Odisha News Portal

ଠେଲାଗାଡିରେ ମା’ ବିକନ୍ତି ଖାଦ୍ୟ ଓ ବାପା ଖଟନ୍ତି ମଜୁରୀ, ଏବେ ପୁଅ ଭାରତୀୟ ଟିମ୍‌ର ପ୍ଲେଇଂ ଇଲେଭେନରେ ସାମିଲ, ! ସେହି ଖେଳାଳୀ ଙ୍କ ନାମ ଓ କାହାଣୀ ଶୁଣିଲେ ଆଖିରୁ ଲୁହ ଆସିଯିବ…….

0 6

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟ ଟିମ୍ ରେ ଖେଳୁଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି । ତେବେ ଆଜି ଆମେ ସେହିପରି ଜଣେ କ୍ରିକେଟ ଖେଳାଳୀଙ୍କ ବିଷୟରେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ମନରେ ବି କେବେ ହେଲେ ଆଗକୁ ବଢିବାରେ କୌଣସି କାରଣ ବାଧା ସୃଷ୍ଟି କରିପାରିବ ନାହିଁ ବା ପ୍ରତିବନ୍ଧକ ହୋଇ ଛିଡା ହେବ ନାହିଁ । ତେବେ ଦୃଢ ଇଚ୍ଛା ଶକ୍ତି ଏବଂ ମନୋବଳ ତଥା କଠିନ ପରିଶ୍ରମ ସଫଳତାର ଚାବିକାଠି ହୋଇଥାଏ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ଭାରତୀୟ କ୍ରିକେଟ ଦଳରେ ନିକଟରେ ସ୍ଥାନ ପାଇଥିବା ବୋଲର ଟି.ନଟରାଜନ ।

ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ଖେଳଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ନଟରାଜନଙ୍କୁ ସୁଯୋଗ ଦେଇଛନ୍ତି । ଭାରତୀୟ ଟିମରେ ଖେଳିବାର ସୁଯୋଗ ମିଳିଥିବାରୁ ଏବେ ନଟରାଜନ ଅଷ୍ଟ୍ରେଲିଆର ମାଟିରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ଆରମ୍ଭ କରିବା ସହ ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ।


ଆଉ କିଛି ଦିନ ପୂ୍ର୍ବରୁ ସରିଥିବା IPL ସିଜିନରେ ନିଜର ବୋଲିଂରେ ସମସ୍ତଙ୍କୁ ଚକିତ କରିଥିଲେ ନଟରାଜ । ତେବେ ନଟରାଜନଙ୍କୁ ଅଷ୍ଟ୍ରେଲିଆ ଯାଉଥିବା ଟିମରେ ମଧ୍ୟ ସାମିଲ କରିଦିଆଯାଇଛି । କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ନଟରାଜନଙ୍କୁ ଡେବ୍ୟୁ କ୍ୟାପ୍ ଦେଇଛନ୍ତି ଓ ଭାରତ ପକ୍ଷରୁ ଦିନିକିଆ କ୍ରିକେଟ ଖେଳୁଥିବା 232ତମ ଖେଳାଳି ହୋଇଛନ୍ତି । ଚାଲନ୍ତୁ ଜାଣିବା ନଟରାଜନଙ୍କ ସମ୍ପର୍କର ସେ କେମିତି ଭାବରେ ତାମିଲନାଡୁରୁ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ ଓ ପରେ ଟିମ୍ ଇଣ୍ଡିଆରେ ପ୍ରବେଶ କରିଥିଲେ ।

ନଟରାଜନ ବହୁତ ଗରିବ ପରିବାରରୁ ଆସିଛନ୍ତି । ତାଙ୍କ ମା’ ରାସ୍ତା କଡରେ ଠେଲାଗାଡିରେ ଫୁଡ୍ ଷ୍ଟଲ ଦେଇଥିବା ବେଳେ ତ ବାପା ରେଳଓ୍ବେ ଷ୍ଟେସନରେ କୁଲି ଭାବରେ କାମ କରନ୍ତି । ନଟରାଜନ ତାଙ୍କ ପରିବାରର 5 ସନ୍ତାନଙ୍କ ଭିତରୁ ଜଣେ । ନିଜର ଜନ୍ମସ୍ଥାନ ସାଲେମରେ ଟେନିସ୍ ବଲ୍ ଖେଳୁଥଲେ , ଏହାପରେ ଚେନ୍ନାଇ ପହଁଞ୍ଚିଥିଲେ । ସେଠାରେ ସେ ଜଲି ରିଭର୍ସ ଭଳି ବଡ କ୍ଲବ ପାଇଁ କ୍ରିକେଟ ଖେଳିଥିଲେ । ଏହି କ୍ଲବ ପାଇଁ ଆର ଆଶ୍ବିନ ଏବଂ ମୂରଲୀ ବିଜୟଙ୍କ ଭଳି ବଡ ଖେଳାଳି ଖେଳି ସାରିଛନ୍ତି । ଏଭଳି କ୍ଲବରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ତାମିଲନାଡୁର ରଣଜୀ ଟିମ୍‌ରେ 2015-16ରେ ପ୍ରବେଶ କରିଥିଲେ।

ଆଉ ନଟରାଜନଙ୍କ ପରିବାର ଦାରିଦ୍ର୍ୟ ସେତେବେଳେ ଦୂର ହୋଇଥିଲା ଯେତେବେଳେ ସେ 2017ରେ IPLସିଜିନରେ 10ଲକ୍ଷ ଟଙ୍କା ବେସ୍ ପ୍ରାଇସ୍ ରହିବା ପରେ ବି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିଲାମୀରେ 3କୋଟି ଟଙ୍କା ଦେଇଥିଲା । କାରଣ , ତାମିଲନାଡୁ ଟି-20 ପ୍ରିମିୟର ଲିଗରେ ତାଙ୍କର ଦମଦାର ଖେଳ ପ୍ରଦର୍ଶନ ରହିଥିଲା। କିନ୍ତୁ ନଟରାଜନ ନିଜର ଟଙ୍କା ଅନୁସାରେ ପଞ୍ଜାବ ପାଇଁ ସେତେ ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ, ଯେଉଁ କାରଣରୁ ତାଙ୍କୁ ଆଇପିଏଲରୁ ବାହାର ହେବାକୁ ପଡିଥିଲା।


ଏଭଳି ଭାବରେ ନଟରାଜନ ପଞ୍ଜାବ ପାଇଁ 7ଟି ମ୍ୟାଚରୁ 2ଟି ଓ୍ବିକେଟ୍ ହାସଲ କରିଥିଲେ। ସେ ଆଇପିଏଲ 20-17ରେ ଗୁଜରାଟ ଲାୟନ୍ସ ବିରୋଧରେ ଖେଳିଥିଲେ। 2018ରେ ସନରାଇଜର୍ସ ହାଇଦ୍ରାବାଦରେ ତାଙ୍କୁ ସାମିଲ କରାଯାଇଥିଲା । 2020ରେ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ ଖେଳି 16ଟି ମ୍ୟାଚରୁ 16ଟି ଓ୍ବିକେଟ୍ ହାସଲ କରିଥିଲେ।