉ ସେହି ଦୃଶ୍ୟ ହିଁ କହି ଦେଉଛି ଜଣେ ପୋଲିସ୍ କର୍ମୀର ବିରତ୍ବର କାହାଣୀ । ପିଠିରେ ତାଙ୍କର ଜଣେ 68 ବର୍ଷିୟ ବୃଦ୍ଧା ସେ ପୁଣି ଅଚେତ ଅବସ୍ଥାରେ ପାହାଡିଆ ରାସ୍ତାରେ ବୋହି ବୋହି ପୋଲିସ୍ କର୍ମୀ ଚାଲିଛନ୍ତି କିନ୍ତୁ ମୁହଁରେ ଧକ୍କାପଣ ବୋଲି ଲେସ୍ ମାତ୍ର ନାହିଁ । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଠଣା ବିଷୟରେ ।


ତେବେ ପୋଲିସ୍ କର୍ମୀଙ୍କ ପିଠିରେ ବୋହା ହେଉଥିବା ମହିଳା ଜଣଙ୍କ ଠାକୁର ଦର୍ଶନ କରିବା ପାଇଁ ଯାଇଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯିବା ପରେ ତାଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ନିଜ ପିଠିରେ 6 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ବୋହିଲେ ପୋଲିସ୍ କନେଷ୍ଟବଲ୍ ।


ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର ବାସିନ୍ଦା ସେହି 68 ବର୍ଷିୟ ମହିଳା ମଙ୍ଗିନାଙ୍ଗ ମା । ତିରୋପତି ବାଲାଜିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ । ମାନିସିକ କରିଥିଲେ ବସ୍ ରେ ଯାତ୍ରା ନକରି 12 କିଲୋମିଟର ପାହାଡ ରାସ୍ତା ଏବଂ 3550 ଟି ପାହାଚ ଚଢି ଠାକୁର ଦର୍ଶନ କରିବେ କିନ୍ତୁ ଉପବାସ ଥିବାରୁ ଅଧା ରାସ୍ତାରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଥିଲେ । ପାହାଡ ରାସ୍ତା ହୋଇଥିବାରୁ ହଠାତ୍ ଏହି ସ୍ଥାନରେ ଆମ୍ବ୍ୟୁଲାନ୍ସ ପହଞ୍ଚିବା କଷ୍ଟକର ଥିଲା । ଏହା ଅନୁଭଭ କରି ମହିଳା ଙ୍କୁ ତତକ୍ଷଣାତ୍ ସାହାଯ୍ୟ ପାଇଁ ଅଣ୍ଟା ଭିଡିଥିଲେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ବତନ୍ତ୍ର ପୋଲିସ୍ କନେଷ୍ଟବଲ୍ ଆର୍ସାତ ।


ତେବେ ସେ କାହାରିକୁ ଅପେକ୍ଷା ନକତରି ମହିଳା ଙ୍କୁ ହସ୍ପିଟାଲ୍ ରେ ପହଞ୍ଚାଇବା ପାଇଁ ନିଜ ପିଠିରେ ବୋହି ଆର୍ସାତ ପ୍ରାୟ 6 କିଲୋମିଟିର ରାସ୍ତା ଅତିକ୍ରମ କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିଛି ଭକ୍ତି ଆର୍ସାତ ଙ୍କର ଏହି ବିରତ୍ବର ଭିଡିଓ ମୋବାଇଲ୍ ରେ ଉତ୍ତୋଳନ କରିଥିଲେ । ମହିଳାଙ୍କ ପାଇଁ ଦେବଦୂତ ସାଜିଥିବା ପୋଲିସ୍ କର୍ମଚାରୀଙ୍କୁ ଯେତେ ପ୍ରଂଶସା କରିଲେ ମଧ୍ୟ କମ୍ ହେବ । ଆଉ ଏହି ଭିଡିଓ ଯେ କେହି ବି ଦେଖୁଛି ତାପାଟିରୁ ବାହିର ଆସୁଛି ପୋଲିସ୍ ହେବ ତ ଏମିତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।