ଦେଖନ୍ତୁ Viral ଭିଡ଼ିଓ : ତହସିଲଦାରଙ୍କ ନାଗିନ୍ ଡାନ୍ସ ! ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ ଭିଡିଓ…
ବନ୍ଧୁଗଣ କରନା ଭଳି ଏକ ମାରାତ୍ମକ ଭୂତାଣୁ ଲୋକଙ୍କୁ ଯେଉଁଭଳି ଭାବରେ ସଂକ୍ରମିତ କରୁଛି ତାହା ବାସ୍ତବରେ ଚିନ୍ତାର ବିଷୟ।ଭାଇରସ ର ଏହା ଏକ ନୂଆ ରୂପ ଅଟେ ଯାହା ବହୁତ୍ ଭୟାନକ ସାବସ୍ତ୍ୟ ହୋଇଛି।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ଅନେକ ରାଜ୍ୟର ସରକାର୍ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଲକ୍ ଡାଉନ୍ କଟକଣା ଜାରି କରିଛନ୍ତି।ଆଉ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହାକୁ ବେଶ୍ କଡ଼ାକଡ଼ି ସହ ପାଳନ କରାଯାଉଛି।
ତେବେ ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଆଦି କଟକଣା ଲାଗୁ କରିବା ସହ ବିବାହ, ଭୋଜି ଓ ସାମାଜିକ କାର୍ଯ୍ୟକ୍ରମ ଆଦିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି।ଆଉ ଏଥିପାଇଁ ପ୍ରଶାସନ ସବୁବେଳେ ତତ୍ପର ମଧ୍ୟ ରହିଛି। ଆଉ ଏହାର ତଦାରଖ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି ପୋଲିସ ଓ ପ୍ରଶାସନିକ ସେବାର ଅଧିକାରୀ ମାନେ ଲାଗି ପଡ଼ିଛନ୍ତି।ଆଉ ଏହି ସମୟରେ କିଛି ଏମିତି ଖବର ସାମ୍ନାକୁ ଆସିଚି ଯାହା ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ଏଠାରେ କଣ ଚାଲିଛି ଏବଂ ଆଇନ୍ କେଉଁ ବାଟରେ ଯାଉଛି।
କାରଣ ଆମେ କହୁଥିବା ଘଟଣାରେ ଖୋଦ୍ ଜଣେ ପ୍ରଶାସନିକ ଅଧିକାରୀ କରନା କଟକଣାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ଜଣେ ମହିଳା ତହସିଲଦାର ତାଙ୍କ ଭାଇଙ୍କ ବାହାଘରରେ ଖୁଲମ୍ ଖୋଲା ଭାବରେ ସର୍ବ ସମ୍ମୁଖରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।ଏହି ମହିଳା ତହସିଲଦାର ଜଣଙ୍କ ଭାଇ ଙ୍କ ବିବାହ ଅବସରରେ ଜଗତସିଂହପୁର ତିର୍ତୋଲ ଅଞ୍ଚଳକୁ ବରଯାତ୍ରୀ ହୋଇ ଯାଇଥିଲେ ଏବଂ ସେଠାରେ ସେ ଅନ୍ୟ ମାନଙ୍କ ସହିତ ମିଶି ନାଚୁ ଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।ତେବେ ଏହି ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳର।
ସୂଚନା ଅନୁସାରେ ଏହି ତହସିଲଦାର ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା।ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ ଏଠାରେ ନାଚ ସମୟରେ କେତେବେଳେ ମାସ୍କ ପିନ୍ଧିଛନ୍ତି ତ ଆଉ କେତେବେଳେ ବିନା ମାସ୍କରେ ନାଚୁ ଥିବାର ଦେଖିବାକୁ ମିଳିଛି।ଏହି ଭିଡିଓ ରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଥିବାର ଦେଖିବାକୁ ମିଳୁଛି।ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଯଦିଓ ମହିଳା ତହସିଲଦାର ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା କିନ୍ତୁ ଏଯାବତ୍ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବା ଜଣା ପଡିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।