Odisha News Portal

ତେଲୁଗୁ ଝିଅ ର ପ୍ରେମ ରେ ଓଡ଼ିଆ ହିରୋ ଜ୍ୟୋତି? ଜାଣନ୍ତୁ କିଏ ତାଙ୍କ ମନର ନାୟିକା , କଣ ସତରେ ପ୍ରେମରେ ପାଗଳ ହୋଇଛନ୍ତି ଜ୍ୟୋତି ….

ଆପଣ ମାନେ ସମସ୍ତେ ଅଲିଉଡର ସୁପରଷ୍ଟାର ଜ୍ୟୋତି ରଞ୍ଜନ ନାୟକଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ । ଯିଏକି ଏହି ଗତ ଚାରି ବର୍ଷ ତଳେ ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ଧିରେ ଧିରେ ଦର୍ଶକଙ୍କ ମନରେ ରାଜ କରିବା ଆରମ୍ଭ କରିଛନ୍ତି । ତେବେ ଧରା ଦେଲେ କଥା ସରେ ଚଳଚିତ୍ରରୁ ସେ ତାଙ୍କର ଅଏଭିନୟ ଜୀବନ ଆରମ୍ଭ କରିବା ପରେ ଏବେ ସୁଦ୍ଧା ସେ 16ଟି ଫିଲ୍ମରେ ଅଭିନୟ କରିସାରିଛନ୍ତି । ଅନେକ ଚରିତ୍ର ନିଭାଇ ଥିବା ଜ୍ୟୋତିଙ୍କୁ ଦର୍ଶକ ବିଶେଷ ଭାବରେ ହାପି ଲକି ଚଳଚିତ୍ରରୁ ହିଁ ଅଧିକ ମନେ ରଖିଛନ୍ତି । ଅଭିନୟକୁ ନିଜର ସର୍ବସ୍ବ ଭାବୁଥିବା ଜ୍ୟୋତି କାହାକୁ ବି ଅଭିନୟର ବିକଳ୍ପ ଭାବନ୍ତି ନାହିଁ । ପାଠପଢାରେ ବେଶ ଭଲ ଥିବା ଜ୍ୟୋତି ନିଜ ବାପା ମାଆଙ୍କ ଖୁସି ପାଇଁ ପଢା ଶେଷ କରି ଅଭିନୟ ଦୁନିଆକୁ ଆସିଛନ୍ତି ।

ତେବେ ଓଡିଆ ହିରୋ ଜ୍ୟୋତି ରଞ୍ଜନ ନାୟକ ଜଣେ ତେଲୁଗୁ ଝିଅ ପ୍ରେମରେ ପଡିଛନ୍ତି । ଏହପରି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେହି ତେଲୁଗୁ ଝିଅ କିଏ ଜାଣିବା ପାଇଁ ଆପଣ ମାନଙ୍କୁ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢିବାକୁ ହେବ ।


ଜ୍ୟୋତିଙ୍କ ପିଲାଦିନରୁ ଚଳଚିତ୍ର ପ୍ରତି ଆଗ୍ରହ ଥିଲା କିନ୍ତୁ ବାପା ମାଁଙ୍କର ଇଚ୍ଛା ଥିଲା ପାଠପଢା ସାରି ଯାହା କରିବୁ । ସେଥିପାଇଁ ସେ ନିଜର ପାଠପଢା ସାରି ଚଳଚିତ୍ର ଦୁନିଆରେ ପାଦ ଦେଇଥିଲେ । ସେ ଇଞ୍ଚିନିୟରିଂ କୋର୍ସ କୁ ସମାପ୍ତ କରି ସାରିଛନ୍ତି । ଚଳଚିତ୍ର ପ୍ରେମୀ ଜ୍ୟୋତି ପ୍ରତିଦିନ ଦୁଇଟି ଚଳଚିତ୍ର ନେ ଦେଖିଲେ ଶୋଅନ୍ତି ନାହିଁ । ମିଠା ମିଠା ଯୋଡି ରିଆଲିଟି ଶୋ ରେ ହିରୋ ଖୋଜା ଚାଲିଥାଏ ଏବଂ ସେହିଥିରୁ ହିଁ ଜ୍ୟୋତି ହିରୋ ରୂପରେ ସିଲେକ୍ଟ ହୋଇଥିଲେ ।


ତେବେ ଜ୍ୟୋତି ଗୋଟିଏ ଇଣ୍ଟରଭ୍ୟିୟୁରେ କହିଥିଲେ ଯେ ସେ ବର୍ତ୍ତମାନ ବିବାହ କରିବାକୁ ଚାହୁଁ ନାହାନ୍ତି । କାହିଁକି ନାଁ ସେ କହିଛନ୍ତି 2020 ମସିହାରେ ତାଙ୍କର ଏହି ଚଳଚିତ୍ର ଦୁନିଆରେ ଚାରି ବର୍ଷ ପୂରିବ । ସେଥିପାଇଂ ସେ ଆହୁରି ଅଧିକ କାମ କରି ନିଜର ମୂଳଦୂଆକୁ ମଜବୁତ କରିସାରିବା ପରେ ବିବାହ ପାଇଂ ଚିନ୍ତା କରିବେ ବୋଲି କହିଥିଲେ ।


ତେବେ ସେହି ଇଣ୍ଟରଭ୍ୟିୟୁରେ ଜ୍ୟୋତିଙ୍କୁ ପ୍ରଶ୍ନ କରା ଯାଇଥିଲା କି ସେ ଜଣେ ତେଲୁଗୁ ଝିଅର ପ୍ରେମରେ ପଡିଛନ୍ତି । କିନ୍ତୁ ସୁପରଷ୍ଟାର ଜ୍ୟୋତି ଏହାର ଉତ୍ତରରେ କହିଥିଲେ ଯେ, ମୁଁ ଚେନ୍ନାଇରେ ପଢୁଥିଲି ଏବଂ ସେଠାରେ ଅନେକ ଝିଅ ମୋର ସାଙ୍ଗ ଅଛନ୍ତି । ତେବେ ସେପରି କାହାକୁ ବି ମୁଁ ଭଲ ପାଏ ନାହିଁ ବରଂ ବାସ୍ତବରେ କହିବାକୁ ଗଲେ ଭଲ ପାଇବା ବିଷୟରେ ମୁଁ ଏ ପର୍ଯ୍ୟନ୍ତ ଚିନ୍ତା କରି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।