Odisha News Portal

୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦୀପ: ! ଏହି ମନ୍ଦିରର ରହସ୍ୟ ଜାଣିଲେ ଆପଣ ମଧ୍ୟ ବିହଳ ହୋଇଯିବେ….

0 5

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟ କର କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ ତ ଜାଣିଥିବେ କି ଆମ ଭାରତରେ ସମସ୍ତେ ପ୍ରାୟ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ତାଙ୍କର ଆରାଧନା ମଧ୍ୟ କରନ୍ତି ଭାରତ ଏକ ଧର୍ମାବଲମ୍ବୀ ଦେଶ କହିଲେ କିଛି ତ୍ରୁଟି ହେବ ନାହିଁ । ଆମ ଦେଶରେ ପ୍ରତ୍ୟେକ ସ୍ଥାନରେ ମନ୍ଦିର , ମସଜିଦ ରହିଛି ବିଭିନ୍ନ ଧର୍ମର ଲୋକମାନେ ଏହିଠାରେ ରହିଥାନ୍ତି ଏବଂ ଭଗବାନଙ୍କୁ ଆରାଧନା କରିଥାନ୍ତି ।

ତେବେ ସେହି ଅନୁସାରେ ମନ୍ଦିର ମାନଙ୍କର ନାମ ମଧ୍ୟ ଚାରିଆଡେ ଶୁଣିବାକୁ ମିଳୁଛି , ଆମ ଦେଶରେ ବହୁତ ମନ୍ଦିର ରହିଛି ମାତ୍ର ଏମିତି କିଛି ଖାସ ମନ୍ଦିର ମଧ୍ୟ ରହିଛି ଯେଉଁଠାକୁ ଦର୍ଶନ କରିବା ପାଇଁ ବାହାର ଦେଶରୁ ଲୋକମାନେ ମଧ୍ୟ ଆସିଥାନ୍ତି ।

ତାହା ସେମିତିରେ ପ୍ରସିଦ୍ଦ ନୁହେଁ ସଂହି ମନ୍ଦିରର କିଛି ବିସେଷତ୍ୱ ମଧ୍ୟ ରହିଥାଏ ଯେଉଁ ବିସେଷତ୍ୱ ପାଇଁ ତାହା ଦେଶ ବାହାରେ ମଧ୍ୟ ସମସ୍ତ ଲୋକମାନେ ଦେଖିବା ପାଇଁ ବା ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ ମନ୍ଦିର ବିଷୟରେ କହିବୁ , ଯାହାର ବିସେଷତ୍ୱର କଥା ଶୁଣିଲେ ଆପଣ ମାନେ ମଧ୍ୟ ଚାହିଁବେ କି ସେହି ମନ୍ଦିରକୁ ଥରେ ଯାଇ କରି ବୁଲି ଆସିବା ପାଇଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ତେଲରେ ନୁହେଁ ବରଂ ପାଣିରେ ଦୀପ ଜଳୁଛି । ଏହି ଦେବୀ ମନ୍ଦିର କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ, ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 9 ବର୍ଷ ହେବ ଏହି ମନ୍ଦିରରେ ଏମିତି ପାଣିରେ ଦୀପ ଜଳୁଛି ।

ଏଠାରେ କାମ କରୁଥିବା ପୁରୋହିତଙ୍କ କହିବା ଅନୁଯାୟୀ, ଏଠାରେ ମାତା ଦେବୀଙ୍କ ସାମ୍ନାରେ ସାଧାରଣ ତେଲ ପ୍ରଦୀପ ପ୍ରଜ୍ୱଳିତ ହୋଇଥିଲା , କିନ୍ତୁ 9 ବର୍ଷ ପୂର୍ବେ ମନ୍ଦିରର ଦେବୀ ସ୍ୱପ୍ନରେ ମନ୍ଦିର ପୁରୋହିତଙ୍କ ନିକଟକୁ ଆସିଥିଲେ ଏବଂ ଦୀପକୁ କାଳିସିନ୍ଧ ନଦୀର ଜଳରେ ଦୀପ ଜାଳିବାକୁ କହିଥିଲେ ।

କୁହାଯାଏ ଯେ ଏହି ଦୀପରେ ଜଳ ରଖିବା ମାତ୍ରେ ଦୀପ ଜୋର୍‌ରେ ଜଳିଥାଏ ମନ୍ଦିରର ଏହି ସବୁ ବିଶେଷତ୍ତ୍ୱ ଜାଣିବା ପରେ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ଏହା ସହିତ ଏହି ମନ୍ଦିରରେ ସେହି ଦୀପ ବର୍ଷା ଋତୁରେ ଜଳେ ନାହିଁ କାରଣ ବର୍ଷା ଦିନେ ନଦୀର ଜଳସ୍ତର ଉପରକୁ ଆସିଯାଏ ଏବଂ ମନ୍ଦିରକୁ ବୁଡାଇ ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।