Odisha News Portal

ଦେଖନ୍ତୁ ଭିଡ଼ିଓ – ଶ୍ୱଶୁର ଘର ଲୋକ ଜ୍ୱାଇଁଙ୍କୁ ଖୁଣ୍ଟରେ ବାନ୍ଧି ଦେଲେ, ଆଉ ତା’ ପରେ ଯାହା ହେଲା….

ଓଃ କି ଚର୍ଚ୍ଚା ଦେଖିଲେ ରୁମ ଟଙ୍କୁରି ଉଠୁଛି । ଖୁଣ୍ଟ ରେ ବନ୍ଧା ହୋଇଛନ୍ତି ଜ୍ବାଇଁ ଆଉ ଚର୍ଚ୍ଚା କରୁଛନ୍ତି ଶଶୁର ଘର ଲୋକ । ଆଉ ଏପରି ନିଆରା ପ୍ରକାର ଚର୍ଚ୍ଚା ଚାଲିଛି ଜ୍ବାଇଁ ଙ୍କ ନିଜ ଗ୍ରାମ ରେ । ତାଙ୍କରି ଦୁଆର ମୁହଁରେ। ଶଶୁର ଘର ଲୋକ ଏମିତି ଚର୍ଚ୍ଚା କରୁଛନ୍ତି ଯେ ଦେଖଣା ହାରି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଜ୍ବାଇଁ ଜଣଙ୍କ ଏଭଳି ଚର୍ଚ୍ଚା ପାଇଛନ୍ତି ଯେ ସପ୍ତାହ ଯାଏଁ ଦେହରୁ ଦରଜ ଯିବ ନାହିଁ । ଶୁଣନ୍ତୁ କିପରି ଭାବେ ମାଡ ଖାଇ ସାରିବା ପରେ କହୁଛନ୍ତି ଯେ ମତେ ଗାଁ, ଲୋକ , ଶଶୁର ଘର ଲୋକ , ଶଳା ଶଶୁର ମିଶି କରି ମାରିଛନ୍ତି ।

ଆପଣ ମାନେ ଯଦି କେବେ ଶଶୁର ଘର ଲୋକ ଙ୍କ ଠାରୁ ଧାର ଆଣି ସୁଜି ପାରିବେ ନାହିଁ ତେବେ ଆପଣଙ୍କ ର ମଧ୍ୟ ଏମିତି ଅବସ୍ଥା ହୋଇପାରେ। ଏହି ଭାଇ ଜଣଙ୍କ ମଧ୍ୟ ଶଶୁର ଘର ଲୋକ ଙ୍କ ଠାରୁ ଲକ୍ଷେ ଟଙ୍କା ଧାର ଆଣିଥିଲେ କିନ୍ତୁ ସୁଝିବେ ବୋଲି ଦିନ ଗଡ଼ାଇ ଚାଲି ଥିଲେ ।

ଏହି ଘଟଣା ଟି ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନରେ ଥିବା ବାଳ ମୁକୁଳି ଗ୍ରାମର । ସୂଚନା ଅନୁସାରେ ପ୍ରସନ୍ନ ଦାସ ନିଜ ସ୍ତ୍ରୀ ମାଧ୍ୟମ ରେ ଏକ ଲକ୍ଷ ଟଙ୍କା ସୁଧ କୁ ଆଣି ଏକ ଅଟୋ ରିକ୍ସା କରିଥିଲେ। କିନ୍ତୁ କିଛି ଦିନ ହେବ ଋଣ ପଇସା ସୁଝି ନପାରି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ଏପଟେ ଅଟୋ ରେ ଭଲ ବ୍ୟବସାୟ ନହେଉ ଥିବାରୁ ସେହି ଅଟୋ କୁ ୧୨ ହଜାର ଟଙ୍କା ରେ ବିକ୍ରି କରି ସେଥିରେ ମଦ ପିଇ ଦେଇଥିଲେ । ସ୍ତ୍ରୀ ପ୍ରତିଦିନ ଋଣ ପ୍ରତିଶୋଧ କରିବା କଥା କହୁଥିବା ରି ତାଙ୍କ ଉପରେ ମଧ୍ୟ ଯୁଲୁମୁ କରୁଥିଲେ ପ୍ରସନ୍ନ ।

ଯାହା ଫଳରେ ପ୍ରସନ୍ନ ଙ୍କ ସ୍ତ୍ରୀ ନିଜ ବାପା ଘରକୁ ଯାଇ ଘଟଣା ସମ୍ପର୍କ ରେ ଜଣାଇ ଥିଲେ । ପ୍ରସନ୍ନ ଙ୍କ କଥା ଶୁଣିବା ପରେ ତାଙ୍କ ଶଶୁର ଘର ଲୋକ ଉତ୍ୟକ୍ତ ହୋଇ ତାଙ୍କ ପାଖକୁ ଆସିଥିଲେ। ପ୍ରଥମେ ଯୁକ୍ତି ତର୍କ ହେଲା । ଆଉ ଏହା ପରେ ତାଙ୍କ ଶଶୁର ଘର ଲୋକ ତାଙ୍କୁ ଗଛ ରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ସବୁ ଝଡ଼ ଥମିବା ପରେ ତାଙ୍କ ଶାଶୁ ଯେତେବେଳେ ତାଙ୍କୁ ବନ୍ଧନ ରୁ ମୁକୁକାଇ ଥିଲେ ପ୍ରସନ୍ନ ସେତେବେଳେ ଚଂପଟ ମାରିଥିଲେ ।

ଯେମିତି ଶଶୁର ଘର ଲୋକ ଙ୍କ ଟଙ୍କା ଶୁଝିବେ ନାହିଁ ବୋଲି ପଣ କରିଛନ୍ତି। ଏହି ଘଟଣା କୁ ନେଇ ପ୍ରସନ୍ନ ଓ ତାଙ୍କ ସ୍ତ୍ରୀ ବିଂଝାରପୁର ଥାନା ରେ ଅଭିଯୋଗ କରିଛନ୍ତି । ତେବେ ଆପଣ ଙ୍କୁ ଏଠାରେ କହି ରଖିଚୁ ଯେ ଆପଣ କୌଣସି ବି ପରିସ୍ଥିତି ରେ ଆଇନ୍ କୁ ହାତକୁ ନିଅନ୍ତୁ ନାହିଁ । ମାରପିଟ୍ କରି କୌଣସି ସମସ୍ୟା ର ସମାଧାନ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।