Odisha News Portal

ସରସ୍ୱତୀ ପୂଜା ଉପଲକ୍ଷେ ପୁଣି ଦେଶରେ ବହୁ ମାତ୍ରାରେ ଶସ୍ତା ହେଲା ସୁନା ,ରୂପା ମୂଲ୍ୟ

ବର୍ତ୍ତମାନ ସମୟରେ କୋରନା ମାଡ ଯୋଗୁଁ ସାରା ଦେଶରେ ଆର୍ଥିକ ପରିସ୍ଥିତି ବହୁତ ଖରାପ ହୋଇଯାଇଛି , ଫଳରେ ସମସ୍ତ ଜିନିଷ ପତ୍ରର ଅଧିକ ମୂଲ୍ୟ ବଢିଯାଇଛି । କିନ୍ତୁ ଲୋକମାନଙ୍କର ଆର୍ଥିକ ପରିସ୍ଥିତି ବହୁତ ଖରାପ ହେବା ଯୋଗୁଁ ସେମାନେ କୌଣସି ପ୍ରକାର ଜିନିଷ କିଣି ପାରୁ ନାହାନ୍ତି । ଏହି ସମୟରେ ଅନେକ ବିବହା କାର୍ଯ୍ୟ ଅନୁଷ୍ଠିତ ହେଉଛି ଏବଂ ଗରିବ ଲୋକମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । କାରଣ ସୁନା ଗହଣାର ମୂଲ୍ୟ ବୃଦ୍ଦି ହେବା ଯୋଗୁଁ ସେମାନେ କୌଣସି ପ୍ରକାର ଜିନିଷ କିଣି ପାରୁ ନାହାନ୍ତି , ଯେଉଁଥି ପାଇଁ ଆଗାମୀ ସରସ୍ୱତୀ ପୂଜା ଉପଲକ୍ଷେ ଏକ ବହୁତ ବଡ ଖୁସୀ ଖବର ଦେଖିବାକୁ ମିଳିଛି ।

ଏହା ହେଉଛି ସୁନା ଗହଣାର ମୂଲ୍ୟ ହ୍ରାସ ଘଟିଛି ଏବଂ ଯେଉଁ ବ୍ୟକ୍ତି ମାନେ ସୁନା ଗହଣା କିଣିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ । ଏହି ସମୟରେ ବିବାହର ଋତୁ ଚାଲିଛି ଏବଂ ଲୋକମାନେ ବିବାହ ପାଇଁ ସୁନା ଗହଣା କିଣି ପାରିବେ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳୁ ସୁନା ରୂପା ମୂଲ୍ୟ ଶସ୍ତା ହୋଇଛି ବଂ ଏମସିଏକ୍ସରେ ସୁନା ମୂଲ୍ୟ 0.14 ପ୍ରତିଶତ ଅର୍ଥାତ୍ 67 ଟଙ୍କା ହ୍ରାସ ପାଇଁ ପ୍ରତି 10 ଗ୍ରାମକୁ 47 ହଜାର 189ରେ ପହଞ୍ଚିଛି ।

ରୁପାର ମୂଲ୍ୟ 0.31 ପ୍ରତିଶତ ଅର୍ଥାତ୍ 212 ଟଙ୍କା ହ୍ରାସ ପାଇଁ କିଲୋ ପ୍ରତି 68 ହଜାର 526 ଟଙ୍କାରେ ପହଞ୍ଚିଛି । ଗତ ଶୁକ୍ରବାର ଦିନ ଠାରୁ ଲଗାତାର ତିନିଦିନ ହେବ ସୁନା ଗହଣାର ମୂଲ୍ୟ କମିବାରେ ଲାଗିଛି । ଗତ ଶୁକ୍ରବାର ଦିନ ଦୀଲ୍ଲୀ ବଜାରରେ ସୁନାର ମୂଲ୍ୟ 163 ଟଙ୍କା ହ୍ରାସ ପାଇଁ 10 ଗ୍ରାମକୁ 46 ହଜାର 738 ଟଙ୍କା ଓ ରୂପା 530 ଟଙ୍କା ବୃଦ୍ଦି ପାଇଁ କିଲୋ ପ୍ରତି 67 ହଜାର 430 ଟଙ୍କାରେ ପହଞ୍ଚିଛି । ଏପର୍ଯ୍ୟନ୍ତ 22 କ୍ୟାରେଟ ସୁନାର ମୂଲ୍ୟ 46 ହଜାର 220 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନାର ଦାମ 50 ହଜାର 420 ଟଙ୍କା ରହିଛି ।

ସୂଚନା ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ରୂପା ଆମଦାନୀ ଶୁକ୍ଳରେ ଛାଡ ଘୋଷଣା କରିଥିଲେ ଏବଂ ସୁନା ରୂପା ଆମଦାନୀ ଶୁକ୍ଳ 5 ପ୍ରତିଶତ ଛାଡ କରିଛନ୍ତି । ବର୍ତ୍ତମାନ ସମୟରେ ସୁନା ରୂପାର 12. 5 ଆମଦାନୀ ଶୁକ୍ଳ ଦେବାକୁ ପଡୁଛି କିନ୍ତୁ 5 ପ୍ରତିଶତ ଛାଡ ହେବା ପରେ 7.5 ଆମଦାନୀ ଶୁକ୍ଳ ଦେବାକୁ ପଡିବ । କୋରନା ମହାମାରୀ ଯୋଗୁଁ ସୁନା ରୂପାର ମୂଲ୍ୟ ବହୁତ ପରିମାଣରେ ବୃଦ୍ଦି ପାଇଥିଲା । ଯାହା କାରଣରୁ ଲୋକମାନେ ସେମାନଙ୍କ ବଜେଟରୁ ସୁନା ଗହଣା କିଣିବା ବହୁତ କଷ୍ଟକର ହୋଇ ପଡିଥିଲା । ଯାହାଫଳରେ ବ୍ୟବସାୟୀ ମାନେ ମଧ୍ୟ ବହୁତ କ୍ଷତି ସହିବାକୁ ପଡିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।